Posted inଖେଳ

ଆମେରିକାରେ ଫସି ରହିଛନ୍ତି ହକି କିମ୍ବଦନ୍ତୀ ଦିଓ୍ବାନ

ନୂଆଦିଲ୍ଲୀ,୧୦।୪ (ପି.ଟି.)-୧୯୭୫ ହକି ବିଶ୍ୱକପ୍‌ ବିଜେତା ତଥା କିମ୍ବଦନ୍ତୀ ଭାରତୀୟ ହକି ଖେଳାଳି ଆଶୋକ ଦିଓ୍ବାନ ଆମେରିକାରେ ଫସି ରହିଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଭ୍ରମଣ ଜନିତ କଟକଣା ଯୋଗୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଭାରତ ଆସିବା ପାଇଁ ସେ ଏବେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଛି। ଏ ନେଇ ସେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ମୁଖ୍ୟ ନରିନ୍ଦର ବାତ୍ରାଙ୍କୁ ଅବଗତ କରାଇଛନ୍ତି ଓ ନିଜ ସମସ୍ୟା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି।
ଗତ ସପ୍ତାହରେ କାର୍ଲିଫର୍ନିଆର ଏକ ହସ୍ପିଟାଲରେ ଜରୁରିକାଳୀନ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆମେରିକା ଯାଇଥିଲି ଓ ଏବେ ମୋର ଦେହ ଖରାପ ଅଛି। ଏଠାରେ ମୋର ଇନ୍‌ସ୍ୟୁରାନ୍ସ ମଧ୍ୟ ନାହିଁ। ମେଡିକାଲ ଖର୍ଚ୍ଚ ମଧ୍ୟ ଅତ୍ୟଧିକ ରହିଛି ବୋଲି ଚିଠି ଲେଖି ଦିଓ୍ବାନ ବାତ୍ରାଙ୍କୁ ଜଣାଇଛନ୍ତି। ପ୍ରଥମେ ଏପ୍ରିଲ ୨୦ ତାରିଖରେ ଏୟାର ଇଣ୍ଡିଆ ମାଧ୍ୟମରେ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ-୧୯ ମହାମାରୀ କାରଣରୁ ମୋ ଭ୍ରମଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଦିଓ୍ବାନ କହିଛନ୍ତି। ମୋର ଏହି ବାର୍ତ୍ତାକୁ କ୍ରୀଡ଼ାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପହଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି। ମୋର ଚେକ୍‌ ପାଇଁ ଏକ ହସ୍ପିଟାଲ୍‌ ଓ ସାନ୍‌ ଫ୍ରାନ୍ସିସ୍କୋରୁ ଭାରତ ଫେରିବା ପାଇଁ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।
ଭାରତ ଫେରିବା ପରେ ସବୁ ବିଲ୍‌ ପୈଠ କରିବାକୁ ସେ କଥା ମଧ୍ୟ ଦେଇଛନ୍ତି। ମୋ ଦେହ ଖରାପ ଥିବାରୁ ଏ ନେଇ ଶୀଘ୍ର ବ୍ୟବସ୍ଥା କରିବାକୁ ୧୯୭୫ ହକି ବିଶ୍ୱକପ୍‌ ହିରୋ କହିଛନ୍ତି। ଉଲ୍ଲେଖଥାଉ କି, ୧୯୭୬ ଅଲିମ୍ପିକ୍‌ ଟିମ୍‌ର ସଦସ୍ୟ ଦିଓ୍ବାନ ଗତ ଡିସେମ୍ବରରେ ଆମେରିକାର ସାକ୍ରେମେଣ୍ଟୋରେ ରହୁଥିବା ତାଙ୍କ ପୁଅ ନିକଟକୁ ଯାଇଥିଲେ। ତେବେ ସେ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ କାରଣରୁ ଫସି ରହିଛନ୍ତି ବାଲି ଦିଓ୍ବାନଙ୍କ ଝିଅ ଆରୁଷୀ କହିଛନ୍ତି। ଭାଇ ଅବିବାହିତ ଅଛନ୍ତି ଓ ତାଙ୍କ ଦେହ ହଠାତ୍‌ ଖରାପ ହୋଇଯାଇଛି। ଡାକ୍ତର ତାଙ୍କୁ ଗୋଟିଏ ମାସର ଔଷଧ ଦେଇଛନ୍ତି। ତେବେ ଏହା କାମ ଦେଉନି। ବାପା ତାଙ୍କ ମେଡିକାଲ ଇନ୍‌ସ୍ୟୁରାନ୍ସ ନେବାକୁ ଭୁଲି ଯାଇଛନ୍ତି ବୋଲି ଆରୁଷି ଓ ତାଙ୍କ ମା କହିଛନ୍ତି। ପୁଣି ଆମେରିକାରେ କରୋନା ଭାଇରସ ସଂକ୍ରମଣ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଆମ ପାଖରେ କିଛି ଉପାୟ ନାହିଁ। ତେଣୁ ସରକାର ଆମକୁ ସହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ଆରୁଷୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri