‘ଆଡ୍‌ଭେଞ୍ଚର୍ସ ଅଫ୍‌ ଦି ଡେୟାରଡେଭିଲ୍‌ ଡେମୋକ୍ରାଟ୍‌’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଥିଲେ କିମ୍ବଦନ୍ତୀ ପୁରୁଷ। ତାଙ୍କ ବୀରତ୍ୱ ସାରା ବିଶ୍ୱ ଜାଣିଛି। ଇଣ୍ଡୋନେସିଆର ସ୍ବାଧୀନତାରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ସେହିପରି କଶ୍ମୀର ମିଶନରେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବିଜୁବାବୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଚେହେରା। ସେ ଜଣେ ସଚ୍ଚା ଜାତୀୟତାବାଦୀ ନେତା ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ‘ଆଡ୍‌ଭେଞ୍ଚର୍ସ ଅଫ୍‌ ଦି ଡେୟାରଡେଭିଲ୍‌ ଡେମୋକ୍ରାଟ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। କଳିଙ୍ଗ ଫାଉଣ୍ଡେଶନ୍‌ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ବିଜୁ ବାବୁଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ପ୍ରଥମ ଥର ପାଇଁ ଏଭଳି ଏକ କମିକ୍‌ ବହି ହୋଇଛି। ଏହି ବହି ବିଜୁବାବୁଙ୍କ ସେବା ମନୋଭାବକୁ ପିଲାଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବ। ପିଲାମାନେ ବିଜୁବାବୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ତାଙ୍କ ଭଳି ସମାଜ ପାଇଁ ଭଲ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ପୁସ୍ତକରେ ପିଲାମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଚିତ୍ରକଥା ଶୈଳୀରେ ବିଜୁବାବୁଙ୍କ ଦୁଃସାହସିକ କାହାଣୀମାନ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ ବର୍ମା ଅଭିଯାନ ଓ ରୁଷ୍‌ରେ ନାଜି ସେନାଙ୍କ ଦ୍ୱାରା ଘେରାବନ୍ଦୀ ହୋଇଥିବା ଲାଲ୍‌ବାହିନୀକୁ ଅସ୍ତ୍ର ଯୋଗାଇବା ଘଟଣା ସହିତ ୧୯୪୭ ମସିହାରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ୍‌ ସାରିଅରଙ୍କୁ ଡଚ୍‌ ସେନାଙ୍କ କବଳରୁ ଉଦ୍ଧାର କରିବା ଘଟଣା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ। ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ଭବାନୀ ଚରଣ ପଟ୍ଟନାୟକ, ବିଧାୟକ ଅତୁନ ସବ୍ୟସାଚୀ ନାୟକ, ବିମଳ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ତାତି ନାହିଁ। ଗୁଳୁଗୁଳି କରୁଛି ଅଣନିଃଶ୍ୱାସୀ। ଘରେ କିମ୍ବା ବାହାରେ ତ୍ରାହି ନାହିଁ। ପଙ୍ଖା କାମ ଦେଉନି। ଦେହରୁ ଗମଗମ ଝାଳ ବୋହିବା ସହ...

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ।...

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ହୋଇ ପଡ଼ିଛି। ଏପଟେ ଟମାଟୋ ମୂଲ୍ୟ କିଲୋ ପିଛା...

ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ...

ଓଡ଼ିଶାର ସ୍କିଲ୍‌ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡ଼ିଶା ଆଜି ଉଦାହରଣ ସାଜିଛି। ରାଜ୍ୟର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ...

ପାନ, କିଆଫୁଲ ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

ଭୁବନେଶ୍ୱର,୧୭ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ...

ରାଜ୍ୟରେ ୧୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୫: ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ...

ଜିଆଇଏସ୍‌ ମ୍ୟାପିଂରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ତଥ୍ୟ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ କୋଭିଡ୍‌ ହସ୍ପିଟାଲ ବାବଦରେ ଜିଆଇଏସ୍‌ (ଜିଓଗ୍ରାଫିକ୍‌ ଇନଫରମେଶନ ସିଷ୍ଟମ) ମ୍ୟାପିଂ କରାଯାଇଛି। ଅକ୍ଷାଂଶ ଓ ଦ୍ରାଘିମାକୁ ଆଧାର...

Advertisement
Archives

Model This Week