Posted inଖେଳ

ଇଞ୍ଜାମାମଙ୍କ ଆଶା

ଆଇସିସି କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ମୋଟ ୬ ଥର ଭେଟିଛି ଏବଂ ସବୁଥର ହାରିଛି। ଏଥର କିନ୍ତୁ ପାକିସ୍ତାନ ପରାଜୟ ଧାରା ଭାଙ୍ଗିପାରିବ ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଅଧିନାୟକ ତଥା ଚୟନ କମିଟି ମୁଖ୍ୟ ଇଞ୍ଜାମାମ-ଉଲ୍‌-ହକ୍‌। ଆସନ୍ତା ବିଶ୍ୱକପରେ ଭାରତ ଓ ପାକିସ୍ତାନ ଜୁନ ୧୬ରେ ମାଞ୍ଚେଷ୍ଟରଠାରେ ପରସ୍ପରକୁ ଭେଟିବେ। ”ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଭାବେ ଭାରତ-ପାକିସ୍ତାନ ମ୍ୟାଚକୁ ଦର୍ଶକମାନେ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥାନ୍ତି। କେବଳ ଭାରତ ବିପକ୍ଷ ମ୍ୟାଚରେ ଜିତିଲେ ମଧ୍ୟ ଆମେ ଖୁସିହେବୁ ବୋଲି ସେମାନଙ୍କ ମଧ୍ୟରୁ କେତେକ କହିଥାନ୍ତି। ତେଣୁ ଏଥର ପାକିସ୍ତାନ ଏଥର ଭାରତ ବିପକ୍ଷରେ ପରାଜୟଧାରା ଭାଙ୍ଗିବାନେଇ ମୁଁ ଆଶାବାଦୀ“ ବୋଲି ଇଞ୍ଜାମାମ କହିଛନ୍ତି। ବିଶ୍ୱକପରେ କେବଳ ଭାରତ ବିପକ୍ଷ ମ୍ୟାଚ ନୁହେଁ, ପାକିସ୍ତାନ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ହରାଇବାର ଦକ୍ଷତା ରଖିଛି ବୋଲି ୧୨୦ ଟେଷ୍ଟ ଖେଳିଥିବା ଇଞ୍ଜାମାମ କହିଛନ୍ତି।
ପାକିସ୍ତାନ କ୍ରମାଗତ ୧୦ ଏକଦିବସୀୟ ହାରିବା ସହ ବିଶ୍ୱକପ ଖେଳିବାକୁ ଆସିଛି। ଏପରିକି ଦଳ ଓ୍ବାର୍ମଅପ୍‌ ମ୍ୟାଚରେ ଆଫଗାନିସ୍ତାନଠାରୁ ମଧ୍ୟ ହାରିଛି। ପାକିସ୍ତାନ ବିଶ୍ୱକପ ଦଳରେ ବିଳମ୍ବରେ ପରିବର୍ତ୍ତନ କରିଥିବାରୁ ଇଞ୍ଜାମାମଙ୍କୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି। ଏ ସମ୍ପର୍କରେ ଇଞ୍ଜାମାମ କହିଛନ୍ତି ଯେ, ”ଲୋକମାନେ ଭାବନ୍ତି ଯେ, ୧୪-୧୫ ଖେଳାଳିଙ୍କୁ ଚୟନ କରିଦେବା ସହଜ, ମାତ୍ର ତା ନୁହେଁ। କାରଣ ସେଥିରେ ବହୁତ ଚାପ ଥାଏ। ଉଦାହରଣ ସ୍ବରୂପ ବିଶ୍ୱକପ ପାଇଁ ଆମକୁ ଫାଷ୍ଟ ବୋଲର ଚୟନ କରିବା ଅତ୍ୟନ୍ତ କଷ୍ଟକର ଥିଲା। ବିଶେଷକରି ମହମ୍ମଦ ଅମିର, ଜୁନାଇଦ୍‌ ଖାଁ ଓ ଉସମାନ ଖାଁ ଶିନଓ୍ବାରୀଙ୍କ ଉପସ୍ଥିତିରେ ଏହା ଅଧିକ କଷ୍ଟକର ହୋଇଥିଲା“। ମହମ୍ମଦ ହାସନେନ ଘଣ୍ଟାକୁ ୧୫୦ କିଲୋମିଟର ବେଗରେ ବୋଲିଂ କରିବା ଦକ୍ଷତା ରଖିଛନ୍ତି। ଅନ୍ୟ ପାକ୍‌ ଫାଷ୍ଟ ବୋଲରମାନେ ୧୩୦ରୁ ୧୪୦ କିଲୋମିଟର ବେଗରେ ବୋଲିଂ କରୁଛନ୍ତି। ତେଣୁ ହାସନେନଙ୍କ ଉପସ୍ଥିତି ପାକିସ୍ତାନ ବୋଲିଂ ବିଭାଗକୁ ଅଧିକ ଶାଣିତ କରିଛି ବୋଲି ଏହି ୪୯ ବର୍ଷୀୟ ଭେଟେରାନ କହିଛନ୍ତି। ଇଂଲଣ୍ଡ ବିଶ୍ୱର ନମ୍ବରଓ୍ବାନ ଦଳ। ଭାରତୀୟ ଦଳ ବେଶ୍‌ ସନ୍ତୁଳିତ। ନିକଟ ଅତୀତରେ ନ୍ୟୁଜିଲାଣ୍ଡ ଉତ୍ତମ କ୍ରିକେଟ ଖେଳିଆସୁଛି। ତେଣୁ ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିଶ୍ୱକପ ସେମିଫାଇନାଲ ଖେଳିବାପାଇଁ ହକ୍‌ଦାର ବୋଲି ଇଞ୍ଜାମାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri