Advertisement

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ପୋଲିସ ଅଛନ୍ତି। ଶାହରା-ଇ-ଅଦାଲତ ରୋଡ ନିକଟ କ୍ୱେଟ୍ଟା ପ୍ରେସ୍‌ କ୍ଲବଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବହୁସଂଖ୍ୟାରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଇସ୍‌ଲାମାବାଦ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପାକିସ୍ତାନରେ ନିରାପତ୍ତା ସ୍ଥିତିରେ ଉନ୍ନତି ଆସିଛି ବୋଲି କହିଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ, ପାକିସ୍ତାନ ଆଉ ଆତଙ୍କବାଦୀଙ୍କ ନିରାପଦ ଭୂସ୍ବର୍ଗ ହୋଇ ରହିନାହିଁ। ସେମାନଙ୍କ ଏହି ମତାମତର କିଛି ଘଣ୍ଟା ପରେ ବେଲୁଚିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଅତୀତରେ ବଲୋଚ୍‌ ଓ ତାଲିବାନ ଉଗ୍ରପନ୍ଥୀ ଏଭଳି ଆକ୍ରମଣ କରିଥିବାରୁ ସୋମବାରର ଆକ୍ରମଣରେ ସେମାନେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା

ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ମୁଖ୍ୟ ଆୟାମାନ୍‌ ଅଲ୍‌-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ...

ମରିବାକୁ ଚାହୁଁଥିଲେ ମେଘାନ

ଲସ୍‌ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା।...

ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରି ଭାରତକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୨।୧: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାଇନା ପୁଣିଥରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ହକ୍‌ ଜାହିର...

ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

କୋଭିଡ୍‌ ଟିକା ପାସ୍‌ ନ ଥିଲେ ରେଷ୍ଟୁରାଣ୍ଟ୍‌-ଜିମ୍‌ରେ ପ୍ରବେଶ ମନା…

ନ୍ୟୁୟର୍କ,୪।୮: ଆମେରିକାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରରେ କେତେକ ସର୍ବସାଧାରଣ ସ୍ଥଳକୁ ଯିବା ଲାଗି କଟକଣା ଜାରି...

କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍‌ ଚିହ୍ନଟ

ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍‌...

ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ  ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା।...

Advertisement
Archives

Model This Week