‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’

୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍‌ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ପାଇଛନ୍ତି। ଏପରିକି ଓଡିଶାରେ ସମୀର ମହାନ୍ତି ନୂଆ ସଭାପତି ହୋଇଛନ୍ତି। ୨୦୦୪ରୁ ଲଗାତର ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ରାଜ୍ୟ ସଭାପତି ପଦ ରହି ଆସୁଥିବା ବେଳେ ୧୬ବର୍ଷ ପରେ ଉପକୂଳ ଓଡ଼ିଶାରୁ ଜଣେ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଏକ ମଜଭୁତ ସ୍ଥିତିରେ ଭାଜପା ଥିବାବେଳେ ସମୀରଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ତାଙ୍କଠାରୁ କେନ୍ଦ୍ରୀୟ ନେତୃତ୍ୱ ଅଧିକ କିଛି ଆଶା ରଖିଛନ୍ତି। ତେବେ ଆଗକୁ ତାଙ୍କ ରଣନୀତି କ’ଣ ରହିବ ସେନେଇ ଧରିତ୍ରୀ ତରଫରୁ ମହାନ୍ତିଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର।

ନବେଦଶକ ପୂର୍ବରୁ ଆପଣ ଭାଜପା ସହ ଜ଼ଡିତ ଅଛନ୍ତି। ଦଳ ଦୀର୍ଘଦିନ ଧରି ରାଜ୍ୟରେ ସ୍ଥାଣୁ ଅବସ୍ଥା ଦେଇ ଗତି କରିବା ସ୍ଥିତି ଆପଣ ଦେଖିଛନ୍ତି। ଏବେ ଯେତେବେଳେ ନୂଆ ସଭାପତି ଦାୟିତ୍ୱ ପାଇଛନ୍ତି ସେତେବେଳେ ଦଳ ମଜଭୁତ ସ୍ଥିତି ସହ ରାଜ୍ୟରେ ଦୁଇ ନମ୍ବର ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ଆପଣ ଅଧିକ କ’ଣ କରିବେ ବୋଲି ଭାବୁଛନ୍ତି?
ଉତ୍ତର: ଭାଜପାର ଆରମ୍ଭ ଦିନରୁୁ ସଙ୍ଗଠନ ଧୀରେ ଧୀରେ ସୁଦୃଢ଼ ହେଉଛି। ଅନେକ ନେତୃବୃନ୍ଦଙ୍କ ଏଥିରେ ପ୍ରମୁଖ ଭୂମିକା ରହିଛି। ମୋ ଦାୟିତ୍ୱ ପ୍ରଥମେ ଓଡ଼ିଶାର ୩୬ ହଜାର ବୁଥ୍‌ ସଙ୍ଗଠନକୁ ମଜଭୁତ କରିବି। ଏଥିପାଇଁ ଦଳର ସାମୂହିକ ନେତୃତ୍ୱ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ୧୩୬ ପ୍ରକାର ଯୋଜନାର ସୁଫଳ ଠିକ୍‌ଭାବେ ସାଢେ ୪ କୋଟି ଓଡ଼ିଆଙ୍କ ନିକଟରେ ପହଞ୍ଚାଇବି। ଏଥିରେ ମୁଁ ସଂଯୋଜକ ଭାବେ କାର୍ଯ୍ୟ କରିବି।
୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ଭୋଟ ହାର ବୃଦ୍ଧି ପାଇଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯେଉଁ ୧୨୦ ଆସନ ଦଖଲର ଚ୍ୟାଲେଞ୍ଜ ଦେଇଥିଲେ ତାହା ସଫଳ ହେଲାନାହିଁ। ଏବେ କେନ୍ଦ୍ରରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆପଣଙ୍କ ନୂଆ ଟାର୍ଗେଟ ଓଡ଼ିଶା ପାଇଁ କ’ଣ ରହିବ?
ଉତ୍ତର: ମିଶନ ୧୨୦ ଆମର ଲକ୍ଷ୍ୟ। ତାକୁ ସଫଳ କରିବା ପାଇଁ ଆମକୁ ଜନ ଆଶୀର୍ବାଦ ମିଳିଛି। ରାଜ୍ୟବାସୀ ଓଡ଼ିଶାରେ ଆମକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ବହୁ ଉଚ୍ଚଶିକ୍ଷିତ ବିଧାୟକ ବିଧାନସଭାରେ ରାଜ୍ୟବାସୀଙ୍କ ପାଇଁ ସ୍ବର ଉତ୍ତୋଳନ କରିବେ। ଏହି ଲକ୍ଷ୍ୟ ମଧ୍ୟ ଆମର ପୂରଣ ହେବ।
ଗତ ନିର୍ବାଚନରେ ଶାସକ ବିଜେଡି ସହ ପ୍ରତିଯୋଗିତାକରି ଭାଜପା ଦୁଇନମ୍ବର ଦଳ ହୋଇପାରିଛି। ମାତ୍ର ଏହାପରେ ରାଜ୍ୟ ସଭା ଆସନ ବୁଝାମଣା ଘଟଣା, ପାର୍ଲାମେଣ୍ଟରେ କେନ୍ଦ୍ରର ସମସ୍ତ ପ୍ରସ୍ତାବକୁ ବିଜେଡି ସମର୍ଥନ ଦେବା, ପ୍ରଧାନମନ୍ତ୍ରୀ ବିଜେଡିକୁ ସବୁଠାରୁ ଶୃଙ୍ଖଳିତ ଦଳ ବୋଲି କହିବା ଆଦି ଘଟଣା ଯୋଗୁ ବିଜେଡି-ଭାଜପା ଏକ ବୋଲି ଏବେ ଚର୍ଚ୍ଚା ହେଉଛି। ତୃଣମୂଳସ୍ତରର କର୍ମୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏନେଇ କ’ଣ କହିବେ?
ଉତ୍ତର: ରାଜ୍ୟ ସଭା ଆସନ ବୁଝାମଣା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ହିତ ପାଇଁ କଥା ହୋଇ ନିଷ୍ପତ୍ତି ନେଇଛନ୍ତି। ତୃଣମୂଳସ୍ତରରେ ଲୋକମାନେ ଭାଜପା ରାଷ୍ଟ୍ର ହିତ ପାଇଁ ଏହା କରିଥିବା କଥା ଭଲରେ ବୁଝିଛନ୍ତି। ଏଥିଲାଗି ଭାଜପାର କୌଣସି କ୍ଷତି ହୋଇନାହିଁ।
ବହୁବର୍ଷ ଧରି ଭାଜପା ସଭାପତି ପଦରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦିଆଯାଉଥିଲା। ମାତ୍ର ଗତ ନିର୍ବାଚନରେ ଉପକୂଳ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ତେଣୁ ଉପକୂଳ ସଙ୍ଗଠନକୁ ମଜଭୁତ ପାଇଁ ଆପଣଙ୍କୁ ସଭାପତି କରାଯାଇଥିବା ଚର୍ଚ୍ଚା ହେଉଛି। ଯଦି ଏହି ଚର୍ଚ୍ଚା ସତ ହୋଇଥାଏ, ତେବେ ଏହି ରଣନୀତିକୁ ଆପଣ କେତେ ମାତ୍ରାରେ ସଫଳ କରିପାରିବେ?
ଉତ୍ତର: ଭାଜପାର ବିଚାର ଆଦର୍ଶରେ ଆମେ ଅନୁପ୍ରାଣିତ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମେ ଏକ। ଆଞ୍ଚଳିକତାବାଦ ରାଜନୀତିରେ ଆମର ବିଶ୍ୱାସ ନାହିଁ। ବୁଥ୍‌ସ୍ତରରେ ସଙ୍ଗଠନ ମଜଭୁତ କରିବା ଦିଗରେ ଆମର ପ୍ରାଥମିକତା ରହିବ। କେନ୍ଦ୍ରର ଯେଉଁ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି ତା’ର ସତ୍ୟାସତ୍ୟ ଲୋକଙ୍କ ଆଗରେ ରଖି ଜନ ଆଶୀର୍ବାଦ ନେବୁ।
ଭାଜପାରେ ଗୋଷ୍ଠୀକନ୍ଦଳ ଚାଲିଥିବା କିଛିଦିନ ହେଲା ଚର୍ଚ୍ଚା ହୋଇଛି। ଯଦିଓ ଅନେକ ସ୍ଥାନରେ ଗୋଷ୍ଠୀକନ୍ଦଳକୁ ପ୍ରତିହତ କରିବାରେ ଦଳ ସଫଳ ହୋଇଛି ସବୁଠାରୁ ଫୋକସ୍‌ରେ ଥିବା ସାଙ୍ଗଠନିକ ଜିଲା ଭୁବନେଶ୍ୱରରେ ଜିଲା ସଭାପତି ଚୟନ ହୋଇପାରିନାହିଁ। ନେତାମାନଙ୍କ ମଧ୍ୟରେ ମତଭେଦ କାରଣରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା ଚାରିଆଡ଼ୁ ଶୁଣିବାକୁ ମିଳୁଛି। ଆଗକୁ ସହରାଞ୍ଚଳ ଭୋଟ ଅଛି, ଆଗାମୀ ଦିନରେ ଯଦି ଏଭଳି ପରିସ୍ଥିତି ବଢ଼ିବ ଆପଣ କ’ଣ କରିବେ?
ଉତ୍ତର: ଭାଜପା ଏକ ନୀତି ଓ ଆଦର୍ଶରେ ରହିଛି। ଭୁବନେଶ୍ୱରରେ ଆମର ଦୃଢ଼ ସଙ୍ଗଠନ ଅଛି। ଆମର ସେପରି କୌଣସି ଗୋଷ୍ଠୀକନ୍ଦଳ ନାହିଁ। ଆମର ସାଙ୍ଗଠନିକ ପ୍ରକ୍ରିୟା ଭୁବନେଶ୍ୱରରେ ବିଳମ୍ବ ହୋଇଥିବାରୁ ଜିଲା ସଭାପତି ଚୟନ ହୋଇପାରିନାହିଁ। ଦଳ ସେଥିଲାଗି ଆମ ସମ୍ବିଧାନ ନିୟମ ଅନୁଯାୟୀ ଭୁବନେଶ୍ୱରରେ କାର୍ଯ୍ୟ କରିବାକୁ ଚେଷ୍ଟା ଚଳାଇଛି। ବାହାରେ କ’ଣ ଚର୍ଚ୍ଚା ଚାଲିଛି ସେନେଇ ମୋର କିଛି କହିବାର ନାହିଁ।
ଆପଣଙ୍କ ଦଳ ଗତ ସାଧାରଣ ନିର୍ବାଚନରେ ବହୁ ଯୁବତୀ, ଯୁବକଙ୍କ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା। ହେଲେ ଭାଜପାରେ ନିର୍ଦ୍ଦିଷ୍ଟ କୌଣସି ଛାତ୍ର ସଙ୍ଗଠନ ନ ଥିବାବେଳେ ଯୁବ ସଙ୍ଗଠନ ସେତେଟା ସକ୍ରିୟ ନ ଥିବା ଜଣାପଡୁଛି। ଅନ୍ୟପଟେ ବିଜେଡି ନିଜର ଶାସନ କାଳ ମଧ୍ୟରେ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ବହୁ କାର୍ଯ୍ୟକ୍ରମ କରିଛି। ବିଜେଡିର ସ୍ବତନ୍ତ୍ରଭାବେ ସଶକ୍ତ ଯୁବ ଏବଂ ଛାତ୍ର ସଙ୍ଗଠନ ରହିଛି। ଆପଣ ଆଗକୁ ଦଳରେ ସେମିତି କିଛି ସଙ୍ଗଠନ କରିବେ କି?
ଉତ୍ତର: ବହୁ ଯୁବଭୋଟର ଆମକୁ ସମର୍ଥନ ଦେଇଛନ୍ତି। ଦଳର ଯେଉଁ ସୁଦୃଢ଼ ମୂଳଦୁଆ ପଡୁଛି ତା’ର ସୁଫଳ ସବୁ ଯୁବକ ପାଇବେ। କଂଗ୍ରେସ ଏବଂ ବାମପନ୍ଥୀ ଦଳର ଷଡ଼ଯନ୍ତ୍ରରେ କେତେକ ଯୁବଗୋଷ୍ଠୀ ପଡି ପଥଭ୍ରଷ୍ଟ ହୋଇଛନ୍ତି, ହେଲେ ଲୋକମାନେ ଏବେ ତାହାକୁ ପ୍ରତ୍ୟାଖ୍ୟାନ କଲେଣି। ନିର୍ବାଚନ ଶେଷ ହେବାର ମାତ୍ର ୬ମାସ ହୋଇଛି। ଆଗକୁ ଭାଜପାରେ ଛାତ୍ର, ଯୁବ ସଙ୍ଗଠନ ପାଇଁ ଯାହା କରାଯିବ ସେନେଇ ସମୟ ଆସିଲେ ନିଷ୍ପତ୍ତି ନିଆଯିବ।
– ସାକ୍ଷାତ୍‌: ସୁନୀତ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri