Posted inଖେଳ

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ବର୍ଷର ଶେଷ ଗ୍ରାଁ ପ୍ରିର ଫାଇନାଲ ରେସ୍‌ରେ ସେ ୧:୩୪:୦୫.୭୧୫ ମିନିଟ ସମୟ ନେଇ ଶୀର୍ଷ ସ୍ଥାନରେ ରହିବା ସହ ଟାଇଟଲ ଜିତିଛନ୍ତି। ଏଥିସହିତ ୩୪ ବର୍ଷିୟ ହାମିଲଟନ କ୍ୟାରିୟରର ୮୪ତମ ବିଜୟ ହାସଲ କରିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ୨୧ଟି ରେସ୍‌ରେ ଅଂଶଗ୍ରହଣ କରି ସର୍ବାଧବକ ୧୧ତମ ଟାଇଟଲ ଜିତିଛନ୍ତି। ରେକର୍ଡ ୮୮ତମ ପୋଲ ପୋଜିସନରୁ ସେ ରେସ୍‌ ଆରମ୍ଭ କରି ସମସ୍ତଙ୍କୁ ପଛରେ ପକାଇଥିଲେ। ତାଙ୍କ ଠାରୁ ୧୭ ସେକେଣ୍ଡ ଅଧିକ ସମୟ ନେଇ ରେଡବୁଲର ମାର୍କ୍ସ ଭେର୍ଷ୍ଟାପ୍ପେନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ୪୩ ସେକେଣ୍ଡରୁ ଅଧିକ ସମୟ ନେଇ ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲେର୍କ ତୃତୀୟ ସ୍ଥାନାରେ ରହି ଅଭିଯାନ ଶେଷ କରିଛନ୍ତି। ସେହିପରି ଫିନଲାଣ୍ଡର ମର୍ସିଡିଜ ଡ୍ରାଇଭର ଭାଲଟାରୀ ବୋଟ୍ଟାସ ଚତୁର୍ଥ ଓ ଫେରାରିର ସେବାଷ୍ଟିଆନ ଭେଟେଲ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୬ଥର ବିଶ୍ୱ ଟାଇଟଲ ଜିତିଥିବା ହାମିଲଟନ ମୋଟ ୨୬ ପଏଣ୍ଟ ଅର୍ଜନ କରିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ମାଇକେଲ ସୁମାକର ହାମିଲଟନଙ୍କଠାରୁ ଅଧିକ ୭ଟି ବିଜୟ ହାସଲ କରି ୯୧ଟି ଟାଇଟଲ ଜତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ...

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ

ହାରରେ,୨୨।୬(ଏପି): ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶରେ କ୍ରୀଡ଼ା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପକ୍ଷରୁ ଜିମ୍ବାଓ୍ବେ କ୍ରିକେଟ୍‌ (ଜେଡ୍‌ସି) ବୋର୍ଡକୁ ବାସନ୍ଦ କରାଯାଇଛି। ସ୍ପୋଟର୍‌ସ...

ସମସ୍ତ ଫର୍ମାଟର ଟପ୍‌-୫ରେ କୋହଲି ଏକା

ଦୁବାଇ,୧୭।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ କ୍ରମାଗତ ଅର୍ଦ୍ଧଶକତ ହାସଲ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାର...

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ...

ବିଳାସପୂର୍ଣ୍ଣ କାର୍‌ କିଣିଲେ ଶ୍ରେୟାସ, ଦାମ୍‌ ଜାଣିଲେ…

ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍‌ଜି ଜି...

ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଲେ କୋହଲି

ଡର୍ହାମ,୨୧।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପିଠି ଜନିତ ସମସ୍ୟା ଲାଗି ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳୁ ନାହାନ୍ତି।...

ରାଗିଗଲେ ହରଭଜନ ସିଂ, କାହିଁକି ଜାଣନ୍ତୁ…

ଭାରତୀୟ ସ୍ପିନ୍‌ ବୋଲର ହରଭଜନ ସିଂ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଛନ୍ତି। ଅନେକ ସମୟରେ ସେ ସାମାଜିକ ପ୍ରସଙ୍ଗ...

Advertisement
Archives

Model This Week