ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି, ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଓ ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ଆଲୋଚନାରେ ସ୍ଥାନ ପାଇଥିଲା। ଜି-୨୦ରେ ଜାପାନର ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଅକ୍ଟୋବରରେ ହେବାକୁ ଥିବା ନାରୁହିଟୋଙ୍କ ରାଜ୍ୟାଭିଷେକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ ବୋଲି ମୋଦି ଏହି ଅବସରରେ କହିଥିଲେ। ବର୍ଷ ଶେଷରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ମୋଦି ଭାରତ ଆସିବା ଲାଗି ଆବେଙ୍କୁ ଆମନ୍ତ୍ରଣ କରିଛନ୍ତି।
ବନ୍ଧୁରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଗଠନମୂଳକ ଓ ସଫଳ ହୋଇଛି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଲାଗି ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିବେ। ଦୁର୍ନୀତି ବିରୋଧୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହାର ଯଥେଷ୍ଟ ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏଥିସହ ବିଶ୍ୱ ବାଣିଜ୍ୟ ସମସ୍ୟା, ପାଣିପାଗ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ସ୍ଥାନ ପାଇବ। ମୋଦି- ଆବେଙ୍କ ମଧ୍ୟରେ ମୁମ୍ବାଇ- ଅହମଦାବାଦ୍‌ ହାଇସ୍ପିଡ୍‌ ରେଲଓ୍ବେ କରିଡର୍‌ ଓ ବାରାଣସୀରେ ଏକ ସମ୍ମିଳନୀ କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି। ପୂର୍ବୋତ୍ତର ଭାରତରେ ଜାପାନର କାର୍ଯ୍ୟକୁ ମୋଦି ପ୍ରଶଂସା କରିଥିଲେ। ପୁନଃ ଥଇଥାନ ଓ ପୁନଃନିର୍ମାଣ ଲାଗି ଦୁଇଦେଶ ଏକହୋଇ କାର୍ଯ୍ୟକରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।
ଡ୍ଟାପାନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତ ଗଠନରେ ଜାପାନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତି ଆସ୍ଥାଭାଜନ ହୋଇଥିବାରୁ ପ୍ରବାସୀ ଭାରତୀୟଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ସେ ସେଠାରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ଅନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକ୍ ପାଇଁ ଫସିଲେ ରଣଦୀପ ହୁଡା

ମୁମ୍ବାଇ, ୨୮।୫: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କୁ ମହଙ୍ଗା ପଡ଼ିଛି ଏକ ଜୋକ। ଏହି ଅଭିନେତା ୨୦୧୨ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବହୁଜନ ସମାଜବାଦି...

ଜେଲେନସ୍କିଙ୍କ ଦାବି କ୍ୱିଭରେ ମିଳିଲା ଆଉ ଏକ ସାମୁହିକ କବର

କ୍ୱିଭ,୩୦ ।୪: ୟୁକ୍ରେନର ମୁଖ୍ୟ ସହର କ୍ୱିଭ ଓବ୍ଲାଷ୍ଟରେ ଏକ ସାମୁହିକ କବର ମିଳିଥିବା ସୂଚନା ମିଳିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି...

ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍‌: ଭାରତ-ବ୍ରାଜିଲ୍‌ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !

ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ...

୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍‌ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…

ଜେରୁଜେଲମ୍‌, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।...

ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୨।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୨୬ ଦିନ ହେବ ଯୁଦ୍ଧ ଚାଲିଛି। ରୁଷିଆର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧ...

ଆଫଗାନିସ୍ତାନରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ

କାବୁଲ,୨୭।୧: ଆଫଗାନିସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବ ଗଜନି ଅଞ୍ଚଳର ଦେହ ୟାକ ଜିଲାରେ ସୋମବାର ଅପରାହ୍ନରେ ଏରିୟାନା ଆଫଗାନ ଏୟାରଲାଇନ୍ସର ବିମାନ...

ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି...

ଟିକା ନ ନେଲେ କାଫେ-ରେସ୍ତୋରାଁରେ ପ୍ରବେଶ ମନା

ପ୍ୟାରିସ,୧୮ ।୧: କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ଫ୍ରାନ୍ସ ସଂସଦରେ ନୂଆ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି...

Advertisement
Archives

Model This Week