Posted inଫୁରସତ

ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌: ୮୪ ବର୍ଷୀୟ ଧାବକଙ୍କ ରେକର୍ଡ

କାନାଡା: ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌ରେ ଭାଗନେଇ ସବୁଠୁ ବୟସ୍କ ଧାବକ ହୋଇପାରିଛନ୍ତି କାନାଡାର ୮୪ ବର୍ଷୀୟ ରୟ ସ୍ବେନିଂସେନ୍‌। ଆଲବର୍ଟା ପ୍ରାନ୍ତର ରାଜଧାନୀ ଏଡମଣ୍ଟନ ନିବାସୀ ରୟ ୧୧ଘଣ୍ଟା, ୪୧ ମିନିଟ୍‌, ୫୮ ସେକେଣ୍ଡରେ ଆଇସ୍‌ ମାରାଥନ୍‌ ଦୌଡ଼ ପୂରା କରିଥିଲେ। ଶୁକ୍ରବାର ମାରାଥନ୍‌ ଲାଇନ୍‌ କ୍ରସ୍‌ କରିବା ପରେ ରୟ ଏହି ଉପଲବ୍ଧି ହାସଲ କରିଛନ୍ତି। ଆଇସ୍‌ ମାରାଥନ୍‌ର ନିର୍ଦ୍ଦେଶକ ଡୋନୋଭନ୍‌ ରୟଙ୍କ ପ୍ରଶଂସା କରିବା ସହ କହିଛନ୍ତି, ରୟଙ୍କ ଏହି ଉପଲବ୍ଧି ଆଗାମୀ ଦିନରେ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ରୟ ପ୍ରଥମେ ୧୯୬୪ରେ କାଲଗେରୀ ମାରାଥନ୍‌ରେ ଭାଗ ନେଇଥିଲେ। ଏ ପର୍ଯ୍ୟନ୍ତ ସେ ୫ ମହାଦେଶରେ ୫୦ରୁ ଊର୍ଦ୍ଧ୍ୱ ମାରାଥନ୍‌ ଦୌଡ଼ିସାରିଛନ୍ତି। ଫିନ୍‌ଲାଣ୍ଡ ରାଜଧାନୀ ହେଲସିଙ୍କିରେ ରୟ ସବୁଠୁ ବେଶି କ୍ଷିପ୍ର ଗତିରେ ଦୌଡ଼ିଥିଲେ। ମାତ୍ର ୨ ମିନିଟ୍‌ ୩୮ ସେକେଣ୍ଡରେ ସେ ମାରାଥନ୍‌ ଦୌଡ଼ ଶେଷ କରିଥିଲେ। ଆଣ୍ଟ୍ରାଟିକ୍‌ ଆଇସ୍‌ ମାରଥନ୍‌ରେ ୧୫ ମହିଳା ଓ ୪୧ ପୁରୁଷ ପ୍ରତିଯୋଗୀ ସାମିଲ ହୋଇଥିଲେ। ବୋଷ୍ଟନ୍‌ର ଓ୍ବିଲିୟମ୍‌ ନେଫର୍ଟ ମାତ୍ର ୩ଘଣ୍ଟା ୩୪ମିନିଟ୍‌ ୧୨ ସେକେଣ୍ଡରେ ଦୌଡ଼ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚେକ୍‌ ରିପବ୍ଲିକ୍‌ର ଲାକା ଫ୍ରାଏକୋଭା ୪ ଘଣ୍ଟା ୪୦ ମିନିଟ୍‌ ୩୮ ସେକେଣ୍ଡରେ ମାରାଥନ୍‌ ଦୌଡ଼ି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସରେ ବୁଲିଯାଆନ୍ତୁ…

ଖ୍ରୀଷ୍ଟମାସ ଅବସରରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ପାଇବାକୁ ଅନେକଙ୍କର ଇଚ୍ଛା ଥାଏ। ସେଥିପାଇଁ ଏଠାରେ କେତୋଟି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ବୁଲିଯାଇ...

ନିର୍ବନ୍ଧ ପରେ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ରାୟପୁର, ୫।୧୦: ଛତିଶଗଡ଼ ବାଲୋଦ ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିଲାର ସୁରେଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ରାଣୀତରାଇ ଗ୍ରାମର...

ଯୁବତୀଙ୍କ ଟଙ୍କା ଭର୍ତ୍ତି ପର୍ସ ଝାମ୍ପିନେଲା ପକ୍ଷୀ, ଆଉ ତା’ ପରେ…

ବେଳେବେଳେ ଲୋକଙ୍କ ସହ ଏମିତି କିଛି ଘଟଣା ଘଟିଥାଏ ଯାହା ସେ କେବେ ସ୍ବପ୍ନରେ ଭାବି ନ ଥିବେ। କିଛି ଘଟଣା ପାଇଁ ମଣିଷ ନିଜେ...

ଚିହ୍ନଟ ହେଲା କରୋନା ଭାଇରସକୁ ରୋକିପାରୁଥିବା ଅଣୁ

କରୋନା କବଳରେ ସମଗ୍ର ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ଔଷଧ ତିଆରି କରିବାକୁ...

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ...

୧୩ ଦିନ ଜେଲ୍‌ ଦଣ୍ଡ; ୧୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍‌ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର...

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

Advertisement


Archives

Model This Week