Posted inଜାତୀୟ

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ବୁଝାମଣାପତ୍ରର ଧାରା ୬ ଅନୁଯାୟୀ ଆସାମବାସୀଙ୍କ ରାଜନୈତିକ, ଭାଷାଗତ, ସାଂସ୍କୃତିକ ଏବଂ ଜମି ଅଧିକାରର ସୁରକ୍ଷା ପାଇଁ ସେ ବ୍ୟକ୍ତିଗତ ଭାବେ ଏବଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୋଦି ଉଭୟ ଅସମୀୟା ଓ ଇଂଲିଶ୍‌ରେ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଧାରା ସ୍ଥାନୀୟ ଅଧିକାର, ଭାଷା ଓ ସଂସ୍କୃତିର ସୁରକ୍ଷାକୁ ଗ୍ୟାରେଣ୍ଟି ଦେଉଛି। ଆପଣମାନଙ୍କ ଅଧିକାର, ଅନନ୍ୟ ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ମୋଦି କହିବା ସହ ଶାନ୍ତ ରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ପଳାଇଆସିଥିବା ଅଣମୁସଲମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ଅଣାଯାଇଥିବା ବିଲ୍‌ ବୁଧବାର ରାତିରେ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅନେକ ହିଂସାକାଣ୍ଡ ଘଟିଲାଣି। ଗୁଆହାଟୀ ସିଏବି ବିରୋଧୀ ବିକ୍ଷୋଭର କେନ୍ଦ୍ରସ୍ଥଳ ପାଲଟିଥିବାବେଳେ ସେଠାରେ ବୁଧବାର ରାତିରୁ କର୍ଫ୍ୟୁ ଜାରି ହୋଇଛି। ୪ଟି ସ୍ଥାନରେ ସେନା ମୁତୟନ ହୋଇଥିବାବେଳେ ତ୍ରିପୁରାରେ ଆସାମ ରାଇଫଲ୍ସର ଯବାନମାନେ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri