ଆନନ୍ଦପୁରରେ ପ୍ରଥମ କରୋନା ସନ୍ଦିଗ୍ଧ

ଘସିପୁରା/ଆନନ୍ଦପୁର, ୧୬।୩(ଡି.ଏନ.ଏ./ସ୍ବ.ପ୍ର.)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ରବିବାର ଜଣେ କରୋନା ସନ୍ଦିଗ୍ଧ ଯୁବକ ଚିକିତ୍ସିତ ହୋଇଛନ୍ତି। ଯୁବକ ଜଣଙ୍କ ଘର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ଅଞ୍ଚଳରେ। ସେ ବନ ବିଭାଗର ଜଣେ କର୍ମଚାରୀ। ଗତମାସ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ସେ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ। ଏହାପରେ ପ୍ରାୟ ୧୫ଦିନ ଧରି ଥଣ୍ଡାଜ୍ୱରରେ ଆକ୍ରାନ୍ତ ହେବା ସହ ଔଷଧରେ ଭଲ ନ ହେବାରୁ କରୋନା ସନ୍ଦେହ କରି କେନ୍ଦୁଝର ଜିଲା ଚିକିତ୍ସାଳୟ ଓ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଛନ୍ତି। ତେବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କୁ ଔଷଧ ଦିଆଯିବା ସହ ଭୟଭୀତ ନ ହୋଇ ଅନ୍ୟ ଲୋକଙ୍କ ସହ ମିଳାମିଶା ନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ସହ ଅଧିକ ଚିକିତ୍ସା ସେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଉପଖଣ୍ଡ ଡାକ୍ତରଖାନାର ଡାକ୍ତର କୃଷ୍ଣ ଚନ୍ଦ୍ର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପରୀକ୍ଷାରେ ଚମକିଲେ ୟୁରୋ ସ୍କୁଲ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୭; ୯୦ ପ୍ରତିଶତରୁ ଅଧିକ…

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ ଛାତ୍ରୀଛାତ୍ରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଫଳାଫଳରେ ସଫଳତା ହାସଲ କରିଛନ୍ତି ।…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ…

ଗଛରୁ ଡ଼ାଳ ହାଣୁଥିଲେ, ଅସାବଧାନତା ଯୋଗୁ ଖସି ପଡ଼ି ଚାଲିଗଲା…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ବୁଧବାର ସକାଳେ ଗଛରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି।ମୃତକ…

ସିବିଏସଇ ଦଶମ ପରୀକ୍ଷାଫଳ: ଭଞ୍ଜନଗର କେଭିର ପାସ୍ ହାର ୧୦୦ ପ୍ରତିଶତ; ବ୍ୟୋମକେଶ ୯୭%, ଶ୍ରେୟା ୯୫%…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri