ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି। ବୁଧବାର ଓଡ଼ିଶାର ପିଲାମାନଙ୍କ ପରୀକ୍ଷା ଥିବାରୁ ଏହି ଦୁଇଟି ଟ୍ରେନର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରେ ଭୁବନେଶ୍ୱରରୁ ଛାଡ଼ୁଥିବା ଟ୍ରେନଗୁଡିକରେ ମାତ୍ରାଧିକ ଭିଡ ଆଶଙ୍କା କରି ଭୁବନେଶ୍ୱରରୁ କୋରାପୁଟ ଓ ପୁରୀଠାରୁ ସମ୍ବଲପୁର ଯାତ୍ରା କରିବ। ପ୍ରଥମ ଟ୍ରେନଟି ବୁଧବାର ରାତି ୮ଟାରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରୁ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡ଼ା ମାର୍ଗ ଦେଇ କୋରାପୁଟ ଯାତ୍ରା କରିବ। ଦକ୍ଷିଣ ଓଡ଼ିଶା ସହ କଳାହାଣ୍ଡି ଜିଲାର ପରୀକ୍ଷାର୍ଥୀ ଏହି ଟ୍ରେନରେ ଯାତ୍ରା କରିପାରିବେ। ଦ୍ୱିତୀୟଟି ବୁଧବାର ପୁରୀଠାରୁ ରାତି ୧୧ଟାରେ ଛାଡ଼ି ଭୁବନେଶ୍ୱର, ଢ଼େଙ୍କାନାଳ ଓ ଅନୁଗୁଳ ଦେଇ ସମ୍ବଲପୁର ଯାତ୍ରା କରିବ। ଏହି ଟ୍ରେନରେ ପଶ୍ଚିମ ଓଡ଼ିଶାରୁ ଆସିଥିବା ପରୀକ୍ଷାର୍ଥୀ ସୁବିଧାରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଖୋର୍ଦ୍ଧାରୋଡ଼-ଖଡ଼ଗପୁର ସୁପର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଅପରାହ୍ନ ୪.୪୫ ପରିବର୍ତ୍ତେ ୭.୩୦ରେ ଛଡ଼ାଯିବ। ଏଥିରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଅଞ୍ଚଳର ପରୀକ୍ଷାର୍ଥୀ ଉପକୃତ ହେବେ। କେବଳ ପରୀକ୍ଷାର୍ଥୀ ନୁହେଁ ଏହି ଟ୍ରେନରେ ସାଧାରଣ ଯାତ୍ରୀ ମଧ୍ୟ ଯାତ୍ରା କରିପାରିବେ। ଟିକଟ କାଉଣ୍ଟର କିମ୍ବା ମୋବାଇଲ ଯୋଗେ ଏହି ଟିକଟ କରିହେବ ବୋଲି ରେଳପଥ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଉତ୍ତରାଖଣ୍ଡରୁ ଆସିବାକୁ ଥିବା ପିଲାମାନଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ଟ୍ରେନ କରାଯିବାକୁ ଯୋଜନା କରାଯାଉଛି। ଭୁବନେଶ୍ୱରରୁ ଖଡ଼ଗପୁର ପର୍ଯ୍ୟନ୍ତ ଏହି ଟ୍ରେନଟି ଚଳାଚଳ କରିବା ପାଇଁ ଚିନ୍ତା କରାଯାଉଛି। ଏହାଦ୍ୱାରା ଭୁବନେଶ୍ୱର ଷ୍ଟେଶନରୁ ଗହଳି କମିବା ସହ ପରିଚାଳନା ମଧ୍ୟ ସହଜରେ ହୋଇପାରିବ। ଆର୍ମି ପରୀକ୍ଷା ଆରମ୍ଭ ହେବା ଦିନରୁ ରେଲଓ୍ବେ ପାଇଁ ଏହା ଏକ ମୁଣ୍ଡବିନ୍ଧା କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri