ଆ-ଲା କ୍ୟୁବ୍‌

ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍‌ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍‌ ସାଉଥ ଇଣ୍ଡିଆନ, ଇଣ୍ଡିଆନ, କଣ୍ଟିନେଣ୍ଟାଲ, ତନ୍ଦୁରି, ଚାଇନିଜ୍‌, ଏକ୍ସକ୍ଲୁସିଭ୍‌ ଚାଟ, ଫେସିନେଟେଡ୍‌ ମକ୍‌ଟେଲ୍‌ ପ୍ରଭୃତି ବ୍ରେକଫାଷ୍ଟରୁ ଆରମ୍ଭ କରି ଡିନର୍‌ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଏହି ରେସ୍ତୋରଁ।ର ଆ-ଲା କ୍ୟୁବ୍‌ ଡିଶ୍‌ ପୂରା ନିଆରା। ଗୋଟିଏ ପ୍ଲେଟର ମୂଲ୍ୟ ୨୦୦ ଟଙ୍କା। ୨ଜଣ ଗ୍ରାହକ ଆ-ଲା କ୍ୟୁବ୍‌କୁ ଷ୍ଟାର୍ଟର୍‌ରେ ଖାଇପାରିବେ ବୋଲି କହନ୍ତି ମୁଖ୍ୟ ସେଫ୍‌ ଫିରୋଜ ଖାନ୍‌ ।

ଆବଶ୍ୟକ ସାମଗ୍ରୀ:

ବ୍ରେଡ୍‌- ୨ ପିସ୍‌
ପାଳଙ୍ଗ- ୩୦୦ ଗ୍ରାମ
ବ୍ରେଡ୍‌ କ୍ରମ୍ଫ- ୨୦୦ ଗ୍ରାମ
ଆଳୁ – ୧୦୦ ଗ୍ରାମ
ଅରିଗାନୋ- ୩ ଗ୍ରାମ
ଚିଲି ପ୍ଲେକ୍ସ- ୩ ଗ୍ରାମ
ଗ୍ରିନ ମଟର୍‌- ୧୦ ଗ୍ରାମ
ରେଡ ସସ୍‌ – ୧୦ ଗ୍ରାମ
ହ୍ବାଇଟ୍‌ ସସ୍‌- ୧୦ ଗ୍ରାମ
ତେଲ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସ୍ବଚ୍ଛ ପାତ୍ରରେ ପାଣି ରଖାଯାଏ। ପାଣିରେ ବ୍ରେଡ୍‌କୁ ଭିଜାଯାଏ। ଏହାପରେ ବ୍ରେଡ, ଆଳୁ, ବ୍ରେଡକ୍ରମ୍ଫକୁ ମିଶାଯାଇ ଦୁଇଭାଗରେ ବିଭକ୍ତ କରି ଗୋଲାକାର କରାଯାଏ। ଅଳ୍ପ ଆଞ୍ଚ ଉପରେ ଫ୍ରାଏପେନ୍‌ ରଖାଯାଇ ୧୦୦ ଗ୍ରାମ ତେଲ ଦିଆଯାଇଥାଏ। ତେଲ ଗରମ ହେବା ପରେ ଗୋଲାକାର ହୋଇ ପ୍ରସ୍ତୁତ ହୋଇଥିବା ବ୍ରେଡ୍‌, ଆଳୁ, ବ୍ରେଡକ୍ରମ୍ଫକୁ କୋଟ କରି ଡିପ୍‌୍‌ ଫ୍ରାଏ କରାଯାଏ। ଡିପ୍‌ ଫ୍ରାଏ ପରେ ପାଳଙ୍ଗ ସସ୍‌ ଦିଆଯାଏ। ପାଳଙ୍ଗ ସସ୍‌ ଉପରେ ରେଡ ଓ ହ୍ବାଇଟ୍‌ ସସ୍‌ ଦିଆଯାଇଥାଏ। ୨୦ ମିନିଟ ପରେ ଆ-ଲା କ୍ୟୁବ୍‌ ପ୍ରସ୍ତୁତ ହୋଇଥାଏ। ସୁସଜ୍ଜିତ ପ୍ଲେଟରେ ଆ-ଲା କ୍ୟୁବ୍‌ ରଖାଯାଇ ଗାର୍ନିସ୍‌ କରି ଗ୍ରାହକମାନଙ୍କୁ ପରଷା ଯାଇଥାଏ। ଏହି ଆ-ଲା କ୍ୟୁବ୍‌ ସଂପୂର୍ଣ୍ଣ ନିରାମିଷ। କିନ୍ତୁ ଗ୍ରାହକମାନେ ହଠାତ୍‌ ଦେଖିଲେ ଏହାକୁ ଆମିଷ ଭାବିଥାନ୍ତି। ଯଦ୍ଦ୍ବାରା ଏହା ନିରାମିଷ ଗ୍ରାହକମାନଙ୍କ ହୃଦୟକୁ ଛୁଇଁ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri