ଆୟ ବର୍ହିଭୁତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,(ଡି.ଏନ.ଏ.), ୪ା୩-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ପ୍ରଥମ ଦିନ ଯାଞ୍ଚରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ଯନ୍ତ୍ରୀ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିବା ନେଇ ଭିଜିଲାନ୍ସକୁ କହିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପାଢୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ଘର, ବ୍ରହ୍ମପୁର ଅଫିସ, ହିଲ୍‌ପାଟଣା ହରଭିନ୍‌ ସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆରେ ଥିବା ଫାର୍ମ ହାଉସ୍‌, ଆମ୍ବପୁଆରେ ଥିବା ଫାର୍ମ ହାଉସ୍‌, ପଙ୍କାଳପଲିରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ ପାଢ଼ୀ, ଗୋଷାଣୀନୂଆଗଁାରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ନଂ.୧୦୨/ଏ ରେ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ମିଳିଥିବା ୪୦୦ ଗ୍ରାମ ସୁନାର ମୂଲ୍ୟ ୧୨ ଲକ୍ଷ ଆକଳନ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୫୨ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ତାଙ୍କ ନାମରେ ଥିବା ୨୩ଟି ପ୍ଲଟର ମୂଲ୍ୟ ୭୬ ଲକ୍ଷ, ଗଞ୍ଜାମରେ ଥିବା ଦୁଇଟି ଅର୍ଦ୍ଧନିର୍ମିତ କୋଠାର ମୂଲ୍ୟ ୬୫ ଲକ୍ଷ, ବ୍ରହ୍ମପୁରରେ ଥିବା ଦୁଇଟି ଅର୍ଦ୍ଧନିର୍ମିତ କୋଠାର ମୂଲ୍ୟ ୩୫ ଲକ୍ଷ, ଭୁବନେଶ୍ୱରରେ ଥିବା ଏକ ଫ୍ଲାଟର ମୂଲ୍ୟ ୮ ଲକ୍ଷ ଓ ଅନ୍ୟ ଏକ ଫ୍ଲାଟର ମୂଲ୍ୟ ୫୨ ଲକ୍ଷ ବୋଲି ଆକଳନ ହୋଇଛି। ସେହିପରି ତାଙ୍କ ଘରେ ଥିବା ଏକ ସ୍କର୍ପିଓର ମୂଲ୍ୟ ୧୪ ଲକ୍ଷ ହୋଇଥିବା ବେଳେ ଅନ୍ୟ ଏକ କାର, ଏଲଆଇସି ବୀମା, ବ୍ୟାଙ୍କ ଲକର ଆଦି ବୁଧବାର ଯାଞ୍ଚ କରାଯିବ ବୋଲି ଏସ୍‌ପି ସ୍ବାଇଁ ସୂଚନା ଦେଇଛନ୍ତି। ଚଢାଉ ଜାରି ରହିଥିବାରୁ ଯନ୍ତ୍ରୀ ପାଢ଼ୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟର ଠିକ୍‌ ତଥ୍ୟ ବୁଧବାର ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅନୁଗୋଳରେ ପାଢ଼ୀ ସହକାରୀ ଯନ୍ତ୍ରୀ ଥିବା ବେଳେ ଭିଜିଲାନ୍ସ ବିଭାଗ ୧୯୯୬ ସେପ୍ଟେମ୍ବର ୩୦ରେ ତାଙ୍କ ନଁାରେ ନଂ.୫୫/୯୬ରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଥିଲା। ସେହିପରି ୨୦୧୧ରେ ଏହି ମାମଲାର ବିଚାର ବେଳେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ବୋଲି ଭିଜିଲାନ୍ସ ଏସ୍‌ପି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ

ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି।...

ପୁଅର ଆତ୍ମହତ୍ୟା ପରେ ମିଳିଲା ବାପାଙ୍କ ମୃତଦେହ

ସାରସକଣା, ୨୮।୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୀମାନ୍ତ ନୂଆସାହି ଗାଁରେ ବାପ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ପୁଅ ରାଜୁ...

ପ୍ରାପ୍ୟ ବଦଳରେ ମାଡ଼, ବନ୍ଧା ହେଲେ ବ୍ୟବସାୟୀ

କୋଲାବିରା,୩୧।୮(ଡି.ଏନ.ଏ.): ପ୍ରାପ୍ୟ ଦେବା ବଦଳରେ ମାଡ଼ ମାରି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି କୋଲାବିରା ଥାନା ସୋଢାମାଲ ପଞ୍ଚାୟତର ଅମନାପାଲି ଗ୍ରାମରେ।...

ମୋଦି, ଶାହଙ୍କ ଫଟୋଚିତ୍ର ପୋଡ଼ିଲା ଯୁବ ଓ ଛାତ୍ର କଂଗ୍ରେସ

ପୁରୀ ଅଫିସ, ୧୪ା୧୨: ପୁରୀ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ଇନ୍ଦିରା ଭବନ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟମନ୍ତ୍ରୀ ଅମିତ...

ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଗୁରୁତର

ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର...

ଟଙ୍କା ନ ଦେଲେ ପଞ୍ଜୀକରଣ ମନା

ଯାଜପୁର ଅଫିସ,୨୦।୧: ପଞ୍ଚାୟତ ନିର୍ବାଚନ ସମୟରେ ଧାନ କିଣାରେ ଅନିୟମିତତା, ଚାଷୀ ପଞ୍ଜୀକରଣରେ ଟଙ୍କା ଦାବି, ଋଣ ପ୍ରଦାନରେ ଜାଲିଆତି ଇତ୍ୟାଦି ଚାଷୀଙ୍କୁ ବିଚଳିତ କରିଛି।...

ଯୋଡ଼ାରେ ବନ୍ଦ ପାଳନର ପ୍ରଭାବ

ଯୋଡ଼ା,୮।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। ବାମ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଯୋଡ଼ା ଖଣି ମଣ୍ଡଳରେ ଥିବା...

ପଦ୍ମପୁରରେ ଚୋରା ମଦ ବେପାରୀ ଗିରଫ

ପଦ୍ମପୁର,୨୩।୭(ଡି.ଏନ.ଏ.): ବାସୁଦେବପୁର ବ୍ଲକ ଅଧିନ ପଦ୍ମପୁର ବଜାର ନିକଟରୁ ଜଣେ ଚୋରା ମଦ ବେପାରୀଙ୍କୁ ଗୁରୁବାର ଅବକାରୀ ବିଭାଗ ଗିରଫ କରିଛି। ଗିରଫ ବେପାରୀ ହେଲେ...

Advertisement
Archives

Model This Week