ଆମେରିକାରେ ଅଧିକ ନିବେଶ କର: ଟ୍ରମ୍ପ

ନୂଆଦିଲ୍ଲୀ, ୨୬-୨: ଆମେରିକାରେ ଭାରତୀୟ ବାଣିଜ୍ୟ ଗୋଷ୍ଠୀ ଅଧିକ ନିବେଶ କରୁ ବୋଲି ଏଠାରେ ଶିଳ୍ପ ଜଗତକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି। ଶିଳ୍ପଗୁଡିକ ଲାଗି ନିୟମ ସରଳୀକରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେଠାରେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ବିଦେଶୀ ନିବେଶ ବଢାଇବା ଉପରେ ଟ୍ରମ୍ପ ଗୁରୁତ୍ୱାରୋପ କରିଛନ୍ତି। ସିଇଓଙ୍କ ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଟ୍ରମ୍ପ ଭାରତୀୟ ଶିଳ୍ପ ଜଗତର ଲିଡରଙ୍କୁ ଭେଟିଛନ୍ତି। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଶିଳ୍ପ ନେତାଙ୍କୁ ପ୍ରତିଶ୍ରୁତି ଦେଇ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ଦିନରେ ଆମେରିକାରେ ନିବେଶ କ୍ଷେତ୍ରରେ ନିୟମ ବେଶ ଉନ୍ନତ ହେବ। ୟୁଏସ୍‌ରେ ନିବେଶ ଧାରା ନେଇ ଶିଳ୍ପ ଲିଡରମାନେ ଟ୍ରମ୍ପଙ୍କୁ ଏହି ଅବସରରେ ଅବଗତ କରାଇଛନ୍ତି। ସେ ଶିଳ୍ପ ଲିଡରଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇବା ସହ ସେଠାରେ ନିବେଶ ଏବଂ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।
ନିଯୁକ୍ତି ସୃଷ୍ଟି ଦିଗରେ ସରକାର କେବଳ ସହାୟତା କରିପାରିବେ। ମାତ୍ର ଶିଳ୍ପ ଜଗତ ପ୍ରକୃତ ପକ୍ଷେ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଳିତ ହୋଇ ଭାରତରେ କାର୍ଯ୍ୟକ୍ରମ ଜାରି ରହିଛି। ଏଠାରେ ନିଯୁକ୍ତି ସୃଷ୍ଟି ଲାଗି ଆମେ ଯୋଗଦାନ ରଖିଛୁ। ଆମେରିକାରେ ମଧ୍ୟ ଭାରତୀୟ କମ୍ପାନୀଗୁଡିକ ଏ ଦିଗରେ ଯୋଗଦାନ ରଖୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମତ ରଖି ଟ୍ରମ୍ପ କହିଛନ୍ତି ଯେ, ମୋଦି କଠୋର କିନ୍ତୁ ସେ ଜଣେ ସ୍ବତନ୍ତ୍ର ଏବଂ ଭଲ ମଣିଷ। ମୋଦି ବହୁତ ଭଲ କାମ କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି। ଭାରତ ସହ ଟ୍ରେଡ ଡିଲ୍‌ ନେଇ କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଭାବେ କିଛି କହି ନ ଥିବା ଜଣାପଡିଛି।
ଭାରତ ଗସ୍ତ କରି ଅତ୍ୟନ୍ତ କୃତଜ୍ଞ। ଭାରତ ଆସି ଭଲ ବ୍ୟବସାୟ କରିଛୁ ବୋଲି ବୋଲି ସେ ଏଠାରେ ମତ ରଖିଛନ୍ତି। ଭାରତ ଆମେରିକାଠାରୁ ୩ ବିଲିୟନ ଡଲାର ମୂଲ୍ୟର ହେଲିକପ୍ଟର କିଣିଥିବା ସେ ସ୍ପଷ୍ଟ କରିଛନ୍ତି। ଆମେରିକାରେ ମିଲିଟାରୀ, ସ୍ବାସ୍ଥ୍ୟ ସେବା ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ କାମ କରିଛୁ। ଏହା ଦ୍ୱାରା ବଜାର ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବେ ବୋଲି ଟ୍ରମ୍ପ ମତବ୍ୟକ୍ତ କରିଛନ୍ତି। ତାଙ୍କ ସମୟରେ ଆମେରିକା ଅର୍ଥନୀତିରେ ବିକାଶ ସାଧନ ହୋଇ ପାରିଛି। ଏହା ପୂର୍ବରୁ କେବେ ଏମିତି ହୋଇ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri