ଆଧାର ସଂଯୋଗ ନ ହେଲେ ମିଳିବନି ରାଶନ ସାମଗ୍ରୀ, ହିତାଧିକାରୀଙ୍କ ପାଖକୁ ଗଲା ଯୋଗାଣ ବିଭାଗ

ବେଗୁନିଆପଡ଼ା,୨୦ା୮(ଡି.ଏନ.ଏ.)-କେହି ଯେଭଳି ଭୋକିଲା ନ ରହିବେ ସେଥିପାଇଁ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ରାଶନ କାର୍ଡ ଯୋଗାଇ ଦିଆଯାଇଛି। ୨୦୧୫ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମସ୍ତ ଗରିବ ପରିବାର ରାଶନ କାର୍ଡ ପାଇପାରିନାହାନ୍ତି। ଯେତେ କାର୍ଡ ପ୍ରଦାନ କରାଗଲେ ବି ଆବେଦନକାରୀଙ୍କ ସଂଖ୍ୟା କମୁନାହିଁ। ଏହାର କାରଣ ଅନେକ ଭୂତ କାର୍ଡଧାରୀ ରହିଥିବା ହୃଦବୋଧ କରି ସମସ୍ତଙ୍କ ଆଧାର ନଂମ୍ବର ସଂଯୋଗ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଧାର ସଂଯୋଗ ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅବଧି ଥିଲେ ମଧ୍ୟ ବେଗୁନିଆପଡ଼ା ବ୍ଲକରେ ଅନେକ ହିତାଧିକାରୀ ସେମାନଙ୍କ ଆଧାର ସଂଯୋଗ କରିନାହାନ୍ତି। ଆଉ ମାତ୍ର ୧୦ ଦିନ ପରେ ଆଧାର ସଂଯୋଗ ନ ହେଲେ ରାଶନ ସାମଗ୍ରୀ ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ଲକରେ ବର୍ତ୍ତମାନ ୧ଲକ୍ଷ ୭୬୦ଜଣ ରାଶନ କାର୍ଡ ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ୯୪ ହଜାର ୨୪୮ ଜଣଙ୍କର ଆଧାର ସଂଯୋଗ ହୋଇଛି। ବଳକା ୬ ହଜାର ୫୧୨ ଜଣ ବର୍ତ୍ତମାନ ସୁଦ୍ଧା ଆଧାର ସଂଯୋଗ କରିନାହାନ୍ତି ବୋଲି ବ୍ଲକ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ କହିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ମାଇକ ଦ୍ୱାରା ପ୍ରଚାର, ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ ହିତାଧିକାରୀ ସଚେତନ ହେଉ ନ ଥିବାରୁ ବାଧ୍ୟହୋଇ ଯୋଗାଣ ସହାୟକମାନେ ଘର ଘର ବୁଲି ହିତାଧିକାରୀଙ୍କୁ ଆଧାର ସଂଯୋଗ ନିମନ୍ତେ କହୁଛନ୍ତି। ତଥାପି ମଧ୍ୟ ଲୋକେ ସହଯୋଗ କରୁ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଶ୍ରମିକ ସଂଘ

ବନ୍ତ,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଶ୍ରମିକ ସଂଘ, ଫେଡେରେଶନ ଓ ଆସୋସିଏଶନ ପକ୍ଷରୁ ଭଦ୍ରକ ଜିଲା ଆଗରପଡ଼ା ବଜାରରେ ବୁଧବାର ସକାଳୁ ବନ୍ଦ ପାଳନ ଓ ପ୍ରତିବାଦ ସଭା...

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ,୨।୧୨: ଟାଉନ୍‌ ଥାନା ଅନ୍ତର୍ଗତ ସହରର ଖଡ଼ଇଙ୍ଗସ୍ଥ ସୁରେନ୍ଦ୍ର କୁମାର ସିଂଙ୍କ ସ୍ତ୍ରୀ ଅନସୂୟା((୫୨)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘରୁ ଉଦ୍ଧାର ହୋଇଛି। ଅଗ୍ନିକାଣ୍ଡ ଯୋଗୁ...

୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ ।  ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର...

ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା

ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।...

ଜେଟିରେ ଲାଗିଲା ମାଛ ଧରା ଡଙ୍ଗା-ଟ୍ରଲର

ଭଦ୍ରକ ଅଫିସ,୧୭।୫ – ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ଟ୍ରଲର ଓ ଡଙ୍ଗାଗୁଡିକ କୂଳ ତଥା ବିଭିନ୍ନ ଜେଟିରେ...

ଲଜ୍‌ରୁ ୫୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍‌ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା...

ଗଁ।ରେ ରଖିବାକୁ ବାସନ୍ଦ ପରିବାରଙ୍କ ନିବେଦନ

ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’...

ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ...

Advertisement
Archives

Model This Week