Posted inଖେଳ

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସେ ଚାମ୍ପିୟନ ହୋଇଛନ୍ତି। ଚାମ୍ପିୟନଶିପ୍‌ର ୧୫୦- ଅପ୍‌ ଫର୍ମାଟରେ ସେ କ୍ରମାଗତ ଚତୁର୍ଥ ଫାଇନାଲରେ ବିଜୟୀ ହୋଇଛନ୍ତି। ଏଥିସହତ ୩୪ ବର୍ଷୀୟ ଆଡଭାନୀ ୨୦୧୪ରେ ପେସାଦାର ବିଲିୟାଡର୍‌ସକୁ ଫେରିବା ପରେ ପ୍ରତିବର୍ଷ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଲିୟାଡର୍‌ସର ଏହି ଛୋଟିଆ ଫର୍ମାଟରେ ଆଡଭାନୀ ଗତ ୬ ବର୍ଷ ମଧ୍ୟରେ ପଞ୍ଚମଥର ପାଇଁ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ସେ ମ୍ୟାନମାରର ଫେଭରାଇଟ ଖେଳାଳି ନେ ଥ୍ବା ଓଙ୍କୁ ୬-୨ରେ ପରାସ୍ତ କରିଛନ୍ତି।
ଗତବର୍ଷ ଫାଇନାଲରେ ଏହି ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ଏଥର ଆଡଭାଣୀ ସମ୍ପୂର୍ଣ୍ଣ ଏକପାଖିଆ ଭାବେ ମ୍ୟାଚ୍‌ ହାତେଇ ନେଇଥିଲେ। ଫାଇନାଲ ମୁକାବିଲାରେ ସେ ୬-୨ (୧୫୦-୪, ୧୫୧- ୬୬, ୧୫୦- ୫୦, ୭- ୧୫୦, ୧୫୧- ୬୯, ୧୫୦-୦, ୧୩୩- ୧୫୦, ୧୫୦- ୭୫)ରେ ନେଙ୍କୁ ପରାସ୍ତ କରିଥିଲେ। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ଆଡଭାନୀ ଇଂଲଣ୍ଡର ମାଇକ୍‌ ରସେଲଙ୍କୁ ୫-୨ରେ ପରାସ୍ତ କରିଥିଲେ। ସେହିପରି ଅନ୍ୟ ଏକ ସେମିଫାଇନାଲରେ ନେ ଥ୍ବା ଓ ୫-୩ରେ ଭାରତର ସୌରଭ କୋଠାରିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଝୁହାଇ, ଚାଇନା ଓପନ୍‌ ଖେଳିବେ ମୁରେ

ଲଣ୍ଡନ, ୧୨ା୮ (ଏଏଫ୍‌ପି)-ଆସନ୍ତା ମାସରେ ଝୁହାଇ ଚାମ୍ପିୟନଶିପ୍‌ ଏବଂ ଚାଇନା ଓପନ୍‌ରେ ଖେଳିବେ ବ୍ରିଟିଶ ଟେନିସ ଖେଳାଳି ଆଣ୍ଡି ମୁରେ। ୭ ମାସ ପୂର୍ବେ ବିଶ୍ୱର...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି।...

ମୁଣ୍ଡ ପିଟିଦେଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ପାଳିରେ ଇଂଲଣ୍ଡ ୫୭୮ ରନ୍‌ କରିଛି। ଭାରତୀୟ ଖେଳାଳିଙ୍କ ଖରାପ ଫିଲ୍ଡିଂର...

ଆଜିି କେକେଆର୍‌କୁ ଭେଟିବ ଆରସିବି, ଇଡେନ ଗାର୍ଡେନ୍ସରେ ହେବ ଲଢେଇ

କୋଲକାତା,୬।୪: ଆଜି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ୍‌ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ପ୍ରଥମ ମ୍ୟାଚ୍‌ରେ...

ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍‌ଙ୍କ ନମୁନା ସଂଗ୍ରହ

ନୂଆଦିଲ୍ଲୀ,୧୦ା୮: ଏସିଆନ ଗେମ୍ସ ପୂର୍ବରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସ (ନାଡା) ୧୯୯ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଙ୍କଠାରୁ ନମୁନା ସଂଗ୍ରହ କରିଛି। ଜୁନ୍‌ ୧ରୁ...

ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍‌ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ...

୧୦ମ ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ନୋଭାକ ଜୋକୋଭିକ

ସିଡ୍‌ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍‌ଙ୍କୁ...

ଫାଉଲରଙ୍କ ଅଡୁଆ ବଢ଼ିଲା

ମାର୍ଗାଓ, ୧୬ା୨ (ପି.ଟି.): ଏସ୍‌ସି ଇଷ୍ଟବେଙ୍ଗଲର ହାଇପ୍ରୋଫାଇଲ ଇଂଲିଶ କୋଚ୍‌ ରୋବି ଫାଉଲରଙ୍କୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ସୋମବାର କାରଣ ଦର୍ଶାଅ ନୋଟିସ୍‌...

Advertisement
Archives

Model This Week