ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଦୋନ୍ନତି ପାଇବାକୁ ଆଶା ରଖିଥିବା କର୍ମଚାରୀମାନଙ୍କର ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି। ପୂର୍ବ ଘୋଷଣା ମୁତାବକ ୬ଟି ସ୍ଥାନରେ ଆବେଦନଗୁଡ଼ିକର ଶୁଣାଣି ହୋଇଥିଲା। ପ୍ରଥମ ଦିବସରେ ୪୦୨ ଆବଦେନର ଶୁଣାଣି କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଥିବା ବେଳେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଗୋପବନ୍ଧୁ ଏକାଡେମୀ ସମ୍ମିଳନୀ କକ୍ଷ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର କୃଷିଭବନ ସମ୍ମିଳନୀ କକ୍ଷ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା କଳିଙ୍ଗ ଷ୍ଟାଡିୟମ କନଫରେନ୍ସ ହଲ୍‌, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଏସ୍‌ଆଇଆରଡି କନଫରେନ୍ସ ହଲ୍‌, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ଇଡ୍‌କୋ ପଞ୍ଚମ ମହଲା କନ୍‌ଫରେନ୍ସ ହଲ୍‌ରେ ଶୁଣାଣି କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ୧୧୭ଟି ମାମଲାର ଶୁଣାଣି କରିଥିବା ବେଳେ ଉନ୍ନୟନ କମିଶନର ଉଚ୍ଚଶିକ୍ଷା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ୧୦୧, କୃଷି ଉତ୍ପାଦନ କମିଶନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୩୦, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଅର୍ଥ ବିଭାଗର ୫୦, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କୃଷି, କୃଷକ ସଶକ୍ତୀକରଣ ଏବଂ ସଂସଦୀୟ ବ୍ୟାପାର ବିଭାଗର ୩୯ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଆଇନ ବିଭାଗର ୬୫ଟି ଆବେଦନର ଶୁଣାଣି କରିଛନ୍ତି।
ପ୍ରଥମ ପର୍ଯ୍ୟାୟର ଅବଶିଷ୍ଟ ଦୁଇଦିନ ଚଳିତ ମାସ ୨୯ ଓ ଫେବୃୟାରୀ ୩ରେ ଅନୁଷ୍ଠିତ ହେବ। ଅଦାଲତର ସ୍ଥାନ ଓ ସମୟ ସମାନ ରହିବ। ବୁଧବାର ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ସ୍କୁଲ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଶ୍ରମ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ, ଶକ୍ତି, ହସ୍ତତନ୍ତ ଓ ବୟନ ଶିଳ୍ପ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏସ୍‌ସି,ଏସ୍‌ଟି ଉନ୍ନୟନ, ନଗର ଓ ଗୃହ ଉନ୍ନୟନ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭାଗର ଶୁଣାଣି ହେବ। ନିର୍ଦ୍ଧାରିତ ସମୟରେ ଆବେଦନକାରୀମାନେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଗଣେଶ ପାତ୍ର କହିଛନ୍ତି।
ଅଦାଲତ ପରେ ଖବରଦାତାମାନଙ୍କର ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ମଙ୍ଗଳବାର ବିଭିନ୍ନ ଅଦାଲତରେ ୪୦୨ ଜଣ ସରକାରୀ କର୍ମଚାରୀ ପଞ୍ଜୀକୃତ ହୋଇଥିଲେ। ଅଦାଲତଗୁଡିକରେ ସମସ୍ତ ଦରଖାସ୍ତର ଶୁଣାଣି କରାଯାଇ ଆବଶ୍ୟକ ନିର୍ଦ୍ଦେଶନାମା ଦିଆଯାଇଛି। ସମ୍ପୃକ୍ତ ବିଭାଗଗୁଡିକ ନିର୍ଦ୍ଦେଶାନୁଯାୟୀ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ। ଏପରି ଅଦାଲତ ପ୍ରଶାସନିକ ସଂସ୍କାର ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାଦ୍ୱାରା ବିଭିନ୍ନ ଅଦାଲତରେ ଥିବା ମକଦ୍ଦମା ସଂଖ୍ୟା ହ୍ରାସ ପାଇବ। ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ନ୍ୟାୟୋଚିତ ପ୍ରାପ୍ୟ ମିଳି ପାରିବ। ଏହି ପ୍ରକ୍ରିୟା ସହ ଜଡିତ ବରିଷ୍ଠ ଅଧିକାରୀଙ୍କ ସହ ଏକ ଅନୁଶୀଳନାତ୍ମକ ଆଲୋଚନା କରାଯିବ। ସେଥିରୁ ପ୍ରାପ୍ୟ ନିଷ୍କର୍ଷକୁ ଆଗାମୀ ଦିନରେ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?