ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ସେମାନଙ୍କ ପ୍ରବେଶ ବନ୍ଦ ଲାଗି ଟ୍ରମ୍ପ୍‌ ସୀମାରେ ପାଚେରି ନିର୍ମାଣ କରାଉଛନ୍ତି। ହେଲେ କରୋନା ଯୋଗୁ ସ୍ଥିତି ବଦଳିଯାଇଛି। ଏବେ ମେକ୍ସିକୋ ବାସିନ୍ଦା ଆମେରିକୀୟଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। କରୋନା ସଂକ୍ରମଣ ଭୟରେ ଆମେରିକା ସହ ଥିବା ସୀମାକୁ ବନ୍ଦ କରିଦେଇଛନ୍ତି ମେକ୍ସିକୋର ଜନସାଧାରଣ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏପରିସ୍ଥଳେ କୋଭିଡ୍‌-୧୯ ପରୀକ୍ଷା କରି ନ ଥିବା କୌଣସି ଆମେରିକୀୟ ଯଦି ମେକ୍ସିକୋ ଚାଲିଆସନ୍ତି, ତେବେ ସେଠାରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ। ଏହି ଆଶଙ୍କାରେ ମେକ୍ସିକୋ ବିକ୍ଷୋଭକାରୀମାନେ ଆମେରିକା ସହ ଥିବା ଏକ ସୀମାନ୍ତ କ୍ରସିଂକୁ ବନ୍ଦ କରିଦେଇଛନ୍ତି। ବୁଧବାର କ୍ରସିଂ ଚେକ୍‌ ପଏଣ୍ଟ ବନ୍ଦ କରିବା ପରେ ଆରିଜୋନା ସୀମାକୁ ଲାଗିଥିବା ସୋନୋରାର ବାସିନ୍ଦା ମେକ୍ସିକୋ ଭିତରକୁ ଆମେରିକୀୟଙ୍କୁ ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, ମେକ୍ସିକୋରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଥିବାବେଳେ ଆମେରିକାରେ ତାହା ୬୫,୦୦୦ ଅତିକ୍ରମ କଲାଣି। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଲାଗି ମେକ୍ସିକୋ ବାସିନ୍ଦା ଚାହୁଁଛନ୍ତି। ମେକ୍ସିକୋରେ ପ୍ରବେଶ କରିବାକୁ ଚାହୁଁଥିବା ଆମେରିକୀୟଙ୍କର କୋଭିଡ୍‌-୧୯ ପରୀକ୍ଷା ପରେ ଅନୁମତି ଦେବାକୁ ସୋନୋରାନ୍ସ ଫର୍‌ ହେଲ୍‌ଥ ଆଣ୍ଡ ଲାଇଫ୍‌ ସଂଗଠନ ପକ୍ଷରୁ ଦାବି କରାଯାଇଛି। କରୋନା ବିରୋଧରେ ଯଥେଷ୍ଟ ପ୍ରତିକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡର ସମାଲୋଚିତ ହୋଇଛନ୍ତି। ଆମେରିକା ସହ ସୀମାକୁ ସମ୍ପୂର୍ଣ୍ଣ ସିଲ୍‌ କରିବା ଲାଗି ଉକ୍ତ ସଂଗଠନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri