ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ – ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଭାଜପାର ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାନସଭା ପ୍ରାର୍ଥୀ ଡ.ପ୍ରଦୀପ ନାୟକ ନିର୍ବାଚନ ପ୍ରଚାରରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସର୍ଜିକାଲ ଷ୍ଟ୍ରାଇକ୍‌ ଓ ହିରୋ ଅଭିନନ୍ଦନ ଶବ୍ଦକୁ ବ୍ୟବହାର କରି ଦୁହେଁ ଏବେ ଅଡୁଆରେ ପଡ଼ିଛନ୍ତି। ଜିଲାପାଳ ତଥା ଭଦ୍ରକ ଲୋକ ସଭା ରିଟର୍ଣ୍ଣିଂ ଅଫିସର ଜ୍ଞାନରଞ୍ଜନ ଦାସ ପ୍ରାର୍ଥୀ ଅଭିମନ୍ୟୁ ଓ ଉପଜିଲାପାଳ ତଥା ଭଦ୍ରକ ବିଧାନସଭା ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ ପ୍ରାର୍ଥୀ ଡ. ପ୍ରଦୀପଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିସହ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଏଭଳି କୌଣସି ବିଷୟ ନିଜର ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗା ଅଟୋ ଆସୋସିଏଶନ ପକ୍ଷରୁ ସହାୟତା

ବାହାନଗା, ୩୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହୁକମା ବଜାରରେ ଥିବା ମା’ ବାସୁଳୀ ଅଟୋ ଆସୋସିଏଶନ ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ...

ପାଣିରେ ଭାସୁଛି ପାଚିଲା ଧାନ

ରୂପ୍‌ସା,୯।୧୧(ଡି.ଏନ.ଏ.)-ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲା ୨ଦିନ ଧରି ଲାଗି ରହିଛି ଲଘୁଚାପଜନିତ ଲଗାଣବର୍ଷା। ଚାଷଜମି ସବୁ ଜଳମଗ୍ନ ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି।...

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି: ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ରୂପ୍‌ସା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସମିତିରୁ ଋଣ...

୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ

ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...

ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର...

ସାହି ଗଣ୍ଡଗୋଳ : ୨ ଭାଇଙ୍କୁ ହତ୍ୟା

କେନ୍ଦୁଝର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ କାଶିଆ ଗ୍ରାମ ନାଏକ ସାହିରେ ଗୁରୁବାର ଅପରାହ୍ନରେ ମାଡପିଟ୍‌ ହୋଇ ୨ ଭାଇଙ୍କୁ ହତ୍ୟା...

ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର...

ବସ୍ତାରେ ବଜ୍ରପାତ: ଯୁବକ ଗୁରୁତର

ବସ୍ତା, ୧୨।୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଦରଡ଼ା ପଞ୍ଚାୟତ କୁଣ୍ଡେଇ ଗ୍ରାମରେ ସୋମବାର ବଜ୍ରପାତରେ ଜନୈକ ଯୁବକ ଗୁରୁତର ଆହତ ହୋଇ ବସ୍ତା...

Advertisement
Archives

Model This Week