ଆସନ୍ନ ବେକାରି ବିସ୍ଫୋରଣ

ବିମଳ ପ୍ରସନ୍ନ ଦାସ
ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ବେକାରି ସମସ୍ୟା ବଡ଼ ବିପଦ ଭାବେ ଉଭା ହୋଇଛି। ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁଯାୟୀ ଲୋକମାନଙ୍କୁ କର୍ମସଂସ୍ଥାନ ମିଳୁନାହିଁ। ଏକ ଗଣତାନ୍ତ୍ରିକ ଶାସନର ସମୟସୀମା ୫ ବର୍ଷ ପୂରିବା ଆଗରୁ ସରକାର, ରାଜନୈତିକ ଦଳ, ନିର୍ବାଚନ କମିଶନ ପ୍ରଭୃତି ସଚେତନ ହୋଇ ଉଠନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ କରନ୍ତି। ଅନୁରୂପ ଭାବେ ସାଂସଦ ଓ ବିଧାୟକ ବର୍ଷ ବର୍ଷ ଧରି ଲୋକଙ୍କ ଅନୁରୋଧ ସତ୍ତ୍ୱେ ମନ ଦେଇ ନ ଥିବା କର୍ମ ଓ କର୍ତ୍ତବ୍ୟ ପ୍ରତି ହଠାତ୍‌ ସଜାଗ ହେଇ ଉଠନ୍ତି। ଏଥିରେ ବିସ୍ମିତ ହେବାର କିଛି ନାହିଁ। ଯଦି ପୂର୍ବର ପ୍ରତିଶ୍ରୁତି ଅନୁଯାୟୀ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ହୋଇ ନ ଥିବା ପ୍ରଶ୍ନ ଉଠେ, ତେବେ ନିର୍ଦ୍ଦିଷ୍ଟ ଉତ୍ତର ପରିବର୍ତ୍ତେ କୁହାଯାଏ ଏ ପର୍ଯ୍ୟନ୍ତ ସବୁ ଗ୍ରାମକୁ ସଡ଼କ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ, ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି, ଯାହା ହୁଏତ ପୂର୍ବରୁ କରାଯାଇଥାଏ। ତଥାପି ସରକାର ଯେପରି ନିଜର ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ ଦୃଢ଼ସଙ୍କଳ୍ପ, ପ୍ରତିନିଧିମାନେ ପୁଣି କ୍ଷମତାକୁ ଫେରିବା ପାଇଁ ବଦ୍ଧପରିକର।
ଲୋକମାନେ ରାସ୍ତାଘାଟ, ଛକ ସହର ବଜାରକୁ ଗଲେ ଦେଖନ୍ତି ରଙ୍ଗ ବେରଙ୍ଗର କେତେ ଆଖିଝଲସା ବିଜ୍ଞାପନ ଓ ଛବି। କେଉଁଠି ପ୍ରଧାନମନ୍ତ୍ରୀଙ୍କର ହାସ୍ୟମୁଖ ତ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ପ୍ରସନ୍ନ ବଦନ। ଏମାନଙ୍କ ସହ ରାଜନୀତିରେ ନିଜକୁ ଚଳଚଞ୍ଚଳ ରଖିଥିତ୍ବା ଲୋକପ୍ରତିନିଧିମାନଙ୍କ ମନୋଲୋଭା ଚିତ୍ର। କିନ୍ତୁ ସହରଠାରୁ ଆରମ୍ଭ କରି ଗାଁ ଗହଳରୁ ଉଚ୍ଚଶିକ୍ଷା ପାଇଥିବା ଯୁବତୀଯୁବକମାନଙ୍କୁ ଘର ଆଗରେ ବା ବଜାରରେ ମୁହଁ ଶୁଖାଇ ଚାଲୁଥିତ୍ବା ଦେଖାଯାଏ। କାରଣ ପରିସଂଖ୍ୟାନ ବିଭାଗ ସୂଚନା ଦେଇଛି ଯେ, ଏମାନଙ୍କୁ ଛୋଟବଡ଼ ଚାକିରିଟିଏ ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଚଳିତବର୍ଷ ବେକାରଙ୍କ ସଂଖ୍ୟା ୭.୨ ପ୍ରତିଶତରେ ରହିଛି ଏବଂ ୪୦ ପ୍ରତିଶତ ଲୋକ ବେକାର ରହିଛନ୍ତି। ନିଯୁକ୍ତି ମିଳିବାର ଆଶା ନାହିଁ। ନେତାଙ୍କୁ ହାତରେ ରଖିଲେ, ତାଙ୍କ ପଛରେ ଗୋଡାଇଲେ ହୁଏତ ଚାକିରିଟିଏ ମିଳିଯିବ। ସେହି ଆଶାରେ ବେକାର ଯୁବତୀଯୁବକ ତାଙ୍କ ପଛରେ ଧାଡି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି।
ଓଡ଼ିଶା ପରି ଏକ କୃଷିପ୍ରଧାନ ରାଜ୍ୟରେ କର୍ମନିଯୁକ୍ତି କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ। ଅନୁରୂପ ଭାବେ ଦେଶରେ ବେକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩/୪ ବର୍ଷ ଧରି ନିଯୁକ୍ତି କ୍ଷେତ୍ରର ଅବସ୍ଥା ଅତ୍ୟନ୍ତ ନିରୁତ୍ସାହଜନକ ଓ ଉଦ୍‌ବେଗପୂର୍ଣ୍ଣ। ପରିସଂଖ୍ୟାନ କହେ, ଦେଶର ବେକାର ସଂଖ୍ୟା ୪୦ ପ୍ରତିଶତ।
ଆଉ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୭-୧୮ରେ ଭାରତର ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇ ୪୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ୍‌ ଏହି ସମୟରେ ସବୁଠାରୁ କମ୍‌ ଲୋକ ନିଯୁକ୍ତି ପାଇଛନ୍ତି। ସରକାରଙ୍କ ପ୍ରମୁଖ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି), ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଏବଂ ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ବିଗତ ୪ ବର୍ଷ ମଧ୍ୟରେ ୩୮ ପ୍ରତିଶତ କମ୍‌ ନିଯୁକ୍ତି ସୃଷ୍ଟି କରିଛନ୍ତି। ୨୦୧୪-୧୫ରେ ଉପରୋକ୍ତ ସଂସ୍ଥା ୧ ଲକ୍ଷ ୩୦ ହଜାର ଯୁବତୀଯୁବକଙ୍କୁ ରୋଜଗାର ଦେଇଥିତ୍ବା ବେଳେ ୨୦୧୭-୧୮ରେ ୭୦,୮୦୫କୁ ଖସିଆସିଛି। ବିଡ଼ମ୍ବନାର କଥା ହେଲା, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ବ୍ୟାପକ ପଦବୀ ଖାଲି ପଡିଥିବା ବେଳେ ସେଗୁଡିକ ପୂରଣ କରାଯାଉନାହିଁ। ମାତ୍ର ଆହୁରି ଦୁଃଖଦ କଥା, ସରକାର ଏହା ସ୍ବୀକାର କରିବାକୁ ରାଜି ନୁହନ୍ତି। ଅପରନ୍ତୁ ବାହୁସ୍ଫୋଟ ମରାଯାଇ କୁହାଯାଉଛି ଯେ, ଦେଶରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ‘ବାହାପିଆଙ୍କ ବାରବାଟି ଚାଷ’ ବ୍ୟତୀତ ଏହା ବା ଆଉ କ’ଣ ହୋଇପାରେ?
କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଯୁବତୀଯୁବକଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହାର ନିଷ୍ଠୁର ବାସ୍ତବତା ଯୁବତୀଯୁବକ ଏବଂ ତାଙ୍କ ହତଭାଗ୍ୟ ମାତାପିତା ଅଙ୍ଗେ ନିଭାଉଛନ୍ତି। ଏପରି କି ପକୁଡିବାଲାଙ୍କୁ ନିଯୁକ୍ତି ପରିସରକୁ ଆଣି ସରକାର ରୋଜଗାର ସୁଯୋଗର ଯେଉଁ ନୂଆ ପରିଭାଷା ସୃଷ୍ଟି କଲେ, ତାହା ହାସ୍ୟାସ୍ପଦ ଓ ଲଜ୍ଜାଜନକ। ପ୍ରତ୍ୟେକ ଯୁବ ନାଗରିକଙ୍କ ଆଗରେ ସକାରାତ୍ମକ ଉପାୟରେ ଅର୍ଥ ଉପାର୍ଜନର ସମ୍ଭାବନା ଥିଲେ ସେ ଲକ୍ଷ୍ୟଭ୍ରଷ୍ଟ ହେବେନାହିଁ। ଯଦି ରାଷ୍ଟ୍ର ଯୁବଶକ୍ତିଙ୍କ ପାଇଁ ଚାକିରି ବା ଔଦ୍ୟୋଗିକ ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହେବନାହିଁ, ସେମାନେ ହୁଏତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ବିଭିନ୍ନ ପ୍ରଲୋଭନର ଶିକାର ହୋଇ ବଞ୍ଚି ରହିବାକୁ ବାଧ୍ୟ ହେବେ। ଆଜିର ‘ବେକାରି’ ସରକାର ଓ ସମାଜ ପାଇଁ ଏକ ସତର୍କ ଘଣ୍ଟି। ସମାଧାନରେ ବିଳମ୍ବ ହେଲେ ବିସ୍ଫୋରଣ ଅବଶ୍ୟମ୍ଭାବୀ।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri