ଆରତି ମାଉସୀଙ୍କ ‘ଭୋଜନାଳୟ’

ଭୋଗରାଇ, ୨୧।୩(ପ୍ରଦୀପ ଦାସ)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖ ଭାଗରେ ରହିଛି ଏକ ଭୋଜନାଳୟ। ବାହାରେ ନାହଁ ଅନ୍ୟ ଭୋଜନାଳୟ ଭଳି କିଛି ଚାକଚକ୍ୟ। ନଡ଼ା ଛପର ମିଶା ଆଜବେଷ୍ଟସ ଘର। ଏହା ଭିତରେ ଚାଲିଥିବା ଭୋଜନାଳୟ ଗ୍ରାହକଙ୍କ ଲାଗି ଆକର୍ଷଣ ସାଜିଛି। ୭୦ବର୍ଷର ବୃଦ୍ଧା ଆରତିଙ୍କ ହାତରନ୍ଧା ଖାଇବା ଲାଗି ଏଠି ଗ୍ରାହକମାନେ ଭିଡ଼ ଜମାଇଥାନ୍ତି । ଅନେକ ତାଙ୍କୁ ଶ୍ରଦ୍ଧାରେ ଆରତି ମାଉସୀ ଡାକିଥାନ୍ତି।
ଆରତି ବୃଦ୍ଧା ହୋଇଥିଲେ ବି ନିତିଦିନ ପରିଶ୍ରମ କରି ରୋଷେଇ କାର୍ଯ୍ୟ କରିଥାନ୍ତି। ଅସୁସ୍ଥତା ପାଖରେ କେବେ ବି ହାର ମାନି ନାହାନ୍ତି। ତାଙ୍କ ଶ୍ରମଦାନ ଓ ପରିବାର ପ୍ରତି ତ୍ୟାଗ ଯୋଗୁ ଉକ୍ତ ଭୋଜନାଳୟ ଉପରେ ୫ ପ୍ରାଣୀ ନିର୍ଭର କରି ଚଳୁଛନ୍ତି। ମହିଳାମାନେ ବୋଝ ନ ହୋଇ ପରିବାରକୁ ବି ରୋଜଗାରର ବାଟ ଦେଖାଇ ପାରନ୍ତିି ତାହା ସେ ପ୍ରମାଣ କରି ଦେଖାଇଛନ୍ତି ।
ସେ କୁହନ୍ତି, ବିବାହ ପରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ସ୍ବାମୀଙ୍କ ସହିତ ମିଶି ରୋଜଗାର ପାଇଁ ସେ ଘରୁ ଗୋଡ଼ କାଢ଼ିଥିଲେ। ସେ ସମୟରେ ବ୍ରାହ୍ମଣ କୁଳର କୌଣସି ମହିଳା ବାହାରକୁ ଗୋଡ଼ କାଢ଼ିବା ସହଜ ନ ଥିଲା। ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ଆରତି ସ୍ବାମୀଙ୍କ ସହିତ ରୋଜଗାର କରି ଛୁଆପିଲାଙ୍କ ଲାଗି ଦାନାକନା ଯୋଗାଡ଼ କରିବା ଲକ୍ଷ୍ୟରେ ୫୦ବର୍ଷ ପୂର୍ବେ ଜଳେଶ୍ୱରରେ ଏକ ଭୋଜନାଳୟ ଆରମ୍ଭ କରିଥିଲେ। ସେତେବେଳେ ପ୍ରତି ମିଲ୍‌ର ଦାମ୍‌ ଥିଲା ୫୦ ପଇସା। ଦୁଃଖକଷ୍ଟେ ପରିବାର ପୋଷଣ କରୁଥିବା ଏହି ଦମ୍ପତି ସେଠାରୁ ଭୋଗରାଇ ଆସି ଥାନା ଛକରେ ଏକ ଭୋଜନାଳୟ ଖୋଲିଥିଲେ। ପରେ ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ପରେ ଦରଦାମ୍‌ ବଢିବା ଯୋଗୁ ଏବେ ୫୦ ଟଙ୍କାରେ ପ୍ରତି ମିଲ ବିକ୍ରି କରୁଛନ୍ତି। ଭୋଗରାଇରେ ଦୀର୍ଘ ୪୦ରୁ ଊର୍ଦ୍ଧ୍ୱ ବର୍ଷ ରହଣି କାଳ ମଧ୍ୟରେ ସେ ଭୋଜନାଳୟରୁ ରୋଜଗାର କରି ଦେହୁର୍ଦ୍ଦାଠାରେ ୧୨ ଡିସିମିଲର ଏକ ଜାଗା କିଣି ପକ୍କାଘର କରିବା ସହିତ ଦୁଇଝିଅଙ୍କୁ ବିବାହ ଦେବା ପରେ ପୁଅ ବାହାଘର କରି ନାତୁଣୀଙ୍କୁ ନେଇ ସଂସାର ଚଳାଉଛନ୍ତି। ସ୍ବାମୀ ଖୁଦିରାମ ଦାଶ ଆରପାରିକୁ ଚାଲିଯିବା ପରେ ଆରତି ଏବେ ପରିବାରର ସବୁ କଥା ବୁଝିବା ସହ ଭୋଜନାଳୟର କାର୍ଯ୍ୟକୁ ମୁଖ୍ୟ ଭାବେ ପରିଚାଳନା ଓ ତଦାରଖ କରୁଛନ୍ତି। ତାଙ୍କ ପୁଅ, ବୋହୂ ଓ ଦୁଇନାତି ସହାୟତା କରୁଛନ୍ତି।
ଆରତିଙ୍କ କହିବା ହେଲା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ରଖିଲେ ଯେ କୌଣସି କାର୍ଯ୍ୟରେ ସଫଳତା ମିଳିବ। ଜୀବନ ଜିଇବାର ସଂଘର୍ଷ ଭିତରେ ବଞ୍ଚିବାରେ ଭିନ୍ନ ଆନନ୍ଦ ଥାଏ । ତାଙ୍କ ଭୋଜନାଳୟ ପରିବାରର ୫ଜଣଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ସେ ବିଛଣା ତ୍ୟାଗ କରି ପୁଅ, ବୋହୂ, ନାତିଙ୍କୁ ନେଇ ଦୋକାନରେ ପହଞ୍ଚିଯାଆନ୍ତି। ଏହି ଭୋଜନାଳୟକୁ ସେ ‘ଲକ୍ଷ୍ମୀ’ ଭାବି କାର୍ଯ୍ୟ କରିଥାନ୍ତି। ୫୦ଟଙ୍କାରେ ଭାତ ସହିତ ମାଛ ଝୋଳ, ଖଟା ଓ ଅନ୍ୟାନ୍ୟ ୫ ପ୍ରକାର ତରକାରି ଖାଉଟିଙ୍କୁ ଦେଇଥାନ୍ତି। ଏଥିସହିତ ମାଛଭଜା ସାଙ୍ଗକୁ ମାଛମଞ୍ଜିକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି, ଯାହାର ସ୍ବାଦ ନିଆରା। ଦୈନିକ ହାରାହାରି ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଉକ୍ତ ଭୋଜନାଳୟରୁ ରୋଜଗାର ହୋଇପାରୁଛି। ବିବାହ ଉତ୍ସବ ଏବଂ ଆନୁଷ୍ଠାନିକ କାର୍ଯ୍ୟ ଲାଗି ରୋଷେଇ ବରାଦ ମିଳିଲେ ଅଧିକ ରୋଜଗାର ହୋଇଥାଏ। ସେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିବାରୁ ଏବଂ ତାଙ୍କ ତରକାରି ଭିନ୍ନ ସ୍ବାଦର ହୋଇଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତିମାନେ ତାଙ୍କ ଭୋଜନାଳୟ ଆସି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। କୌଣସି ଦୀନଦୁଃଖୀ ବା ଭୋକିଲା ଲୋକଙ୍କୁ ଦେଖିଲେ ସେ ବିନାମୂଲ୍ୟରେ ଖାଇବାକୁ ଦେଇଥାନ୍ତି। କର୍ମଦକ୍ଷତା ଓ ମହତପଣିଆ ଲାଗି ଆରତି ଏଠି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?