ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍‌ ମାରିଲା

ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଅନଶନ ଚଳାଇଥିଲେ ମଧ୍ୟ ସମାଧାନର ବାଟ ଫିଟୁନାହଁି ା ୩ ସପ୍ତାହ ଗତ ହେବା ସତ୍ତ୍ୱେ କୌଣସି ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନ ଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଭାଜପା ପକ୍ଷରୁ ଆନ୍ଦୋଳନ ପ୍ରତି ସମର୍ଥନ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ସୋମବାର ପ୍ରଥମ କରି ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ଏହି ଆଲୋଚନା ଫେଲ୍‌ ମାରିଥିବା ଜଣାପଡିଛି।
ଉଲ୍ଲେଖନୀୟ ଯେ, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ, ସହକାରୀ ଜିଲାପାଳ ଚାରୁଲତା ସିଂ, ଏସ୍‌ଡିପିଓ ସୁବୋଧ କୁମାର ମଲ୍ଲିକ, ଚମ୍ପୁଆ ଆଇଆଇସି ମନୋରଞ୍ଜନ ପ୍ରଧାନ ପ୍ରମୁଖ ସୋମବାର ପୂର୍ବାହ୍ନରେ ଧାରଣାସ୍ଥଳକୁ ଆସି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏସ୍‌ଆର ଭଳି ଖଣିସଂସ୍ଥା ସ୍ଥାପନ ବେଳେ ଅଞ୍ଚଳର ବିକାଶ ଓ ନିଯୁକ୍ତି ସୁବିଧା ଦେବା ଲାଗି ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନ କରି ଲୋକଙ୍କୁ ପ୍ରତାରଣା କରାଯାଇଥିବା ଆନ୍ଦୋଳନକାରୀ ଦର୍ଶାଇଥିଲେ। ଏସବୁ ଦାବି ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ସେମାନେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନାହିଁ। ଖଣିଖାଦାନ ଯୋଗୁ ପରିବେଶ ପ୍ରଭାବିତ ହେଉଥିବା ବେଳେ ପାରିପାର୍ଶ୍ୱିକ ବିକାଶ ପ୍ରତି ଗୁରୁତ୍ୱ ଦିଆ ନ ଯିବା ବିଡ଼ମ୍ବନା। ରାସ୍ତାଘାଟ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲେ ବି ମରାମତି କରାଯାଉନାହିଁ ା ବିଜୁଳି, ପାଣି ଯୋଗାଣ ନ ହେବା ଭଳି ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ନିଯୁକ୍ତି ସୁଯୋଗ ନ ପାଇ ଅନ୍ୟ ଅଞ୍ଚଳକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ଗ୍ରାମବାସୀ କହିଥିଲେ। ଏ ସବୁ ଦାବିର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନିକ ଅଧିକାରୀମାନେ କହି ଅନଶନ ଭାଙ୍ଗିବାକୁ ନିବେଦନ କରିଥିଲେ ମଧ୍ୟ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅନଶନ ଚାଲୁରହିବ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଏ ନେଇ ବଡ଼ବିଲ ତହସିଲଦାର କ୍ଷୀରୋଦଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ରାମବାସୀଙ୍କ ଦାବିର ଯଥାର୍ଥତା ରହିଛି। ମାତ୍ର ୨ ଗୋଷ୍ଠୀ କାମ କରୁଥିବାରୁ ଏହାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷେ ଧାରଣା ଅନଶନ ଗାଇଡ୍‌ଲାଇନ ଭିତରେ ଆସୁ ନ ଥିବାରୁ ସମାଧାନର ସୂତ୍ର ବାହାରିବାରେ ବିଳମ୍ବ ହେଉଛି। ଉଲ୍ଲେଖନୀୟ ଯେ, ଗତ ୧୭ ତାରିଖ ମଧ୍ୟରାତ୍ରରୁ ସ୍ଥାନୀୟ ଅଞ୍ଚଳରେ ମୌଳିକ ସୁବିଧା ଦାବିକରି ଗ୍ରାମବାସୀ ଏହି ଅନଶନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?