ଆଦିବାସୀ ଯୁବକ ନିର୍ମାଣ କଲେ ସ୍ବୟଂଚାଳିତ ପେଟ୍ରୋଲ ପମ୍ପ

କଳିଙ୍ଗନଗର,୨୩ା୧(ଡି.ଏନ୍‌.ଏ.):ମାଟ୍ରିକ ପାସ୍‌ ପରେ ଅର୍ଥ ଅଭାବରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ତେଣୁ କିଛି ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଥିବା ବ୍ରାହ୍ମଣୀ ପାଳ ବଜାରରେ ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଆଣି ବିକ୍ରି କଲେ। ହେଲେ ଏଠାରେ ତେଲ ଦେବାକୁ କେହି ନ ଥିବାବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ରାହ୍ମଣୀପାଳଠାରୁ ପ୍ରାୟ ୧୫/୧୬ କିଲୋମିଟର ଦୂରରେ ପେଟ୍ରୋଲ ପମ୍ପ ଅବସ୍ଥିତ। ତେଣୁ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ କବାଡ଼ିଆ ଲୁହାରେ ନିର୍ମିତ ହୋଇଛି ପେଟ୍ରୋଲ ପମ୍ପ ଆକୃତିର ଏକ ମେଶିନ। ମେଶିନରୁ ତୈଳ ଭରିବା ଭଳି ପାଇପ୍‌ ବାହାରକୁ ଲମ୍ବିଛି। ହ୍ୟାଣ୍ଡେଲ ନୋଜଲ ବି ପମ୍ପ ଅନୁରୂପ ସେମିତି ଖଞ୍ଜାଯାଇଛି। ପମ୍ପଠାରୁ ଅପେକ୍ଷାକୃତ ଛୋଟ ହେଲେ ବି ଏହା ଯେ ଏକ ଇନ୍ଧନ ଭରା ଯାଉଥିବା ପମ୍ପ ତାହା ଜାଣିବାକୁ ଆଦୌ ଅସୁବିଧା ହେଉନାହିଁ। ମାତ୍ର ଏଠାରେ ତୈଳ ଦେବା ପାଇଁ କେହିନାହାନ୍ତି। ମେଶିନ ସମ୍ପୂର୍ଣ୍ଣ ସ୍ବୟଂଚାଳିତ, ଯାହାର ପେଟ୍ରୋଲ ଆବଶ୍ୟକ ସେ ନିଜେ ନେଇ ଗାଡ଼ିରେ ଭରିପାରୁଛନ୍ତି। ମେଶିନରୁ ଥରକରେ ୧୦୦ ଟଙ୍କାର ପେଟ୍ରୋଲ ବାହାରୁଛି। ମେଶିନରେ ପ୍ରଥମେ ୧୦୦ ଟଙ୍କାର ଏକ ନୋଟ ଭରିବାକୁ ପଡ଼ିଥାଏ। ଏହାବ୍ୟତୀତ ଏଠାରେ ବାର୍‌ କୋଡ୍‌ ସ୍କାନିଂ ମାଧ୍ୟମରେ ବି ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଟଙ୍କା ପ୍ରାପ୍ତ ହେବା ପରେ ଯାଇ ମେଶିନ ତୈଳ ଦେଉଛି। ଏମିତି ଏକ ବିକଳ୍ପ ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ। ତାଙ୍କ ଘର ଯାଜପୁର ଜିଲା କିଆଝର ପଞ୍ଚାୟତ ଭାଲୁବସା ଗ୍ରାମରେ। କାହ୍ନୁ ଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ରଙ୍କ ବୟସ ଏବେ ୨୩ ବର୍ଷ। ଅନେକ ଥର ଭଙ୍ଗା ଗଢ଼ା ପରେ ସେ ଏହି ଯନ୍ତ୍ରଟି ବିକଶିତ କରିପାରିଛନ୍ତି।
ଟିକିଏ ଆଶ୍ଚର୍ଯ୍ୟ କରିବା ଭଳି ଏହି ଯନ୍ତ୍ରଟି ରହିଛି ଯାଜପୁର ଓ କେନ୍ଦୁଝର ଜିଲା ସୀମାନ୍ତ ବ୍ରାହ୍ମଣୀପାଳ ବଜାରରେ। ଆଖପାଖରେ ପେଟ୍ରୋଲ ମିଳୁ ନ ଥିବାରୁ ଲୋକେ ପିଲା ଛୁଆ ପରିବାର ସହିତ ରାସ୍ତାରେ ଅନେକ ସମୟରେ ଗାଡ଼ି ଗଡାଇ ଗଡ଼ାଇ ଯିବାକୁ ବାଧ୍ୟ ହୁଅନ୍ତି। ତେଣୁ ଏଠାରେ ୨୪ ଘଣ୍ଟିଆ ସେବା ଦେବା ଭଳି ପେଟ୍ରୋଲ ପମ୍ପ ନିର୍ମାଣ ନିଶା ହିଁ ଜିତେନ୍ଦ୍ରଙ୍କୁ ଏହି ବିକଳ୍ପ ସାଧନ ପାଇଁ ବାଟ ଦେଖାଇଥିଲା। ଜିତେନ୍ଦ୍ର ଲିଟର ପ୍ରତି ୮ଟଙ୍କା ଲାଭ ରଖି ଲୋକଙ୍କୁ ପେଟ୍ରୋଲ ଦେଉଛନ୍ତି। ତାଙ୍କ କହିବା ମୁତାବକ, ଏହି ମେଶିନରୁ ଦୈନିକ ୪୦ରୁ ୫୦ ଲିଟର ତେଲ ବିକ୍ରି ହେଉଛି। ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଛି। ତେଲ ଭରିବା ସମୟରେ ପରିମାଣ ଓ ମୂଲ୍ୟ ସୂଚୀ ପ୍ରଦର୍ଶନ କରୁଥିବା ଡିସପ୍ଲେ ଟିକୁ ଅଧିକ ବିକଶିତ ପାଇଁ ସେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ମେଶିନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିର୍ମାଣ କରିଛନ୍ତି। କେବଳ ଶହେ ଟଙ୍କିଆ ବ୍ୟତୀତ ଅନ୍ୟ ଯେ କୌଣସି ଟଙ୍କା ଦେଲେ ମେଶିନଟି ଫେରାଇ ଦେଉଛି। ଅନ୍ୟପକ୍ଷରେ ଡିଜିଟାଲ ପେମେଣ୍ଟ ହେବା ପରେ ଯାଇ ମେଶିନର ଚାବି ଖୋଲିଯାଉଛି। ଜିତେନ୍ଦ୍ରଙ୍କ ଏହି ମେଶିନ ଅଧିକ ନିର୍ମାଣ ହୋଇ ପାରିଲେ ଅନେକ ଅପହଞ୍ଚ ଇଲାକାରେ ଆବଶ୍ୟକତା ମେଣ୍ଟିପାରନ୍ତା। ଏ ଦିଗରେ ରାଜ୍ୟ ସରକାର ତାଙ୍କୁ ସହଯୋଗର ହାତ ବଢ଼ାେଇଲ ଜିତେନ୍ଦ୍ର ଅଧିକ ମେଶିନ ନିର୍ମାଣ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri