ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ସେମାନଙ୍କ ପ୍ରବେଶ ବନ୍ଦ ଲାଗି ଟ୍ରମ୍ପ୍‌ ସୀମାରେ ପାଚେରି ନିର୍ମାଣ କରାଉଛନ୍ତି। ହେଲେ କରୋନା ଯୋଗୁ ସ୍ଥିତି ବଦଳିଯାଇଛି। ଏବେ ମେକ୍ସିକୋ ବାସିନ୍ଦା ଆମେରିକୀୟଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। କରୋନା ସଂକ୍ରମଣ ଭୟରେ ଆମେରିକା ସହ ଥିବା ସୀମାକୁ ବନ୍ଦ କରିଦେଇଛନ୍ତି ମେକ୍ସିକୋର ଜନସାଧାରଣ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏପରିସ୍ଥଳେ କୋଭିଡ୍‌-୧୯ ପରୀକ୍ଷା କରି ନ ଥିବା କୌଣସି ଆମେରିକୀୟ ଯଦି ମେକ୍ସିକୋ ଚାଲିଆସନ୍ତି, ତେବେ ସେଠାରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ। ଏହି ଆଶଙ୍କାରେ ମେକ୍ସିକୋ ବିକ୍ଷୋଭକାରୀମାନେ ଆମେରିକା ସହ ଥିବା ଏକ ସୀମାନ୍ତ କ୍ରସିଂକୁ ବନ୍ଦ କରିଦେଇଛନ୍ତି। ବୁଧବାର କ୍ରସିଂ ଚେକ୍‌ ପଏଣ୍ଟ ବନ୍ଦ କରିବା ପରେ ଆରିଜୋନା ସୀମାକୁ ଲାଗିଥିବା ସୋନୋରାର ବାସିନ୍ଦା ମେକ୍ସିକୋ ଭିତରକୁ ଆମେରିକୀୟଙ୍କୁ ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, ମେକ୍ସିକୋରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଥିବାବେଳେ ଆମେରିକାରେ ତାହା ୬୫,୦୦୦ ଅତିକ୍ରମ କଲାଣି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଲାଗି ମେକ୍ସିକୋ ବାସିନ୍ଦା ଚାହୁଁଛନ୍ତି। ମେକ୍ସିକୋରେ ପ୍ରବେଶ କରିବାକୁ ଚାହୁଁଥିବା ଆମେରିକୀୟଙ୍କର କୋଭିଡ୍‌-୧୯ ପରୀକ୍ଷା ପରେ ଅନୁମତି ଦେବାକୁ ସୋନୋରାନ୍ସ ଫର୍‌ ହେଲ୍‌ଥ ଆଣ୍ଡ ଲାଇଫ୍‌ ସଂଗଠନ ପକ୍ଷରୁ ଦାବି କରାଯାଇଛି। କରୋନା ବିରୋଧରେ ଯଥେଷ୍ଟ ପ୍ରତିକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡର ସମାଲୋଚିତ ହୋଇଛନ୍ତି। ଆମେରିକା ସହ ସୀମାକୁ ସମ୍ପୂର୍ଣ୍ଣ ସିଲ୍‌ କରିବା ଲାଗି ଉକ୍ତ ସଂଗଠନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍‌…

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ,...

ପାକିସ୍ତାନରେ ୧୩ ବର୍ଷର ହିନ୍ଦୁ ଯୁବତୀଙ୍କୁ ମଦ ପିଆଇ ବଳାତ୍କାର

ଇସଲାମାବାଦ,୯।୬: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ୧୩ ବର୍ଷ ବୟସ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଡନ୍‌...

ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌, ପଠାଇଥିଲେ ଏମିତି ମେସେଜ

ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍‌କୁ ବୋରିସ୍‌ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍‌ କମିଙ୍ଗ୍‌ସ...

ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ...

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ...

ଟ୍ରମ୍ପଙ୍କ ବିରୋଧରେ ଚାଲିବ ମାମଲା

ନ୍ୟୁୟର୍କ,୩୧।୩: ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ମାମଲାରେ ଟ୍ରମ୍ପଙ୍କ ଅଡୁଆ ଆହୁରି ବୃଦ୍ଧି ପାଇଛି। ଏହି ମାମଲାରେ ଏବେ ତାଙ୍କ ନାଁରେ ମୋକଦ୍ଦମା ଚାଲିବ।...

ଶେଷ ହେବ ଇମ୍ରାନଙ୍କ ଗେମ୍‌!

ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର...

Advertisement
Archives

Model This Week