ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍‌ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ରାଜ୍ୟ ସରକାର ଏବଂ ୧୨୦ ବାଟାଲିୟନ ଅଧିକାରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।

ରାଜଧାନୀରେ ଆଗକୁ ଏଭଳି ସାକ୍ଷାତକାରର ଆୟୋଜନ କରା ନ ଯାଉ। ସମ୍ବେଦନଶୀଳ ସ୍ଥାନ ଥିବାରୁ ରାଜଧାନୀରେ ଏଭଳି ଇଣ୍ଟରଭ୍ୟୁ ନ କରିବାକୁ ସେ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଗ୍ରାମାଞ୍ଚଳ କିମ୍ବା କୌଣସି ଉପଯୁକ୍ତ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି। ଏନେଇ ତୁରନ୍ତ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରକାଶଯୋଗ୍ୟ, ସୋମବାର ଅପରାହ୍ନରେ କେତେଜଣ ପରୀକ୍ଷାର୍ଥୀ ଆଇଜି ପାର୍କରେ ଜନ୍ମଦିନ ପାଳୁଥିବା ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ଫଳରେ ଉକ୍ତ ଯୁକ ଗୁରୁତର ହୋଇଥିଲେ। ଏହାକୁ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ମଙ୍ଗଳବାର ଷ୍ଟେଶନରେ କିଛି ପରୀକ୍ଷାର୍ଥୀ ଆତଙ୍କ ଖେଳାଇଥିଲେ। ସେମାନେ ଜବରଦସ୍ତ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ଜିଆର୍‌ପି ଓ ଆର୍‌ପିଏଫ୍‌ ଯବାନମାନେ ଲାଠି ଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକ ତଥା ପ୍ରଯୋଜକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୩।୧ (ବ୍ୟୁରୋ): ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ହେତୁ...

୩ରେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶ୍ରୀମନ୍ଦିର ସ୍ଥିତି ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବେ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)ର ମିଳିତ ବିଶେଷଜ୍ଞ...

ବଢିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢିବନି ବିଦ୍ୟୁତ୍‌ ଦର। ଏନେଇ ଗୁରୁବାର ଖବରଦାତା ସମ୍ମିଳନୀରେ ଓଇଆର୍‌ସି ସଚିବ ସୂଚନା ଦେଇଛନ୍ତି।ପୂର୍ବବର୍ଷ ଭଳି ଶୂନରୁ ୫୦...

ଆଜିଠୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୭।୨(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ସୋମବାରଠାରୁ ପୁଣି ଓପିଡି ସେବା ଆରମ୍ଭ ହେବ। ସମସ୍ତ ବିଭାଗ କୋଭିଡ୍‌ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ...

ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ...

ପିଆଜ ଦର ବୃଦ୍ଧି ନେଇ ଜିଲାପାଳଙ୍କୁ ଯୋଗାଣ ସଚିବଙ୍କ ଚିଠି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଗୁରୁତର ସହ ବିଚାର କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ପିଆଜ ଦର...

ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି।...

୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ...

Advertisement
Archives

Model This Week