Advertisement

ଆଳୁ, ପିଆଜ ଚିନ୍ତା: ଅଧିକ ଗଚ୍ଛିତ କଲେ ବ୍ୟବସାୟୀଙ୍କୁ ହେବ ଦଣ୍ଡ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଗତ ୩ ମାସ ହେବ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି। ଖୁଚୁରା ବଜାରରେ କିଲୋ ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ନୂଆ ପିଆଜ ମାର୍କେଟକୁ ସେତେ ପରିମାଣରେ ଆସି ନାହିଁ। ତୁର୍କିରୁ ମଗାଯାଇଥିବା ପିଆଜ ମଧ୍ୟ ବଜାର ଚାହିଦା ମେଣ୍ଟାଇ ପାରୁ ନାହିଁ। ଫଳରେ ଖାଉଟିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳୁ ଦର ମଧ୍ୟ ଗତ କିଛିଦିନ ହେବ ବୃଦ୍ଧି ପାଇଛି। ଆଳୁ ଓ ପିଆଜ ଗଚ୍ଛିତ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି ଲେଖିଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଭୁବନେଶ୍ୱର ଅଞ୍ଚଳରେ ହୋଲସେଲରମାନେ ସର୍ବାଧିକ ୧ ହଜାର କୁଇଣ୍ଟାଲ ଆଳୁ ଓ ୫୦୦ କୁଇଣ୍ଟାଲ ପିଆଜରୁ ଅଧିକ ଗଚ୍ଛିତ ରଖି ପାରିବେ ନାହିଁ । ସେହିପରି କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରେ ହୋଲସେଲରମାନେ ୫୦୦ କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ନିଜ ଗୋଦାମରେ ରଖି ପାରିବେ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଥିବା ହୋଲସେଲରମାନେ ୩୦୦ କୁଇଣ୍ଟାଲ ଆଳୁ ଓ ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ। ସେହିପରି କଟକ, ରାଉରକେଲା, ଖୁଚୁରା ବ୍ୟବସାୟୀମାନେ ନିଜ ଦୋକାନରେ ୪୦ କୁଇଣ୍ଟାଲ ଆଳୁ ଏବଂ ୨୦ କୁଇଣ୍ଟାଲ ପିଆଜ ଏବଂ ଅନ୍ୟାନ୍ୟ ଅଞ୍ଚଳର ଦୋକାନୀମାନେ ୧୫ କୁଇଣ୍ଟାଲ ଆଳୁ ଓ ୮ କୁଇଣ୍ଟାଲରୁ ଅଧିକ ପିଆଜ ଗଚ୍ଛିତ କରି ପାରିବେ ନାହିଁ। ଯଦି ଏହି ଗାଇଡ ଲାଇନକୁ କୌଣସି ବ୍ୟବସାୟୀ ଅଣଦେଖା କରିବେ ତେବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗାଣ ଅଧିକାରୀମାନେ ନିୟମିତ ଭାବେ ହୋଲସେଲ ଓ ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଯୁକ୍ତ ଦୁଇ ସିଟ୍‌: ୧୨ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ...

କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ...

୨୪୬ ସାମ୍ପୁଲରେ ଓମିକ୍ରନ ନାହିଁ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲ୍‌ଏସ୍‌ ଆସିଥିବା ୨୪୬ ସାମ୍ପୁଲରେ ଓମିକ୍ରନ ଭାରିଏଣ୍ଟ ନାହିଁ। ଏ ନେଇ ଆଇଏଲ୍‌ଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ଆସିଥିବା...

ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି...

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି...

‘ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ମହାପ୍ରଭୁଙ୍କ...

ବଦଳି ନିୟମ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହୋଇଥାଏ। ସର୍ବୋଚ୍ଚ ପ୍ରଶାସନ ଏବଂ ଅନ୍ୟ ପେସାଗତ ବୃତ୍ତିରେ ଏହା ନିୟମିତ...

Advertisement
Archives

Model This Week