ଆଲିପୁର ସରପଞ୍ଚ ପଦବୀ ଅସିଦ୍ଧ ଘୋଷଣା

ଆସିକା,୨୬ା୨(ଡି.ଏନ୍‌.ଏ.) – ଆସିକା ବ୍ଲକ ଆଲିପୁର ପଞ୍ଚାୟତ ନିର୍ବାଚନକୁ ନେଇ ହୋଇଥିବା ଏକ ମାମଲାର ବିଚାରକରି ମଙ୍ଗଳବାର ଆସିକାର ଅତିରିକ୍ତ ଜିଲାଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ସରପଞ୍ଚ ସନ୍ତୋଷ କୁମାର ଜେନାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ନିର୍ବାଚନରେ ସନ୍ତୋଷଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ମନୋଜ କୁମାର ନାହାକଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସନ୍ତୋଷ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ା ତେବେ ତାଙ୍କର ୩ ସନ୍ତାନ ଥିବା ଦର୍ଶାଇ ପ୍ରତିଦ୍ୱନ୍ଦ୍ୱୀ ମନୋଜ ଆସିକା କନିଷ୍ଠ ଦେୱାନୀ ବିଚାରପତିଙ୍କ ଅଦାଲତରେ ଅଭିଯୋଗ କରିଥିଲେ ା ଅଦାଲତ ଏହି ମାମଲାର ବିଚାର କରି ନିର୍ବାଚନକୁ ଅବୈଧ ଘୋଷଣା କରିବା ସହ ପୁନର୍ବାର ନିର୍ବାଚନ କରିବା ଲାଗି ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ରାୟକୁ ନେଇ ସନ୍ତୋଷ ଆସିକା ଅତିରିକ୍ତ ଜିଲା ଜଜ୍‌ଙ୍କ ଅଦାଲତରେ ଅପିଲ କରିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ମନୋଜ ମଧ୍ୟ କ୍ରସ ଅପିଲ ଦାଏର କରିଥିଲେ ା ମଙ୍ଗଳବାର ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଜଜ୍‌ ନିମ୍ନ ଅଦାଲତ ଦେଇଥିବା ରାୟକୁ କାଏମ ରଖିବା ସହ ପ୍ରତିଦ୍ୱନ୍ଦ୍ୱୀ ମନୋଜଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ତୋଷଙ୍କ ପକ୍ଷରୁ ଆଇନଜୀବୀ ରବି କୁମାର ପାତ୍ର ଓ ମନୋଜଙ୍କ ପକ୍ଷରୁ ନାରାୟଣ ମୁନି
ମାମଲା ପରିଚାଳନା କରୁଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କ୍ରଶରରୁ ଚୋରି କରି ବନ୍ଧା ହେଲେ ୭ ଅଭିଯୁକ୍ତ

ପାରଳାଖେମୁଣ୍ଡିି,୨୩ା୬(ଡି.ଏନ୍‌.ଏ.): ମୋହନା ଥାନା ବନ୍ଧାଗୁଡା ଗାଁରେ ଥିବା ଏକ କ୍ରଶରରୁ ଚୋରି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି l ସେମାନେ ହେଲେ ବନ୍ଧାଗୁଡା...

୨ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିକୁ ନେଇ ଲୋକେ ଛାନିଆ

କପ୍ତିପଦା,୧୨ା୫(ଡି.ଏନ.ଏ)- ସୁରତ ଫେରନ୍ତା ଲିଙ୍କ୍‌ରେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୟର ବାତାବରଣ ସୃଷ୍ଟି ହେବା...

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା: ରିଟେଲର ନିଲମ୍ବିତ

ତିହିଡ଼ି,୪।୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରିଟେଲର ମୁରଲୀଧର ମାଝୀଙ୍କୁ ଉପଜିଲାପାଳ ନିଲମ୍ବନ କରିଛନ୍ତି। ଉପଜିଲାପାଳଙ୍କ...

ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ...

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ...

ବିରଳ ପକ୍ଷୀ ଉଦ୍ଧାର

ବାଲିଗୁଡ଼ା,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନର ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିବାବେଳେ...

ଆଜି ସ୍ନାନଯାତ୍ରା

ପୁରୀ ଅଫିସ, ୫ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ...

ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ

ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର...

Advertisement
Archives

Model This Week