‘ଆଡ୍‌ଭେଞ୍ଚର୍ସ ଅଫ୍‌ ଦି ଡେୟାରଡେଭିଲ୍‌ ଡେମୋକ୍ରାଟ୍‌’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଥିଲେ କିମ୍ବଦନ୍ତୀ ପୁରୁଷ। ତାଙ୍କ ବୀରତ୍ୱ ସାରା ବିଶ୍ୱ ଜାଣିଛି। ଇଣ୍ଡୋନେସିଆର ସ୍ବାଧୀନତାରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ସେହିପରି କଶ୍ମୀର ମିଶନରେ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବିଜୁବାବୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଚେହେରା। ସେ ଜଣେ ସଚ୍ଚା ଜାତୀୟତାବାଦୀ ନେତା ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ‘ଆଡ୍‌ଭେଞ୍ଚର୍ସ ଅଫ୍‌ ଦି ଡେୟାରଡେଭିଲ୍‌ ଡେମୋକ୍ରାଟ୍‌’ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। କଳିଙ୍ଗ ଫାଉଣ୍ଡେଶନ୍‌ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ମୁଖ୍ୟମନ୍ତ୍ରୀ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ବିଜୁ ବାବୁଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ପ୍ରଥମ ଥର ପାଇଁ ଏଭଳି ଏକ କମିକ୍‌ ବହି ହୋଇଛି। ଏହି ବହି ବିଜୁବାବୁଙ୍କ ସେବା ମନୋଭାବକୁ ପିଲାଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବ। ପିଲାମାନେ ବିଜୁବାବୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ତାଙ୍କ ଭଳି ସମାଜ ପାଇଁ ଭଲ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ପୁସ୍ତକରେ ପିଲାମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଚିତ୍ରକଥା ଶୈଳୀରେ ବିଜୁବାବୁଙ୍କ ଦୁଃସାହସିକ କାହାଣୀମାନ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ ବର୍ମା ଅଭିଯାନ ଓ ରୁଷ୍‌ରେ ନାଜି ସେନାଙ୍କ ଦ୍ୱାରା ଘେରାବନ୍ଦୀ ହୋଇଥିବା ଲାଲ୍‌ବାହିନୀକୁ ଅସ୍ତ୍ର ଯୋଗାଇବା ଘଟଣା ସହିତ ୧୯୪୭ ମସିହାରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ୍‌ ସାରିଅରଙ୍କୁ ଡଚ୍‌ ସେନାଙ୍କ କବଳରୁ ଉଦ୍ଧାର କରିବା ଘଟଣା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ। ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ଭବାନୀ ଚରଣ ପଟ୍ଟନାୟକ, ବିଧାୟକ ଅତୁନ ସବ୍ୟସାଚୀ ନାୟକ, ବିମଳ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri