ଆର.ଉଦୟଗିରି, ନୂଆଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ: ଲୋକେ ହନ୍ତସନ୍ତ

ଆର.ଉଦୟଗିରି,୧ା୫(ଡି.ଏନ.ଏ.)- ଗଜପତି ଜିଲାର ଆର.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ କାଟ ସମସ୍ୟା ଲାଗି ରହିଛି। ଆର.ଉଦୟଗିରି ବ୍ଲକର ୧୫ ଗଁା ଓ ନୂଆଗଡ ବ୍ଲକର ୧୯ ଗଁା ସହ ଅନ୍ୟାନ୍ୟ ଗ୍ରାମରେ ବର୍ଷତମାମ ବିଦ୍ୟୁତ୍‌ କାଟ ହେଉଛି। ଘଣ୍ଟାକୁ ୩୦ ରୁ ୪୦ ମିନଟ ବିଦ୍ୟୁତ୍‌ କାଟ ହେବା ଦ୍ୱାରା ଗ୍ରାହକ ତଥା ବ୍ୟବସାୟ, ବ୍ୟାଙ୍କ, ବ୍ଲକ, ତହସିଲି ଅଫିସ ଓ ପିଲାମାନଙ୍କର ପାଠପଢାରେ ଅସୁବିଧା ହେଉଛି। ଏନେଇ ବିଦ୍ୟୁତ ବିଭାଗକୁ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ପଚାରିଲେ ଆମେ ବିଦ୍ୟୁତ କାଟୁନୁ ମୋହନା ଗ୍ରିଡ୍‌ରୁ କଟାଯାଉଛି ବୋଲି କହିଛନ୍ତି । ନୂଆଗଡରେ ବିଦ୍ୟୁତ୍‌ କଟିଲେ ବିଏସ୍‌ଏନ୍‌ଏଲ ଟ୍ରାୱାର ଫେଲ୍‌ ହେଉଛି। ଫଳରେ ବ୍ଲକ ଓ ତହସିଲ ଅଫିସରେ କାମ କରିବାରେ ଅସୁବିଧା ହେଉଛି। ବଡପଦା ଅଫିସରେ ଦୀର୍ଘ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡିଛି। ଏହାର ଦାୟିତ୍ୱରେ ଆର.ଉଦୟଗିରି ସହକାରୀ ଯନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି। ଏହି ଦୁଇଟି ଦାୟିତ୍ୱ ତୁଲାଇବିରେ ଅସୁବିଧା ହେଉଛି। ବିଦ୍ୟୁତ୍‌ ଜନିତ ଅସୁବିଧା ହେଲେ ଲୋକେ ବଡପଦା ଇଲେକ୍ଟ୍ରିି ଅଫିସରେ କାହାକୁ ନ ପାଇ ନିରାଶରେ ଫେରୁଛନ୍ତି। ଏନେଇ ବିଦ୍ୟୁତ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଏପରି ବିଦ୍ୟୁତ୍‌ କଟିବା କଥା ନୁହେଁ। କାହିଁକି ବାରମ୍ବାର ଏହା ହେଉଛି ପଚାରି ବୁଝିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ମରାମତି ପାଇଁ ଦାବି

ମାଲକାନଗିରି,୨୬।୧୦(ଡି.ଏନ.ଏ.):  ସରକାରୀ ସ୍ତରରେ ପଛୁଆ ଅଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ବହୁ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ପ୍ରଶାସନିକ ସ୍ତରରେ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ...

କାମରେ ଲାଗୁନି ଏନଏସିର ଭେଣ୍ଡିଂ ଜୋନ୍‌

ଚମ୍ପୁଆ,୨୫ା୧(ଡି.ଏନ.ଏ)- ଚମ୍ପୁଆ ଏନଏସି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ଓ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ନିମନ୍ତେ ବର୍ଷେ ତଳେ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ୍‌ ଅଦ୍ୟାବଧି...

‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ...

୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ

ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ...

୨୩ରେ ଅନୁଗୋଳ-ଭୁବନେଶ୍ୱର ବସ୍‌ ବନ୍ଦ

ଅନୁଗୋଳ ଅଫିସ, ୪।୧୨: କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ଶେଷ ହେଉନାହିଁ। ଏପରି କି କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବାରୁ ରାସ୍ତା ଶୋଚନୀୟ...

ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ...

ଏସ୍‌ଏଚ୍‌ଜି କିଣିବେ ଲଘୁ ବନଜାତ ଦ୍ରବ୍ୟ

ସମ୍ବଲପୁର,୧୮।୫(ବ୍ୟୁରୋ): ଆଦିବାସୀମାନେ ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ହେଲେ ଉପଯୁକ୍ତ ବଜାର ନ ଥିବାରୁ ବନଜାତ ଦ୍ରବ୍ୟର ଅଭାବୀ...

Advertisement
Archives

Model This Week