ଆମତ୍ପ୍ରଚାର ସର୍ବସ୍ବ ମଣିଷ

ଇବ୍ରାର ଖଁା

ଆମତ୍ପ୍ରଚାରରେ ନିମଗ୍ନ ମଣିଷ ଭୁଲିଯାଉଛି ଯେ ଜୀବନର ଲକ୍ଷ୍ୟ କେବଳ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟର ନିଃସ୍ବାର୍ଥପର ସେବା ଏବଂ ଉପକାର କରିବାରେ ତାହା ସାର୍ଥକ ହୋଇଥାଏ। ଏହା ହିଁ ମାନବାଦର ମୂଳମନ୍ତ୍ର, ଯାହାକି ମଣିଷକୁ ପଶୁଠାରୁ ଭିନ୍ନ ବୋଲି ପରିଭାଷିତ କରାଏ। ମାନବିକତାକୁ ଉଜାଗର କରିବା ପାଇଁ ସତ୍ୟ, ନିଷ୍ଠା ଓ ତ୍ୟାଗର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ବେଳେ ସେଥିରେ ଆତ୍ମପ୍ରଚାରର କୌଣସି ସ୍ଥାନ ନ ଥାଏ। ଉତ୍ସର୍ଗୀକୃତ ସେବା ମନୋବୃତ୍ତି ସାଙ୍ଗକୁ ହୃଦୟରେ ଭରି ରହିଥିବା ଉଦାରତା ମଣିଷକୁ ଦେବତାରେ ପରିଣତ କରିଦିଏ। କିନ୍ତୁ ଯେଉଁମାନେ ଆମତ୍ପ୍ରଚାରରେ ଲିପ୍ତ ରହି ଛଳନାତ୍ମକ ଭାବେ ମାନବ ସେବାର ଅଭିନୟ କରନ୍ତି ସେମାନେ ସାମାଜିକ ଜୀବନରେ କିଛି ସମୟ ପାଇଁ ସମ୍ମାନିତ ହୋଇପାରୁଥିଲେ ମଧ୍ୟ ଶେଷରେ ସେମାନଙ୍କ ଚିରତ୍ରର କୁତ୍ସିତ ଆଭିମୁଖ୍ୟ ଉଜାଗର ହୋଇ ଜନମାନସରେ ସେମାନେ ଅପଦସ୍ଥ ହେବା ସହ ସମାଜରେ ନିନ୍ଦିତ ହୁଅନ୍ତି। କିନ୍ତୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପଦପଦବୀରେ ନ ଥାଇ ମଧ୍ୟ ନିଜର ମହତ୍‌ କାର୍ଯ୍ୟ, ଉଦାରତାପୂର୍ଣ୍ଣ ଆଚରଣ, ସ୍ନେହ, କରୁଣାରେ ଭରା ହୃଦୟ ସହ ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠାରେ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ ଅତି ମାନବରେ ପରିଣତ ହୋଇଯାଇଛନ୍ତି। ନିଜକୁ ମାନବସେବା ପାଇଁ ଉତ୍ସର୍ଗ କରିଥିବା ଏହି ମହାନାୟକମାନେ କିଛି ପାଇବାର ଆଶା ନ ରଖି ସବୁ କିଛିକୁ ତ୍ୟାଗ କରିବାର ସଂକଳ୍ପ ନେଇ ଯେଉଁ କାର୍ଯ୍ୟମାନ ସମ୍ପାଦନ କରୁଥିଲେ ସେଥିରେ ସମାଜର ସମୂହ କଲ୍ୟାଣ ସାଧିତ ହେଉଥିଲା। ଏହି ଦୃଷ୍ଟିରୁ ସମଗ୍ର ସମାଜ ସେମାନଙ୍କୁ ନିଜର ଆଦର୍ଶ ଏବଂ ପୂଜ୍ୟ ଭାବେ ଗ୍ରହଣକରି ଏବେ ବି ମହିମାମଣ୍ଡିତ କରିଚାଲିଛି। କିନ୍ତୁ ଆଜିର ସମସ୍ୟା ବହୁଳ ସମାଜରେ ଆନ୍ତରିକତା ଥାଉ ବା ନ ଥାଉ ଲୋକଦେଖାଣିଆ ମନୋଭାବ ନେଇ କେତେଜଣ ତଥାକଥିତ ସାମାଜିକ କର୍ମୀ ନିଜକୁ ଜନସେବକ ରୂପେ ଉପସ୍ଥାପିତ କରି ନିଜ ଆମତ୍ପ୍ରଚାର ସହ ସେବା ନଁାରେ ଯେପରି ସ୍ବାର୍ଥ ସାଧନ ପାଇଁ ଉଦ୍ୟମ କରୁଛନ୍ତି ତାହା ସମାଜରେ ଦୁର୍ନୀତିକୁ ପରିବ୍ୟାପ୍ତ କରିବାରେ ସହାୟକ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
କୁହାଯାଏ ପ୍ରାଣିଜଗତରେ ମଣିଷ ହିଁ ସବୁଠାରୁ ଶ୍ରେଷ୍ଠ ଜୀବ। ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବା ପାଇଁ ଧନ ଆଉ କ୍ଷମତାର ଆବଶ୍ୟକତା ନ ଥାଏ। ଆବଶ୍ୟକତା ଥାଏ କେବଳ ମାନବିକତାରେ ପରିପୂର୍ଣ୍ଣ ଏକ ଦରଦୀ ହୃଦୟ , ଯାହା ବିପଦ ଆପଦ ବେଳେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ସାମିଲହୋଇ ନିଜର ସବୁ କିଛିକୁ ତ୍ୟାଗକରି ପୀଡ଼ିତ ଲୋକ ମୁହଁରେ ହସ ଫୁଟାଇବାକୁ ଯଥାସମ୍ଭବ ଉଦ୍ୟମ କରେ। ନିଷ୍ପେଷିତ, ନିରାଶ୍ରୟ, ବୁଭୁକ୍ଷୁ ଜନତାଙ୍କୁ ବଞ୍ଚତ୍ବାର ରାହା ଦେଖାଏ। ଏହି କାରଣରୁ ପୁଣ୍ୟାମତ୍ା ପଣ୍ଡିତ ଗୋପବନ୍ଧୁ ନିଜର ଏକମାତ୍ର ରୋଗଣା ଶିଶୁପୁତ୍ରକୁ ମରଣମୁହଁକୁ ଠେଲି ବନ୍ୟା ପୀଡ଼ିତ ହଜାର ହଜାର ଜନତାଙ୍କ ସେବା ପାଇଁ ବର୍ଷା ବତାସକୁ ଭୟ ନ କରି ଚୁଡ଼ା, ଚାଉଳ ଧରି ଘରୁ ବାହାରିଯାଇଥିଲେ। ଏମିତି ଆହୁରି ଅନେକେ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜିଲଗାଇ ବିପନ୍ନ ଲୋକମାନଙ୍କୁ ମରଣମୁହଁରୁ ଟାଣି ଆଣିବାକୁ ସକ୍ଷମ ହୋଇଛନ୍ତି। ସେମାନେ ପ୍ରଶଂସା ପଛରେ ନ ଧାଇଁ କିଛି ମହତ୍‌ କାର୍ଯ୍ୟ କରି ଯେଉଁ ଆମତ୍ସନ୍ତୋଷ ଲାଭ କରନ୍ତି ତାହା ତାଙ୍କ ପାଇଁ ପ୍ରଶଂସାଠାରୁ କାହିଁ କେତେ ଗୁଣ ଅଧିକ ମୂଲ୍ୟବାନ୍‌ ବୋଲି ବିବେଚିତ ହୋଇଥାଏ।
ପର ଆଗରେ ଦେଖେଇହେବାର ମନୋବୃତ୍ତି ଆମକୁ ପ୍ରଚାର ପାଇଁ ପ୍ରେରିତ କରୁଥିବାରୁ ଆମର କିଛିଟା ଉପଲବ୍ଧିକୁ ଅତିରଞ୍ଜିତ କରି ସମାଜ ଆଗରେ ବଖାଣି ଆମେ ଯେପରି ଆମତ୍ସନ୍ତୋଷ ଲାଭ ପାଇଁ ଉଦ୍ୟମ କରୁ ତାହା ନିରର୍ଥକ ମନେହୁଏ। କାରଣ ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବା ସାମାନ୍ୟ ପ୍ରଶଂସାର ଯେତିକି ମହତ୍ତ୍ୱ ଥାଏ ନିଜ ମୁଖରେ ନିଜର ଯେତେ ପ୍ରଶଂସା କଲେ ମଧ୍ୟ ତାହା ମୂଲ୍ୟହୀନ ହୋଇ ନିନ୍ଦାରେ ପରିଣତ ହୁଏ। ଯଦି ଅନ୍ୟମାନେ ଆମ କର୍ମର ମୂଲ୍ୟାୟନ କରି ଆମକୁ ସାଧୁବାଦ ଜଣାଇ ପ୍ରଶଂସା କରନ୍ତି ସେଥିରେ ଆମର ମାନସମ୍ମାନ ବୃଦ୍ଧି ପାଇଥାଏ। କିନ୍ତୁ ଆମତ୍ପ୍ରଶଂସା ସବୁବେଳେ ନିନ୍ଦା ସହ ସମାନ, ଏହା ସମସ୍ତଙ୍କ ପାଇଁ ବୁଝିବାର ଆବଶ୍ୟକତା ରହିଛି। ତେଣୁ ଆମତ୍ପ୍ରଚାର ସର୍ବସ୍ବ ମାନସିକତାକୁ ପରିହାରକରି ବ୍ୟକ୍ତିକୈନ୍ଦ୍ରିକ ଜୀବନରେ ନିଃସ୍ବାର୍ଥପର ମନୋଭାବ ନେଇ ଜନକଲ୍ୟାଣ କାର୍ଯ୍ୟରେ ନିଜ ଯୋଗଦାନକୁ ସୁନିଶ୍ଚିତ କରିପାରିଲେ ସମାଜର ଉନ୍ନତି ହେବ ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ-୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?