ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି ସ୍ଥିତିରେ ଭତ୍ତା ଟଙ୍କାରେ ବଡ଼ ଦୁଃଖକଷ୍ଟରେ ଚଳୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ଚିନ୍ନାରା ସାହିର ପ୍ରତିମା ପୋଥାଳ (୪୦) ଏବଂ ତାଙ୍କ ମା’।
ପ୍ରତିମାଙ୍କ ବାପା, ଭାଇ ମଧ୍ୟ ଦୃଷ୍ଟିହୀନ। ବାପାଙ୍କ ମୃତ୍ୟୁ ହୋଇଯାଇଛି। ଭାଇ ନିଜ ପରିବାର ସହ ଅଲଗା ରହୁଛନ୍ତି। ପୈତୃକ ଘର ଭାଙ୍ଗିରୁଜି ଯାଇଥିବାରୁ ପ୍ରତିମା ଏବେ ନିଜ ବିଧବା ମା’ଙ୍କ ସହ ଭଡ଼ାଘରେ ରହୁଛନ୍ତି। ହେଲେ ଦୁଇଜଣଙ୍କ ମିଳୁଥିବା ଭତ୍ତା ଟଙ୍କାରେ ମାସତମାମ ଚଳିବା କଷ୍ଟକର ହୋଇପଡୁଛି। ଏ ନେଇ ପ୍ରତିମା କୁହନ୍ତି, ଆଧାରକାର୍ଡ କରିବାକୁ ହେଲେ ଆଖିର ସ୍କାନ୍‌ କରିବା ନିୟମ ରହିଛି। ହେଲେ ଆଖି ନ ଥିବାରୁ ଏହା ହୋଇପାରୁନାହିଁ। ଆଧାରକାର୍ଡ କରିବାକୁ ସେ ଅନେକ ଥର ଜନସେବା କେନ୍ଦ୍ରଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ସହାୟତା ଲୋଡ଼ି ନିରାଶ ହୋଇଥିଲେ। ଜିଲାପାଳଙ୍କ ଜନଶୁଣାଣି ଶିବିରରୁ ତାଙ୍କୁ ପ୍ରତିଶ୍ରୁତି ମିଳିବା ପରେ ସେ ଆଧାରକାର୍ଡ ପାଇବେ ବୋଲି ଆଶା ବାନ୍ଧିଥିଲେ। ହେଲେ ଏଯାଏ ତାଙ୍କର ଦାବି ପୂରଣ ହୋଇନାହିଁ। କରୋନା ସଙ୍କଟ ସମୟରେ ଆଧାରକାର୍ଡ ନ ଥିବାରୁ ସେ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ସାମାନ୍ୟ ଆଧାରକାର୍ଡଟିଏ ହୋଇ ନ ପାରିବା ପରିତାପର ବିଷୟ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ପ୍ରତିମା।
ଏ ନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଅଭିଯୋଗର ତଦନ୍ତ କରାଯିବ। ହିତାଧିକାରୀ କିପରି ସରକାରୀ ସହାୟତା ପାଇବେ ତାହାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମି ନିଆଁ ବ୍ୟାପିଲା

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ...

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା...

କରୋନା କଟକଣା: ଘରେ ପାଳିଲେ ଗୁଡ୍‌ ଫ୍ରାଇଡେ

ବଲାଙ୍ଗୀର, ୧୦ା୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରିଛନ୍ତି କେନ୍ଦ୍ର ସରକାର । ଲକ୍‌ଡାଉନ ଯୋଗୁ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ...

ଗ୍ରାମଦେବତୀଙ୍କ ନିକଟରେ ଭୋଟ୍‌ ବର୍ଜନ ଶପଥ

ଛେଣ୍ଡିପଦା,୨୩|୧(ସ୍ବ.ପ୍ର.) ୨୦ ବର୍ଷ ହେଲା ଗଁାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରଶାସନ, ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ଦୀର୍ଘ ବର୍ଷର...

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ...

ନୂଆ ରୂପ ନେବ କୋଇଲା ନଗରୀ

ଅନୁଗୋଳ ଅଫିସ, ୯ା୬ ଅମିତ କୁମାର ସାମଲ  – କଳାହୀରାର ସହର ତାଳଚେରର ହେବ ନବକଳେବର। ନୂଆରୂପ ପାଇବ କୋଇଲା ନଗରୀ। ଆଖି ଝଲସାଇଦେଲା ଭଳି...

ରାଶନକାର୍ଡଧାରୀଙ୍କୁ ସହାୟତା ରାଶି ବଣ୍ଟନ, ରହୁନି ସାମାଜିକ ଦୂରତା

ଚୌଦ୍ୱାର,୧୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏନେଇ...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୧ା୯-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଲୋକଙ୍କଠାରୁ କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ୱ...

Advertisement
Archives

Model This Week