ଆମ୍ବୁଲାନ୍ସକୁ ବାଟ ଛାଡୁ ନ ଥିବା ଗାଡ଼ିଚାଳକ ଗଣିବେ ଜରିମାନା

ଭୁବନେଶ୍ୱର, ୧୫।୨ (ବ୍ୟୁରେ): ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ(ଓଡି-୩୩ଓ୍ବାଇ-୬୦୧୯) ଫସିଯିବା ଯୋଗୁ ଶିଶୁପୁତ୍ର ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ କମିଶନରେଟ ପୋଲିସ ଉପରେ ଦୋଷ ଲଗାଯାଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଥିଲେ। ତେବେ ଘଟଣା ଦିନ ଆମ୍ବୁଲାନ୍ସ ହସ୍ପିଟାଲରେ ପହଞ୍ଚିବାରେ ମାତ୍ରାଧିକ ବିଳମ୍ବ ହୋଇ ନ ଥିବା ପୋଲିସ ସଫେଇ ଦେଇଥିଲେ ମଧ୍ୟ ତାହାକୁ କେହି ବିଶ୍ୱାସ କରି ନ ଥିଲେ। ଏନେଇ କମିଶନରେଟ୍‌ ପୋଲିସ ଶୁକ୍ରବାର ଟୁଇଟ୍‌ କରି ସିସିଟିଭି ଫୁଟେଜ୍‌ ଆଧାରିତ ସମୟ ଜଣାଇଛି। ତଦନୁଯାୟୀ ଉକ୍ତ ଆମ୍ବୁଲାନ୍ସକୁ ରାଜଭବନ ଛକରୁ ବାହାରି କିମ୍ସ ହସ୍ପିଟାଲରେ ପହଞ୍ଚିବା ପାଇଁ ମୋଟ ୧ ଘଣ୍ଟା ୨୦ ମିନିଟ୍‌ ନୁହେଁ ୨୨ମିନିଟ୍‌ ୩୮ ସେକେଣ୍ଡ ସମୟ ଲାଗିଥିବା ଟୁଇଟ୍‌ରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆମ୍ବୁଲାନ୍ସକୁ ବାଟ ଛାଡ଼ୁ ନ ଥିବା ଗାଡ଼ିଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ତେଣୁ ଉକ୍ତ ଗାଡ଼ିଚାଳକମାନେ ବାଟ ଛାଡ଼ୁ ନ ଥିବା ସମୟର ଭିଡିଓ ପୋଲିସ କିମ୍ବା ଆର୍‌ଟିଓ ନିକଟକୁ ପଠାଇବାକୁ ଟ୍ରାଫିକ୍‌ ଡିସିପି ନାଥ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଆମ୍ବୁଲାନ୍ସକୁ ବାଟ ଛାଡ଼ି ନ ଥିବା ୩ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ଡିସିପି ନାଥ କହିଛନ୍ତି।
ସୂଚନାଥାଉ କି, ଟ୍ରାଫିକ୍‌ ଭିଡ଼ ଯୋଗୁ ଆମ୍ବୁଲାନ୍ସ ଏକ ଘଣ୍ଟା ୨୦ ମିନିଟ୍‌ରେ କିମ୍ସ ହସ୍ପିଟାଲରେ ପହଞ୍ଚିଥିଲା ବୋଲି ମୃତ ଶିଶୁଙ୍କ ବାପା ନୀରୋଦ ନାୟକ କହିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମିଥ୍ୟା ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏପରି କି ସେ ‘ସାମ୍ବାଦିକମାନେ ଜ୍ଞାନୀ ହୁଅନ୍ତୁ, ସବୁଦିଗକୁ ଲକ୍ଷ୍ୟ କରି ଖବର ପରିବେଷଣ କରନ୍ତୁ’ ବୋଲି କହିଛନ୍ତି। ଟୁଇଟ୍‌ରେ ଦର୍ଶାଯାଇଛି ଯେ, ଆମ୍ବୁଲାନ୍ସଟି କ୍ୟାପିଟାଲ ହସ୍ପିଟାଲରୁ ବାହାରି ଏଜି ଛକ ଦେଇ ଯାଇ ନ ଥିଲା। ବରଂ ରାଜଭବନ ଛକରେ ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ୪୦ ସେକେଣ୍ଡରେ ଗତି କରିଥିଲା। ସେହଭଳି ୧୨୦ ବାଟାଲିୟନ ଛକରେ ୧୦ଟା ୨ମିନିଟ୍‌ ୩୭ ସେକେଣ୍ଡ ଏବଂ ନାଲ୍‌କୋ ଛକରେ ୧୦ଟା୧୦ ମିନିଟ୍‌ ୨୯ ସେକେଣ୍ଡରେ ପାସ୍‌ କରିଥିଲା। କିମ୍ସରେ ୧୦ଟା ୨୪ ମିନିଟ୍‌ ୧୮ ସେକେଣ୍ଡରେ ପହଞ୍ଚିଥିଲା।
ପୂର୍ବରୁ ଟ୍ରାଫିକ ଜାମ୍‌ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଆମ୍ବୁଲାନ୍ସ ଡ୍ରାଇଭର ଆଲୋକ ଖୁଣ୍ଟିଆ କହିଥିଲେ। ହେଲେ ଏବେ ସେ ନିଜର ବୟାନ ବଦଳାଇଛି। ସେ କହିଛନ୍ତି ଯେ, ୨୨ ମିନିଟ୍‌ ଲାଗିଥିଲା କିମ୍ସରେ ପହଞ୍ଚିବାକୁ। କିନ୍ତୁ ଶିଶୁଙ୍କ ବାପା ବାରମ୍ବାର ଗାଡ଼ିରୁ ବାହାରି ଲୋକଙ୍କୁ ହଟାଉଥିଲେ। ତାଙ୍କୁ ଗାଡିରୁ ନ ଓହ୍ଲାଇବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ ବୋଲି ଆଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

ଦେବଗଡ଼ରେ ବଢିଲା ଖରାଦିନ ସ୍କୁଲ ଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ…

ଦେବଗଡ,୧୮।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୦ ତାରିଖ ଯାଏ ବଢ଼ିଲା ଖରାଦିନ ସ୍କୁଲ ଛୁଟି ଅବଧି। ଗ୍ରୀଷ୍ମ ପ୍ରବାହ ଯୋଗୁ…

ପାଣିପାଗ ବିଭାଗର ସୂଚନା, ବର୍ଷା ନେଇ ଏହି ୨୧ ଜିଲାକୁ ୱାର୍ନିଂ

ଭୁବନେଶ୍ୱର,୧୮।୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ। ତେବେ ମୌସୁମୀ ଓ…

କେସିଙ୍ଗାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ, ମିଳିବ ଏତିକି ଚାଉଳ

କେସିଙ୍ଗା,୧୮।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବୁଧବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ସମୟ, କେଉଁଠି ଛୁଟି ତ କେଉଁଠି ସକାଳୁଆ କ୍ଲାସ୍…

ଭୁବନେଶ୍ୱର,୧୮।୬: ଓଡ଼ିଶାର ବିଭିନ୍ନ ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରାଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। କେତେକ ଜିଲା ଗ୍ରୀଷ୍ମକାଳୀନ ଛୁଟି…

୧୪୩ କୋଟିର ସମ୍ପତ୍ତି ସହ କୋଟି କୋଟିର ଋଣ! ଜାଣନ୍ତୁ ଉଦ୍ଧବ ଠାକରେଙ୍କ ନେଟଓ଼୍ବର୍ଥ…

ମୁମ୍ୱାଇ,୧୮।୬: ଉଦ୍ଧବ ଠାକରେ ନିଜ ଦଳରେ ବିଭାଜନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ସେ କେତେ କୋଟି ସମ୍ପତ୍ତିର ମାଲିକ…

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri