ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟଙ୍ଗ୍‌ ଇଣ୍ଡିଆନ୍‌ସ ଓଡ଼ିଶା ଶାଖା ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶତାଧିକ ପର୍ଯ୍ୟଟକ ଓ ଜନସାଧାରଣ ଯୋଗଦେଇ ସମୁଦ୍ର କୂଳରେ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ାଇ ମଜାନେଇଥିଲେ। ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ପରମ୍ପରା ଅତି ପୁରୁଣା ଓ ଓଡ଼ିଆ ସଂସ୍କୃତିର ଏକ ମାଇଲ ଖୁଣ୍ଟ ସଦୃଶ। ଏହି ପରମ୍ପରା ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଥିବାବେଳେ ୟଙ୍ଗ ଇଣ୍ଡିଆନ୍‌ସ ଦ୍ୱାରା ଆୟୋଜିତ ଏହି ଗୁଡ଼ିଉଡ଼ା ଇକୋ ରିଟ୍ରିଟ ମହୋତ୍ସବକୁ ବିଶେଷ ଭାବେ ଗୁରୁତ୍ୱ ବହନ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ଅବସରରେ ସମୁଦ୍ର କୂଳରେ ଆୟୋଜିତ ସଂଗଠନ ପକ୍ଷରୁ ପର୍ଯ୍ୟଟକମାନେ ଗୁଡି ଉଡେଇବା ଲକ୍ଷ୍ୟରେ ଷ୍ଟଲମାନ ଖୋଲାଯାଇଥିଲା। ଗୁଡ଼ିଗୁଡିକ ପ୍ରାୟ ୨୦ଟଙ୍କାରୁ ଆରମ୍ଭ ହୋଇ ୨୦୦ଟଙ୍କା ପର୍ଯ୍ୟନ୍ତ ଥିଲା। ଦିନତମାମ ଓ ରାତିରେ ଏଲ୍‌ଇଡି ଗୁଡ଼ି ଉଡାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁମ୍ବାଇରୁ ୧୦ଜଣିଆ ଗୁଡିଉଡା ବିଶେଷଜ୍ଞ ଯୋଗଦେଇଥିଲେ ା ଓଡ଼ିଶାରେ ଏହି ଗୁଡ଼ିଉଡ଼ା ଉତ୍ସବ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବାବେଳେ ପୁରୁଣା ସଂସ୍କୃତି ଆଡ଼କୁ ପର୍ଯ୍ୟଟକ ଓ ଜନସାଧାରଣଙ୍କୁ ଆକୃଷ୍ଟ କରିବା,ଐତିହ୍ୟ ପ୍ରତି ଯୁବଗୋଷ୍ଠୀଙ୍କୁ ସଚେତନ କରାଇବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ୟଙ୍ଗ ଇଣ୍ଡିଆନ୍‌ସ ସଂଗଠନର ଅଧ୍ୟକ୍ଷ କମଲ ଅଗ୍ରୱାଲ, ଉପାଧ୍ୟକ୍ଷା ରଶ୍ମି ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ପୁରୁଷୋତ୍ତମପୁର,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର-ହୁମ୍ମା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଆଛୁଲି କୁମାରୀ ମଧ୍ୟରେ ଥିବା ବୁଦା ନିକଟରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ...

ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନପ୍ରତିବାଦରେ ୧୭ରେ କୋର୍ଟ ବର୍ଜନ

କଟକ ଅଫିସ,୭ା୬:  ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ କରାଯାଉଛି। ଅର୍ଥାତ୍‌ ଯେଉଁମାନେ ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁନାହାନ୍ତି କିମ୍ବା ମକଦ୍ଦମା ପରିଚାଳନା କରୁନାହାନ୍ତି...

ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ...

ଦୁର୍ଗାପୁର ଗ୍ରାମରେ ଶିଆଳ ଆତଙ୍କ: ୨ ଗୁରୁତର

ରସୁଲପୁର, ୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମ ବେହେରା ସାହିରେ ସୋମବାର ସକାଳେ ଶିଆଳ ଆତଙ୍କ ଦେଖାଦେଇଛି। ଏକ ବଣୁଆ ଶିଆଳ ଗାଁ...

ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠପଢ଼ା

ଗୋପ,୫।୨(ଡି.ଏନ୍‌.ଏ): ଗୋପ ବ୍ଲକରେ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଇତିମଧ୍ୟରେ ଧାର୍ଯ୍ୟ ସମୟସୀମା ଶେଷ ହୋଇଯାଇଥିଲେ ସୁଦ୍ଧା ଅନେକ ଗୃହ ନିର୍ମାଣ କାର୍ଯ୍ୟ...

ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପଞ୍ଚାୟତସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ପଞ୍ଚାୟତୱାରୀ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ୬୭୯୮...

୪ବର୍ଷର ପ୍ରତିଭା ସାଇସାଗର

ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍‌.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...

ନଗଡ଼ାରେ ରାଜ୍ୟ ଖଦିବୋର୍ଡ ସଚିବ: ଜୁଆଙ୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ

କାଳିଆପାଣି,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଗୁରୁବାର ରାଜ୍ୟ ଖଦିବୋର୍ଡ଼ ସଚିବ ସରୋଜ ପଟେଲ ଗସ୍ତକରି ଜୁଆଙ୍ଗ ଜନଜାତିଙ୍କ ଜୀବନଜୀବିକା ପରିବର୍ତ୍ତନ ସମ୍ପର୍କରେ...

Advertisement


Archives

Model This Week