ଇକୋ ଟୁରିଜମ୍‌ର ପ୍ରଚାର ପ୍ରସାର ଲକ୍ଷ୍ୟ: ଓଟିଡିସିର ସ୍ବତନ୍ତ୍ର ସାତକୋଶିଆ, ଭିତରକନିକା ପ୍ୟାକେଜ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜ୍ୟରେ ଇକୋ ଟୁରିଜମ୍‌ ବା ପରିବେଶ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ୨ଟି ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି ଓଟିଡିସି ପକ୍ଷରୁ ପ୍ରତି ଶନିବାର ଏବଂ ରବିବାର ଦୁଇଟି ସ୍ବତନ୍ତ୍ର ପ୍ୟାକେଜ୍‌ ଟୁର୍‌ର ବ୍ୟବସ୍ଥା ଯୋଗାଇ ଦିଆଯିବ। ଆସନ୍ତା ୧୧ ତାରିଖରୁ ଉଦ୍‌ଘାଟିତ ହେବାକୁ ଥିବା ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକ ପ୍ରତି ଶନିବାର ଭିତରକନିକା ଏବଂ ରବିବାର ସାତକୋଶିଆ ପରିଦର୍ଶନରେ ଯାଇପାରିବେ। ଏହି ଦିନିକିଆ ପ୍ୟାକେଜ୍‌ରେ ୨ଟି ସ୍ବତନ୍ତ୍ର ବସ୍‌ ଯାତ୍ରୀମାନଙ୍କୁ ଭୁବନେଶ୍ୱର ପାନ୍ଥନିବାସରୁ ନେଇ ବାହାରିବ। ଭିତରକନିକା ପାଇଁ ପାନ୍ଥନିବାସରୁ ସକାଳ ୫ଟା ୩୦ରେ ବସ୍‌ ବାହାରି ରେଳଷ୍ଟେଶନ, ବାଣୀବିହାର ଛକ ଦେଇ ଭୁବନେଶ୍ୱର ଛାଡ଼ିବ ଏବଂ ରାତି ୯ଟାରେ ପ୍ରତ୍ୟାବର୍ତ୍ତନ କରିବ। ସେହିଭଳି ସାତକୋଶିଆ ପାଇଁ ରବିବାର ଭୁବନେଶ୍ୱର ପାନ୍ଥନିବାସରୁ ସକାଳ ୭ଟାରେ ବସ୍‌ ବାହାରି ସମାନ ରାସ୍ତାରେ ଖଣ୍ଡଗିରି ଛକ ଦେଇ ସାତକୋଶିଆ ଅଭିମୁଖେ ଯାତ୍ରା କରିବ। ସାତକୋଶିଆ ଭ୍ରମଣ ସହିତ ନୟାଗଡ଼ରେ ଥିବା ଲଡ଼ୁବାବାଙ୍କ ଦର୍ଶନ କରି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ପ୍ୟାକେଜ୍‌ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଗାଡ଼ି ସହିତ ମଧ୍ୟାହ୍ନ ଭୋଜନ, ବୋଟିଂ ଆଦି ରହିବ। ଭିତରକନିକା ପାଇଁ ଜଣକ ପିଛା ପ୍ୟାକେଜ୍‌ର ଦାମ ୧୭୦୦ ଟଙ୍କା ରହିଥିବାବେଳେ ସାତକୋଶିଆ ପାଇଁ ୧୪୯୦ ଟଙ୍କା ରହିଛି। ପ୍ୟାକେଜ୍‌ ପାଇଁ ପର୍ଯ୍ୟଟକ ପାନ୍ଥନିବାସ ଓ୍ବେବ୍‌ସାଇଟ୍‌ www.panthanivas.comରେ ବୁକିଂ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri