Posted inଖେଳ

ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ ଫୁଟବଲ ଆନ୍ନାମାଲାଇ- ଅମୃତସର ଫାଇନାଲ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳଳୟ ଆନ୍ତଃ ଜୋନ୍‌ ଫୁଟବଲ (ପଶ୍ଚିମ) ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ରବିବାର ଖେଳାଯିବ। ଏହି ଟୁର୍ନାମେଣ୍ଟରେ ୧୬ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଆନ୍ନାମଲାଇ ଓ ଜିଏନ୍‌ଡିୟୁ ଅମୃତସର ସକାଳ ୧୦ଟାରେ ମୁହଁମୁହିଁ ହେବେ। ଶନିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅମୃତସର ୨-୦ ଗୋଲରେ ଗୋଆ ବିଶ୍ୱବିଦ୍ୟାଳୟକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଆନ୍ନାମଲାଇ ୩-୦ ଗୋଲରେ ଏମ୍‌.ଡି.ୟୁ. ରୋହତକ ବିଶ୍ୱବିଦ୍ୟାଳୟକୁ ହରାଇ ଫାଇନାଲକୁ ଉଠିଥିଲା। ସେହିପରି ହାର୍ଡଲାଇନ୍‌ ମ୍ୟାଚ୍‌ରେ ଗୋଆ ଓ ରୋହତକ ରବିବାର ସକାଳ ୮ଟାରେ ପରସ୍ପରକୁ ଭେଟିବେ। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ୮ଟି ଦଳ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଖେଳିବା ପାଇଁ କ୍ୱାଲିଫାଏ କରିଛନ୍ତି। ଏହି ଦଳଗୁଡିକ ହେଲା ଅମୃତସର, ଚଣ୍ଡିଗଡର ପଞ୍ଜାବ ୟୁନିଭର୍ସିଟି, କାଲିକଟ, ଗୋଆ, ଆନ୍ନାମଲାଇ, ଏଲ.ଏନ.ଆଇ.ପି.ଇ ଗ୍ବାଲିୟର, ମଦୁରାଇ କାମରାଜ ଓ ରୋହତକ ବିଶ୍ୱବିଦ୍ୟାଳୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚହଳ ପକାଇଲେ ୭ ବର୍ଷର କୁନି ବୋଲର୍‌

ଆଜିକାଲି ସୋସିଆଲ ମିଡିଆରେ ୭ ବର୍ଷର ଶିଶୁର ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଏହି ଶିଶୁଙ୍କ ବୋଲିଂ ଦେଖି ଲୋକେ ତାଙ୍କୁ ରହସ୍ୟମୟୀ ବୋଲର୍‌...

ନୂଆ ଇନିଂସ ଆରମ୍ଭ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଲିଜେଣ୍ଡସ ଲିଗ କ୍ରିକେଟ(ଏଲଏଲସି)ରେ...

ବାଙ୍ଗାଲୋର ଓପନ ଖେଳିବେ ପେସ୍‌

ବେଙ୍ଗାଲୁରୁ, ୭ା୨ (ପି.ଟି.)-ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁଥିବା ୧୬୨,୦୦୦ ଡଲାର ପୁରସ୍କାର ବିଶିଷ୍ଟ ବାଙ୍ଗାଲୋର ଏଟିପି ଚ୍ୟାଲେଞ୍ଜରରେ ଭାରତୀୟ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌...

ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’

ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ...

ପୂର୍ବତନ କ୍ରିକେଟରଙ୍କ ପିତା ଗିରଫ

ଭୋପାଳ,୭।୬: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ମୁଲତାଇ ପୋଲିସ ଗିରଫ କରିଛି। ବ୍ୟାଙ୍କ ମ୍ୟାନେଜର ଭାବେ ବିନୟ ୧.୨୫ କୋଟି...

ବଦଳି ପାରିଲୁ ନାହିଁ ଭାରତୀୟ ଖେଳାଳିଙ୍କ ଧାରଣା

ମାଞ୍ଚେଷ୍ଟର,୧୦।୯: ଭାରତୀୟ କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହୋଇନାହିଁ। ଏହା ପଛରେ ଅନ୍ୟ କାରଣ ଥିବା କହିଛନ୍ତି...

ମହିଳା ଅବତାରରେ କେମିତି ଦେଖାଯାଉଛନ୍ତି ସିଏସ୍‌କେ ତାରକା ଧୋନୀ-ରାଇନା

ଚେନ୍ନାଇ, ୨୫।୬- ବର୍ତ୍ତମାନ ସୋସିଆଲ ମିଡିଆରେ ଜେଣ୍ଡର ସ୍ବାପ୍‌ ଜରିଆରେ କ୍ରିକେଟର୍‌ଙ୍କ ‘ଫିମେଲ ଭର୍ସନ’ ବା ମହିଳା ଅବତାର ରୂପ ଦେଖିବାକୁ ମିଳୁଛି। ବିଭିନ୍ନ ଷ୍ଟାର୍‌...

ଆଇଏସ୍‌ଏଲ୍‌: ମୁମ୍ବାଇ ସିଟି ବିଜୟୀ

ବାମ୍ବୋଲିମ,୪।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୨-୧ ଗୋଲରେ କେରଳ ବ୍ଲାଷ୍ଟରଙ୍କୁ ପରାସ୍ତ କରିଛି। ଏହି ବିଜୟ...

Advertisement
Archives

Model This Week