ଦାରିଙ୍ଗବାଡ଼ି,୨୯।୯(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇ ନ ଥିବା ସ୍ଥାନୀୟ ବିଡିଓ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା ଏହା ଦଣ୍ଡିମାହା ଗ୍ରାମର ରୋଜୀ ପ୍ରଧାନ କରିଥିଲେ ା ଏନେଇ ପ୍ରଥମେ ଧରିତ୍ରୀରେ ଗତ ୧୦ ତାରିଖରେ ଖବର ପ୍ରକାଶିତ ହୋଇଥିଲା। ପରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଥିଲା ା ତେବେ ରୋଜୀଙ୍କ ଉକ୍ତ ଘର ନିର୍ମାଣ ବେଳେ ଏମ୍ଜିଏନ୍ଆରଇଜିଏସ୍ ବାବଦକୁ ଯେଉଁ ୧୬ ହଜାର ୫ଶହ ଟଙ୍କା ମିଳ ନ ଥିବା ଜଣାପଡିଥିଲା ଉକ୍ତ ମଜୁରି ଅନ୍ୟ ଆକାଉଣ୍ଟକୁ ଯାଇଥିଲା। ଯେଉଁ ହିତାଧିକାରୀ କାମ କରି ନ ଥିଲେ ସେମାନଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କା ଯାଇଥିଲ। ସେମାନେ ଏହି ଟଙ୍କା ରୋଜୀଙ୍କ ଆକାଉଣ୍ଟକୁ ଫେରାଇ ଦେଇଥିବା ପ୍ରଶାସନକୁ ସେମାନେ ଜଣାଇଛନ୍ତି। ଏହି ଅଭିଯୋଗ ତତ୍କାଳୀନ ଗ୍ରାମରୋଜଗାର ସେବକ ବିଜୟ କୁମାର ସାହୁଙ୍କ ନାମରେ ରୋଜୀ କରିଥିଲେ। ସେ ସମୟରେ ବିଜୟଙ୍କର ଅନ୍ୟସ୍ଥାନକୁ ବଦଳି ହୋଇସାରିଥିଲା ା ରୋଜୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କୁ ଏଥି ପାଇଁ ଦାୟୀ କରିବାକୁ ନେଇ ସାହୁ କହିଛନ୍ତି, ରୋଜୀ ତାଙ୍କଠାରୁ ଆବାସ ଯୋଜନାରେ ଘର କାର୍ଯ୍ୟପାଇଁ ସିମେଣ୍ଟ ନେଇଥିଲେ । ସେ ଉକ୍ତ ଅର୍ଥ ବିଲ୍ ହେବା ପରେ ଫେରେଇ ଦେବି ବୋଲି କହିଥିଲେ । କିନ୍ତୁ ବିଲ୍ ମିଳିବା ପରେ ସେ ମୋତେ ଫେରେଇ ନ ଥିଲେ । ଉକ୍ତ ଅର୍ଥ ମଗାଯିବାରୁ ସେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଜିଲା ପ୍ରଶାସନ ନିକଟରେ କରିଥିଲେ। ଏନେଇ ରୋଜୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତାଙ୍କର ଟଙ୍କା ଫେରି ପାଇଥିବା କହିଛନ୍ତି ା
ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା
ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…
୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…
ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ
ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…
ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ
ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…
ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ
ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…
ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଆଉ ତା’ ପରେ…
ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…
ବ୍ରାହ୍ମଣୀଗାଁରେ ବିଏସ୍ଏନ୍ଏଲ୍ ନେଟ୍ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…
ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍ଏନ୍ଏଲ ନେଟ୍ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
Archives

