Posted inଖେଳ

ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌: ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଲକ୍ଷ୍ନୌଠାରେ ଅନୁଷ୍ଠିତ ୫୯ତମ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ରେସ୍‌କୁ ଦୂତୀ ୧୧.୩୮ ସେକେଣ୍ଡରେ ଶେଷ କରିଛନ୍ତି। ତାମିଲନାଡ଼ୁର ଅର୍ଚ୍ଚନା ସୁସେନ୍ଦ୍ରନ ୧୧.୫୦ ଓ ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୬୩ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନର୍କାଟକର ପ୍ରିୟଙ୍କ କାଲାଗି ୧୧.୬୪, ପି. ସ୍ନେହା ୧୧.୭୩, ମହାରାଷ୍ଟ୍ରର ଦିନ୍ଦ୍ରା ଭାଲଡରେସ ୧୧.୯୬, କେରଳର ରେମାୟା ରାଜନ ୧୨.୨୫ ଓ ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ ୧୨.୩୮ ସେକେଣ୍ଡ ସମୟ ନେଇ ପଛକୁପଛ ରହିଛନ୍ତି। ପୂର୍ବଦିନ ଦୂତୀ ସେମିଫାଇନାଲରେ ୧୧.୩୫ ସେକେଣ୍ଡ ସମୟ ନେଇ ଫାଇନାଲରେ ପ୍ରବେଶ କରିଥିଲେ। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ। ଲକ୍ଷ୍ନୌରେ ତାହା ହାସଲ କରିପାରି ନ ଥିବାରୁ ଦୂତୀ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀଠାରେ ହେବାକୁଥିବା ଇଣ୍ଡିଆନ ଗ୍ରାଁ ପ୍ରି-୬ ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ଏହା ଭାରତୀୟ ଆଥଲେଟ୍ସଙ୍କ ଲାଗି ଶେଷ ସୁଯୋଗ । ଇଣ୍ଡିଆନ ଗ୍ରାଁ ପ୍ରିରେ ଟାଇମିଂରେ ଉନ୍ନତି ଆଣି ବିଶ୍ୱଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବି ବୋଲି ଦୂତୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri