ଇଟାଭାଟି ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର

ଜୟପୁର,୧୯ା୧(ଡି.ଏନ୍‌.ଏ.):ଜୟପୁର ବ୍ଲକ ସଦର ଉପକଣ୍ଠ ବାରିଣିପୁଟ ପଞ୍ଚାୟତ ପରଜା ସାହିରେ ଏକ ନିର୍ଜନ ଚାଷଜମିରେ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତାରି ଭିତରେ ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ା ସରକାର ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୃହ ନିର୍ମାଣ କରୁଛନ୍ତି। କିନ୍ତୁ ନିର୍ମାଣ ପୂର୍ବରୁ କେନ୍ଦ୍ରର ଆଖାପଖ ପରିବେଶ, ଗମନାଗମନ ଓ ଅନ୍ୟ ବ୍ୟବସ୍ଥାକୁ ଅଣଦେଖା କରି ସରକାରୀ ଅଧିକାରୀ ଜମି ଚିହ୍ନଟ ସହ ଗୃହ ନିର୍ମାଣ କରୁଛନ୍ତି। ଫଳରେ ଏହା ଅବ୍ୟବହୃତ ଭାବେ ପଡ଼ି ରହୁଛି। ଶେଷରେ ଭାଙ୍ଗି ଯାଉଛି କିମ୍ବା ଜବରଦଖଲକୁ ଚାଲିଯାଉଛି। ବାରିଣିପୁଟ ପଞ୍ଚାୟତରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସମଦଶା ଭୋଗିଛି। ଚାରିପାଖ ଚାଷଜମି ଥିବାବେଳେ ଯାତାୟାତ ପାଇଁ ରାସ୍ତାଟିଏ ନାହିଁ। ବେଆଇନ ଭାଟିରେ ଧାନ ଚଷୁ ଦ୍ୱାରା ଇଟା ପୋଡ଼ା ହେଉଥିବା ଅଞ୍ଚଳରେ ପ୍ରଦୂଷଣ ବଢୁଛି। ଭାଟି ପାଇଁ ମାଟି ଖୋଳାଯାଇ ବଡ଼ବଡ଼ ଗାତ ସୃଷ୍ଟି ହୋଇଛି। ନୂତନ ଭାବେ ନିର୍ମିତ ଏହି କେନ୍ଦ୍ରକୁ ଦୁଇ ମାସ ତଳେ ସ୍ଥାନାନ୍ତର କରାଯାଇଛି। ପୁରୁଣା ଘର ଭାଙ୍ଗିବା ଅବସ୍ଥାରେ ଥିବା ଯୋଗୁ ନୂତନ ଘରର ଲାଟ୍ରିନ କବାଟ ଚୋରି ହୋଇଯାଇଛି। ସେହିପରି ବାହାର ପଟେ କେବଳ ଚୂନ ଲଗାଯାଇଥିବା ବେଳେ ଭିତରେ କକ୍ଷ କାନ୍ଥରେ ଚୂନ ଲଗାଯାଇ ନାହିଁ। ନିମ୍ନମାନର କାର୍ଯ୍ୟ ଯୋଗୁ କାନ୍ଥରୁ ପ୍ଲାଷ୍ଟର ଖସୁଛି। ଏନେଇ କେନ୍ଦ୍ରର ମହିଳା କର୍ମୀ କହିଛନ୍ତି, ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସମସ୍ୟା କୁହାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ରରେ ୩୦ ଜଣ ଶିଶୁ ଥିଲେ ମଧ୍ୟ ମାତ୍ର ୧୫ରୁ ୨୦ ଜଣ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri