ଆରୋଗ୍ୟ ସେତୁ ଆପ୍‌ ଉପରେ ପାକିସ୍ତାନ ହ୍ୟାକରର ନଜର

ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାରେ ପଛଘୁଞ୍ଚା ଦେଉନାହିଁ। ସୂଚନାଯୋଗ୍ୟ, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ନାମକ ଏକ ଆପ୍‌ ତିଆରି କରାଯାଇଛି। ଯାହାକୁ ଏବେ ସରକାରୀ ସ୍ତର ଓ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ଆପ୍‌ ଭଳି ନକଲି ଆପ୍‌ ତିଆରି କରି ଡାଟା ଚୋରି କରିବାକୁ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ। କାରଣ ଫୋନରେ ବ୍ୟକ୍ତିଙ୍କ ସମସ୍ତ ସୂଚନା ରହୁଥିବାରୁ ଏବେ ଏହା ଉପରେ ପାକିସ୍ତାନ ହ୍ୟାକର ନଜର ରହିଛି ବୋଲି ମହାରାଷ୍ଟ୍ର ସାଇବର ସିକ୍ୟୁରିଟି ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ପାକିସ୍ତାନ ହ୍ୟାକର ଏକ ନକଲି ଆରୋଗ୍ୟ ସେତୁ ଆପ୍‌ ତିଆରି କରିଛି। ଏହି ଆପ୍‌କୁ ଇନ୍‌ଷ୍ଟୋଲ କରିବା ମାତ୍ରେ ବ୍ୟକ୍ତିଙ୍କ ଫୋନରେ ଥିବା ସମସ୍ତ ଡାଟାକୁ ହ୍ୟାକର ଚୋରି କରିନେବେ। ଏହି ଆପ୍‌କୁ ୨୦୨୦ ଏପ୍ରିଲରେ ଲଞ୍ଚ କରାଯାଇଥିଲା। ହେଲେ ବର୍ତ୍ତମାନ ପୁଣିଥରେ ଏହି ନକଲି ଆପ୍‌ର ନୂଆ ଭର୍ସନ ଲଞ୍ଚ କରାଯାଇଛି ବୋଲି ମହାରାଷ୍ଟ୍ର ସାଇବର ସିକ୍ୟୁରିଟିର ଆଇଜି ଯଶସ୍ବୀ ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ

ବରୀ,୨୭ା୪(ସ୍ବ.ପ୍ର.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ର ୨ଜଣ ଡାକ୍ତରଙ୍କୁ ସୋମବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ବରୀ...

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

କୋଲକତା,୧୮।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା...

ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟିର ଗହଣା ଜବତ

ନୂଆଦିଲ୍ଲୀ,୧୧।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ୧୩୫୦ କୋଟି ଟଙ୍କାର ଗହଣାକୁ ଜବତ କରିଥିବା ଜଣାପଡ଼ିଛି। ୨୩୦୦ କିଲୋ ଗ୍ରାମର ପଲିସ...

ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ

କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍‌ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା...

ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ମେଟ୍ରୋ ଟ୍ରେନ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସହ ଲଢିବାକୁ ଏବେ ସମସ୍ତେ ପ୍ରସ୍ତୁତ। ଏହାର ଭୟାବହତା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାକୁ ନେଇ ସାରା...

ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ...

ପୁଣି କଂଗ୍ରେସରେ ଗୋଷ୍ଠୀକନ୍ଦଳ

ଡେରାଡୁନ,୨୨।୧୨: ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଚିନ୍ତା ବଢିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କଂଗ୍ରେସ ସଂଗଠନ...

Advertisement
Archives

Model This Week