ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି। ଏହି ବିବାହକୁ ନେଇ ମୁହଁ ଖୋଲିଛନ୍ତି ନେହା। ମୁଁ ଆଜି ବି ସିଙ୍ଗଲ୍‌ ଅଛି। କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଭଳି ଆୟୋଜନ କରାଯାଇଥିଲା ବୋଲି ନେହା କହିଛନ୍ତି। ସେହିପରି ଆଦିତ୍ୟ ମଧ୍ୟ ଏହି ବିବାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜୀବନର ଏତେ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ଦର୍ଶକଙ୍କୁ ଏ ବିଷୟରେ ଜଣାଇବି। ନେହାଙ୍କ ସହ ବିବାହ କେବଳ ଶୋ’ ଟିଆରପି ବଢାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି।
‘ଇଣ୍ଡିଆନ ଆଇଡଲ ୧୧’ର ମଞ୍ଚ ଉପରେ ନେହା-ଆଦିତ୍ୟଙ୍କ ବିହାହ ସମ୍ପନ୍ନ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ସେମାନଙ୍କ ସହ ଶୋ’ର ଜଜ ବିଶାଲ ଦଦଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। କିନ୍ତୁ ଉଭୟଙ୍କ ପରିବାର ଲୋକ ଏଠାରେ ଉପସ୍ଥିତ ନ ଥିଲେ। ତେଣୁ ସେଦିନ ହିଁ ସ୍ପଷ୍ଟ ହୋଇଯାଇଥିଲା ଏହା କେବଳ ଶୋ’ର ଟିଆରପି ବାଇବା ପାଇଁ ଉଦ୍ଦିଷ୍ଟ। ବାହାଘର ଚର୍ଚ୍ଚା ଭିତରେ ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ ଭିଡିଓ ‘ଗୋଆ ବିଚ’ ରିଲିଜ ହୋଇଯାଇଛି। ‘ଗୋଆ ବିଚ’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କର ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri