ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ

ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ସମ୍ପୃକ୍ତ ବସ୍‌ ହେଲ୍‌ପରଙ୍କୁ ଗିରଫ କରିଛି। ତେବେ ପୋଲିସକୁ ବୟାନ ଦେବା ବେଳେ ନାବାଳିକା ଜଣଙ୍କ ଏକ ୱାଟର ପାର୍କରେ କାମ କରୁଥିବା କହିଥିଲେ। ଏହାକୁ ଭିତ୍ତିକରି ସିଡବ୍ଲ୍ୟୁସି ଜିଲା ଶ୍ରମ ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲା। ତେଣୁ ଜିଲା ଶ୍ରମ ଅଧିକାରୀ ନାବାଳିକା କାମ କରୁଥିବା ୱାର୍ଟର ପାର୍କ ଏବଂ ଭୁବନେଶ୍ୱରର ଏକ ଆଉଟ୍‌ ସୋର୍ସିଂ ସଂସ୍ଥା (ସମ୍ପୃକ୍ତା ନାବାଳିକାଙ୍କୁ ଆଣି ୱାର୍ଟର ପାର୍କରେ ନିଯୁକ୍ତି ଦେଇଥିବା ସଂସ୍ଥା)ମୁଖ୍ୟଙ୍କୁ ନୋଟିସ ଜାରି କରିଥିଲେ। ଶିଶୁ କିଶୋର ଶ୍ରମିକ ନିରାକରଣ ଆଇନ ଅନୁଯାୟୀ ଏହି ନୋଟିସ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୱାର୍ଟର ପାର୍କ କର୍ତ୍ତୃପକ୍ଷ ଜବାବ ଦାଖଲ କରିସାରିଛନ୍ତି। କିନ୍ତୁ ଆଉଟ୍‌ ସୋର୍ସିଂ ସଂସ୍ଥା ମୁଖ୍ୟ ଜବାବ ଦେଇନାହାନ୍ତି। ତେଣୁ ଜିଲା ଶ୍ରମ ଅଧିକାରୀ ଅଭିଯୋଗର ନକଲ, ନାବାଳିକାଙ୍କ ବୟାନ ଏବଂ ବୟସ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର କୁମ୍ଭାରପଡ଼ା ଥାନା ପୋଲିସକୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିମାଡ଼ରେ ସମିତିସଭ୍ୟଙ୍କ ଜୀବନ ଗଲା: ୬ ଅଟକ

କାମାକ୍ଷାନଗର,୨୫ା୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମାହୁନ୍ତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ...

ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ ନିଜାମୁଦ୍ଦିନରୁ ଫେରିଥିଲେ

ପୁରୀ ଅଫିସ, ୪।୪: ପୁରୀ ଜିଲାରେ ଶୁକ୍ରବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି. ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଲୁଟ୍‌ ଅଭିଯୋଗ, ତଦନ୍ତ ଆରମ୍ଭ

କୋରୁକୋଣ୍ଡା,୧୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକଟା ଗ୍ରାମରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଗୁରୁବାର ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ...

ବୀରଗୋବିନ୍ଦପୁରର ଉନ୍ନତି ପାଇଁ ୨.୪୦ କୋଟି

ସାକ୍ଷୀଗୋପାଳ,୪ା୬(ଡି.ଏନ୍‌.ଏ.): କେନ୍ଦ୍ରରେ ମୋଦି ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ସମାରୋହ ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟ...

ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ...

ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ...

ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି

କୋଣାର୍କ,୧୪ା୯(ଡି.ଏନ.ଏ): ଶୁକ୍ରବାର ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର...

ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ...

Advertisement
Archives

Model This Week