ଆରୋଗ୍ୟ ସେତୁ ଆପ୍‌ରେ ପ୍ରିଭେସି ବିପନ୍ନ ଆଶଙ୍କା

ନୂଆଦିଲ୍ଲୀ,୧୬ା୪: କୋଭିଡ୍‌-୧୯ ଲଢ଼େଇ ଦିଗରେ ଆରୋଗ୍ୟ ସେତୁ ଆପ୍‌ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ମାତ୍ର ଏହି ଆପ୍ଲିକେଶନରେ ବ୍ୟକ୍ତିଗତ ପ୍ରିଭେସି ବିପନ୍ନ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏପ୍ରିଲ ୧୪ରେ ଦେଶବାସୀଙ୍କୁ ଆହ୍ବାନ କରି ମୋଦି କହିଛନ୍ତି ଯେ, ଏହି ଆପ୍ଲିକେଶନକୁ ସମସ୍ତେ ଡାଉନଲୋଡ କରିବା ଆବଶ୍ୟକ। ଅନ୍ୟମାନଙ୍କୁ ଉକ୍ତ ଆପ୍ଲିକେଶନ ଡାଉନଲୋଡ କରିବାକୁ ମଧ୍ୟ ଉତ୍ସାହିତ କରିବାକୁ ସେ ମତ ରଖିଛନ୍ତି। ଏହି ଆପ୍ଲିକେଶନଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଏପ୍ରିଲ ୨ରେ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ୧ କୋଟି ଡାଉନଲୋଡ ସ୍ତର ଛୁଇଁଛି। ଏହି ଆପ୍ଲିକେଶନର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମତଃ ଭାଷାଗତ ଭାବେ ବିଚାର କଲେ ଆପ୍ଲିକେଶନର କ୍ଲାଉଡରେ ସଂରକ୍ଷିତ ହୋଇ ରହୁଥିବା ବ୍ୟକ୍ତିଗତ ତଥ୍ୟ ଶେୟାର କରାଯାଇପାରିବ। ମେଡିକାଲ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ଏହା ଶେୟାର ହୋଇପାରେ।
ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ (ଜିଡିପିଆର୍‌)ର ପ୍ରିଭେସି ନୀତିକୁ ଏହା କିଛି କ୍ଷେତ୍ରରେ ଠିକ୍‌ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ଆପ୍ଲିକେଶନ ପ୍ରସ୍ତୁତକାରୀଙ୍କୁ ଏହି ଆପ୍‌ରେ ବିଭିନ୍ନ କ୍ଷେତ୍ରରେ ଏହା ଆଶ୍ୱସ୍ତି ମିଳୁଥିବାର ଦେଖାଯାଏ। ୟୁରୋପିଆନ ୟୁନିୟନ ପକ୍ଷରୁ ପ୍ରିଭେସି ନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ସାରା ବିଶ୍ୱର ଦେଶଗୁଡିକ ମାନିଥାନ୍ତି ବୋଲି ସେଣ୍ଟର ଫର୍‌ ଇଣ୍ଟରନେଟ ଆଣ୍ଡ ସୋସାଇଟିର ପଲିସି ଅଫିସର ମୀରା ସ୍ବାମୀନାଥନ କହିଛନ୍ତି। ପ୍ରକୃତ ପକ୍ଷେ କେଉଁ ଡାଟା ସଂଗ୍ରହ କରାଯିବ, ଡାଟା କେତେ ସମୟ ଯାଏ ସଂରକ୍ଷିତ ହୋଇ ରହିବ, ଏହାକୁ କିଭଳି ବ୍ୟବହାର କରାଯିବ ଏବଂ ଡାଟା ଶେୟାରିଂ କ୍ଷେତ୍ରରେ ସ୍ବଚ୍ଛତା ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଠାରେ ଦିଆଯାଇ ନାହିଁ। ଯଦି ୟୁଜରଙ୍କ ଡାଟା ବେଆଇନ ଭାବେ ଆକ୍‌ସେସ୍‌ କରାଯାଏ ତେବେ ସରକାର ସେ ନେଇ ଦାୟୀ ରହିବେ ନାହିଁ ବୋଲି ଆରୋଗ୍ୟ ସେତୁର ଟର୍ମ ଅଫ୍‌ ୟୁଜ ବା ବ୍ୟବହାର ସମ୍ପର୍କିତ ଡାଟାରେ କୁହାଯାଇଛି।
ସ୍ବାମୀନାଥନ ପୁଣି କହିଛନ୍ତି ଯେ, ଜିଡିପିଆର୍‌ ଗାଇଡନାଇନରେ ଏମିିତି କିଛି ନିୟମ ରହିଛି ଯାହା ଭାଷା ସହ ସମ୍ପର୍କ ରଖିଥାଏ। ସଂଗ୍ରହ ହୋଇଥିବା ଡାଟା ସହ କ’ଣ କରାଯିବ ତାକୁ ମଧ୍ୟ ନିୟମ ଅଧୀନରେ ବିଚାର କରାଯାଇଥାଏ। ସେହିଭଳି ଆରୋଗ୍ୟ ସେତୁ ଆପ୍ଲିକେଶନର ସିଙ୍ଗାପୁର ଭିତ୍ତିକ ଆପ୍‌ ଟ୍ରେସ୍‌ ଟୁଗେଦର ସହ ସାମଞ୍ଜସ୍ୟ ରଖିଛି। ଟ୍ରେସ୍‌ ଟୁଗେଦରକୁ ମାର୍ଚ୍ଚ ୨୧ରେ ଶୁଭାରମ୍ଭ କରାଯାଇଛି। ସିଙ୍ଗାପୁର ସରକାରଙ୍କ ଏକ କମ୍ପାନୀ ପ୍ରସ୍ତୁତ କରିଛି। କଣ୍ଟ୍ରାକ୍ଟ ଠାବ କରିବା ଲାଗି ଟ୍ରେସ ଟୁଗେଦର ବ୍ଲୁଟୁଥ୍‌ ବ୍ୟବହାର କରୁଥିବା ବେଳେ ଆରୋଗ୍ୟ ସେତୁ ଆପ୍‌ ଜିପିଏସ୍‌ ଲୋକେଶନ ବ୍ୟବହାର କରିଥାଏ। ଅପରପକ୍ଷରେ ଏହି ଦୁଇ ଆପ୍ଲିକେଶନରେ ପ୍ରିଭେସି ନୀତିକୁ ନେଇ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଟ୍ରେସ ଟୁଗେଦର ଆପ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସ୍ବଳ୍ପ ସଂଖ୍ୟକ ଡାଟା ସଂଗ୍ରହ କରାଯିବ ଏବଂ ଅନାବଶ୍ୟକ ଡାଟା ସଂଗ୍ରହକୁ ବାଦ ଦିଆଯିବ। ଅପରପକ୍ଷରେ ଆରୋଗ୍ୟ ସେତୁରେ ସୂଚନା ପ୍ରଘଟ ହେଲେ ମଧ୍ୟ ସରକାର ଦାୟୀ ରହିବେ ନାହିଁ, ଯାହା ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତିରେ ରାଜ୍ୟ ସରକାରଗୁଡିକ ପକ୍ଷରୁ କ୍ୱାରାଣ୍ଟାଇନ ମନିଟରିଂ, ହେଲ୍‌ଥ ଟ୍ରାକିଂ ଭଳି ଦିଗରେ ବ୍ୟବହାର ହେଉଥିବା କୋଭିଡ-୧୯ ଭିତ୍ତିକ ଆପ୍‌ଗୁଡ଼ିକ ପ୍ରିଭେସି ନିୟମକୁ ଠିକ୍‌ ଭାବେ ଧ୍ୟାନ ଦେଉ ନ ଥିବା ବିଶେଷଜ୍ଞ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri