ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି। ଏହି ବିବାହକୁ ନେଇ ମୁହଁ ଖୋଲିଛନ୍ତି ନେହା। ମୁଁ ଆଜି ବି ସିଙ୍ଗଲ୍‌ ଅଛି। କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଭଳି ଆୟୋଜନ କରାଯାଇଥିଲା ବୋଲି ନେହା କହିଛନ୍ତି। ସେହିପରି ଆଦିତ୍ୟ ମଧ୍ୟ ଏହି ବିବାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜୀବନର ଏତେ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ଦର୍ଶକଙ୍କୁ ଏ ବିଷୟରେ ଜଣାଇବି। ନେହାଙ୍କ ସହ ବିବାହ କେବଳ ଶୋ’ ଟିଆରପି ବଢାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି।
‘ଇଣ୍ଡିଆନ ଆଇଡଲ ୧୧’ର ମଞ୍ଚ ଉପରେ ନେହା-ଆଦିତ୍ୟଙ୍କ ବିହାହ ସମ୍ପନ୍ନ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ। ସେମାନଙ୍କ ସହ ଶୋ’ର ଜଜ ବିଶାଲ ଦଦଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। କିନ୍ତୁ ଉଭୟଙ୍କ ପରିବାର ଲୋକ ଏଠାରେ ଉପସ୍ଥିତ ନ ଥିଲେ। ତେଣୁ ସେଦିନ ହିଁ ସ୍ପଷ୍ଟ ହୋଇଯାଇଥିଲା ଏହା କେବଳ ଶୋ’ର ଟିଆରପି ବାଇବା ପାଇଁ ଉଦ୍ଦିଷ୍ଟ। ବାହାଘର ଚର୍ଚ୍ଚା ଭିତରେ ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ ଭିଡିଓ ‘ଗୋଆ ବିଚ’ ରିଲିଜ ହୋଇଯାଇଛି। ‘ଗୋଆ ବିଚ’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କର ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍ ହେଲା ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର ରିଲିଜ୍ ହୋଇଛି । ଏହା ଏକ...

ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍‌ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ

ବଲିଉଡ୍‌ ଫିଲ୍ମ ହମ୍‌ ସାଥ୍‌ ସାଥ୍‌ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର...

ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ...

ଆସିପାରେ ‘ରାଜି’ର ସିକ୍ୟୁଏଲ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ବିକ୍କି କୌଶଲ ଷ୍ଟାର କାଷ୍ଟରେ ପରଦାକୁ ଆସିଥିବା ମୁଭି ‘ରାଜି’ର ସିକ୍ୟୁଏଲ ନିର୍ମାଣ କରାଯାଇ ପାରେ ବୋଲି...

ଗୋଟିଏ ଦିନରେ ୪୦ ସିଗାରେଟ୍‌ ଟାଣୁଥିଲେ ଏହି ପ୍ରସିଦ୍ଧ ଗାୟକ: ଆଉ ତା’ପରେ..

ଜଣାଶୁଣା ଗାୟକ ତଥା ସଙ୍ଗୀତକାର ବିଶାଲ ଡଡଲାନି ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଶାଲ ୨୮ ଜୁନ ୧୯୭୩ ରେ ଜନ୍ମ ହୋଇଥିଲେ, ଅର୍ଥାତ୍‌...

ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍‌ରେ ଫ୍ୟାନ୍‌ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା...

ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ...

ସ୍ବାମୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏପରି କରନ୍ତି ଐଶ୍ୱର୍ଯ୍ୟା ରାୟ

ବଲିଉଡରେ ବଚ୍ଚନ ପରିବାର ପ୍ରଶଂସକଙ୍କ ପାଇଁ ସବୁବେଳେ ପ୍ରିୟ ହୋଇ ରହିଆସିଛି। ପ୍ରଶଂସକମାନେ ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ ଝଲକ...

Advertisement
Archives

Model This Week