ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ପଞ୍ଜୀକରଣ

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ -ଗଞ୍ଜାମ ଜିଲା ସୀମାନ୍ତ ଗିରିଶୋଳା ତନଖି ଫାଟକରେ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡ଼ି ଓ ଶ୍ରମିକଙ୍କ ୨୪ ଘଣ୍ଟିଆ ପଞ୍ଜୀକରଣ କରାଯାଉଛି। କୋଭିଡ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ହେଉଥିବା ଏହି ପଞ୍ଜୀକରଣ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହେଉଛି। ଏହି ୨୪ ଘଣ୍ଟିଆ ପଞ୍ଜୀକରଣ କାର୍ଯ୍ୟ ଜିଲା ଶିକ୍ଷାଧିକାରୀ ଓ ଗଞ୍ଜାମ ଆର୍‌ଟିଓ ଅଫିସର ଅଧିକାରୀ, କର୍ମଚାରୀ ୩ଟି ସିଫ୍ଟରେ କରୁଛନ୍ତି। ଅନ୍ୟ ରାଜ୍ୟରୁ ଓଡ଼ିଶାର ଗଞ୍ଜାମ ଓ ଅନ୍ୟ ଜିଲାକୁ କେତେକ ଶ୍ରମିକ ଗାଡ଼ି ଓ ଚାଲିକି କିମ୍ବା ସାଇକେଲ ଯୋଗେ ଏହି ତନଖି ଫାଟକ ଦେଇ ଗଞ୍ଜାମ ଜିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଚାଲିକି ଆସୁଥିବା ଶ୍ରମିକଙ୍କୁ ନିକଟସ୍ଥ ହଳଦିଆପଦର ବସ୍‌ଷ୍ଟାଣ୍ଡକୁ ନିଆଯାଉଛି। ସେଠାରେ ଖାଦ୍ୟ ପ୍ୟାକେଟ୍‌ ଓ ପାଣି ଦେବା ପରେ ଶ୍ରମିକଙ୍କୁ ଗଞ୍ଜାମର ନିଜ ବ୍ଲକ ଓ ଜିଲାଗୁଡ଼ିକୁ ଗାଡ଼ି ଯୋଗେ ପଠାଯାଉଛି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ଓ ଆର୍‌ଟିଓ ଅଫିସରୁ ସୂଚନା ଦିଆଯାଇଛି। ଚଳିତ ମାସ ୨ ତାରିଖରୁ ଏହି ପଞ୍ଜୀକରଣ କାର୍ଯ୍ୟ ଓ ନିଜ ଅଞ୍ଚଳକୁ ଶ୍ରମିକମାନଙ୍କୁ ପଠାଯିବା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ/ ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri