ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଲୋକାର୍ପିତ କରି କହିଛନ୍ତି ଯେ, ଉଦ୍ଭିଦ ସଂରକ୍ଷଣ ଓ ଗବେଷଣା ହେଉଛି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାର ଅନନ୍ୟ ଉଦ୍ଭିଦ ସମ୍ପଦର ସଂରକ୍ଷଣ ଦିଗରେ ଏହା ନିରବଚ୍ଛିନ୍ନ ଭାବରେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସୁଛି। ରାଜ୍ୟର ବନ୍ୟ ଅର୍କିଡ୍‌ର ସଂରକ୍ଷଣ ଓ ବଂଶବୃଦ୍ଧି ସହ ବ୍ୟବସାୟିକ ଗୁରୁତ୍ବ ଥିବା ହାଇବ୍ରିଡ୍‌ ଅର୍କିଡ୍‌ ଉପରେ ଗବେଷଣା ଏହି ଅନୁଷ୍ଠାନର ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆମ ରାଜ୍ୟର ଜଙ୍ଗଲ ବିଶେଷ କରି ଶିମିଳିପାଳ, ମହେନ୍ଦ୍ରଗିରି, ସିଂହରାଜୁ, ମାଲ୍ୟଗିରି ଓ କେଉଁଝର ଜଙ୍ଗଲରେ ୧୪୮ ପ୍ରଜାତିର ଅର୍କିଡ୍‌ ଦୃଷ୍ଟିଗୋଚର ହୋଇଥାଏ। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ୯୩ଟି ବନ୍ୟ ଅର୍କିଡ୍‌ ଓ ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ରହିଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ବଟାନିକାଲ୍‌ ଗାର୍ଡେନରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏହି ଅର୍କିଡାରିୟମ୍‌ କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶରେ ଅନନ୍ୟ ଓ ସର୍ବବୃହତ୍‌। ଏହି ଅର୍କିଡାରିୟମ୍‌ କୃଷକ, ଗବେଷକ, ବୈଜ୍ଞାନିକ, ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୭୩ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଏହି ଅର୍କିଡାରିୟମ୍‌ ରାଜ୍ୟର ଉଦ୍ଭିଦପ୍ରେମୀଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ଭାବେ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ସପ୍ତାହରେ ୨ ବହି ପ୍ରକାଶ କରି ବିଶ୍ୱ ରେକର୍ଡ ହାସଲ କଲେ ଶୁଭସ୍ମିତା

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲା…

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

୬ ନଭେମ୍ୱର ଯାଏଁ ଚମକିବ ଭାଗ୍ୟ, ତ୍ରିଗ୍ରହୀ ଯୋଗରୁ ଏହି ୩ ରାଶିଙ୍କ ପ୍ରବଳ ଧନଲାଭ!

ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ତିନୋଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନଭେମ୍ୱର ୬ ତାରିଖରେ ଶୁକ୍ର ଗ୍ରହ ତୁଳା ରାଶିରୁ କନ୍ୟା ରାଶିକୁ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?