ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ନିଜ ନାମ ତାଲିକାଭୁକ୍ତ କରାଇବା ପାଇଁ ଆବେଦନ ଲାଗି ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍‌ କାନ୍ଥରେ ଲାଗିଥିବା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ ପାଇଛି। ଆବେଦନପତ୍ର ଗ୍ରହଣ କରିବା ପାଇଁ କାର୍ଯ୍ୟାଳୟରେ ୨ଟି ବାକ୍ସ ରହିଛି। ଗୋଟିଏରେ ନାମ ତାଲିକାଭୁକ୍ତ କରିବା ଲାଗି ଓ ଅନ୍ୟଟିରେ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ନାମ ବାଦ୍‌ କରିବାକୁ ଆବେଦନପତ୍ର ଦାଖଲ କରାଯାଉଛି। ଗତ ୧୨ ତାରିଖରୁ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇଛି। ୩ ଦିନରେ ୧ ହଜାରରୁ ଅଧିକ ଆବେଦନପତ୍ର ଦାଖଲ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଶନିବାର ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୮୯ ହଜାର ଟଙ୍କା ଦାନ

ସାକ୍ଷୀଗୋପାଳ,୧୮।୪(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ପୁରୀ ଜିଲା ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ଗ୍ରାମବାସୀ ରାଜ୍ୟ କରୋନା ସାହାୟତା ପାଣ୍ଠିକୁ ୩୩ ହଜାର ୮୦ ଟଙ୍କା ଦାନ...

ସାନ ଭାଇଙ୍କୁ କୁରାଢ଼ିରେ ହାଣିଦେଲେ

ଠାକୁରମୁଣ୍ଡା,୯।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଧୀନ ତାଳପଦା ପଞ୍ଚାୟତ ସରାସପୋଷୀ ଗ୍ରାମରେ ମଙ୍ଗଳବାର ବଡ଼ ଭାଇର କୁରାଢ଼ି ଚୋଟରେ ସାନ ଭାଇଙ୍କ ମୃତ୍ୟୁ ଘଟିଛି।...

ଲକ୍‌ଡାଉନ ଉଲ୍ଲଂଘନ: ୭୦ ବାଇକ ଜବତ

ବଲାଙ୍ଗୀର ଅଫିସ, ୧୨ା୪- ସରକାରଙ୍କ କଡା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ଶତପ୍ରତିଶତ କାର୍ଯ୍ୟାନ୍ବୟନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ...

କୋଭିଡ୍‌ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା

କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି...

ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ...

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

ହମ୍ପସ ନିର୍ମାଣ ଲାଗି ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ

ଯୋଡ଼ା, ୨୨।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କ୍ରେଚ ହଟିଂଠାରେ ପରିବହନ ଜନିତ ଦୁର୍ଘଟଣା ବୃଦ୍ଧି ହେତୁ ରାସ୍ତାରେ ହମ୍ପସ ନିର୍ମାଣ ଦାବି କରି...

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

Advertisement


Archives

Model This Week