ଆଜି ଭାଲେଣ୍ଟାଇନ୍ସ ଡେ: ଏଥର ହେବନି ବିରୋଧ, କେବଳ ସଚେତନତା

ଭୁବନେଶ୍ୱର,୧୪।୨(ବ୍ୟୁରୋ) : ନା ହେବ ବିରୋଧ ନା କିଏ କରିବ ପ୍ରତିବାଦ। ଏଥର ପ୍ରେମ ଦିବସରେ ମନେପଡ଼ିବେ ଶହୀଦ ଯବାନମାନେ। ପାର୍କ ହେଉ କି ପର୍ଯ୍ୟଟନସ୍ଥଳୀ, କେଉଁଠି ବି ପ୍ରେମୀଯୁଗଳଙ୍କୁ ବିରୋଧ କରାଯିବ ନାହିଁ ବରଂ ସଚେତନ କରାଯିବ। ଭାଲେଣ୍ଟାଇନ୍ସ ଡେ’କୁ ବିରୋଧ କରୁଥିବା ପ୍ରତ୍ୟେକ ଗୋଷ୍ଠୀ ଚଳିତବର୍ଷ ଅମର ଯବାନମାନଙ୍କୁ ମନେପକାଇବା ପାଇଁ ଯୁବପିଢ଼ିଙ୍କୁ ବୁଝାଇବେ। ଗତବର୍ଷ ଅର୍ଥାତ୍‌ ୨୦୧୯ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସାରା ଦେଶରେ ଏନେଇ ଶୋକର ଛାୟା ଖେଳିଯାଇଥିଲା। ଏଥର ସେହି ଅମର ବୀରମାନଙ୍କ ଉଦ୍ଦେଶ୍ୟରେ ଫେବୃୟାରୀ ୧୪କୁ ସର୍ମପଣ କରାଯିବ। ସେହି ବୀର ଯବାନଙ୍କୁ ମନେପକାଇ ପ୍ରେମ ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ବାର୍ତ୍ତାଦେବ ଭାଲେଣ୍ଟାଇନ୍ସ ଡେ’ର ଦୁଇ ମୁଖ୍ୟ ବିରୋଧୀ ଗୋଷ୍ଠୀ କଳିଙ୍ଗ ସେନା ଏବଂ ବଜରଙ୍ଗ ଦଳ। ଏନେଇ ଦୁଇ ଦଳ ଶହୀଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ।


ପ୍ରେମର ମାସ ଫେବୃୟାରୀ, ପୁଣି ପ୍ରେମ ସପ୍ତାହ ଏବଂ ଏହାପରେ ପ୍ରେମର ଦିନ ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ସପ୍ତାହ ଶେଷ ହେବ ଭାଲେଣ୍ଟାଇନ୍ସ ଡେ’ରେ। ପ୍ରେମୀଯୁଗଳମାନେ ପ୍ରେମର ଦିନକୁ ସେଲିବ୍ରେଟ କରିବାକୁ ବର୍ଷେ କାଳ ଅପେକ୍ଷା କରିଥାନ୍ତି। ପ୍ରେମ-ପକ୍ଷୀମାନେ ନିଆରା ଭାବରେ ଭାଲେଣ୍ଟାଇନ୍ସ ଡେ’କୁ ପାଳନ କରି ଚିରସ୍ମରଣୀୟ କରିବାକୁ ଯୁବପିଢ଼ି ଉତ୍ସାହର ସହ ପ୍ରସ୍ତୁତି କରିଥାନ୍ତି। ହେଲେ ଡର ଥାଏ ‘ଭାଲେଣ୍ଟାଇନ୍ସ ଡେ’ ବିରୋଧୀଙ୍କୁ। ହେଲେ ଏଥର କିନ୍ତୁ ସେଭଳି କିଛି ଭୟ କରିବାର ନାହିଁ। ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ ଏବଂ ଶପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ କୌଣସି ପ୍ରକାର ବିରୋଧ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳିଙ୍ଗ ସେନା ଓ ବଜରଙ୍ଗ ଦଳ। ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରେମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରେମ ଦିବସ ନୁହେଁ, ବରଂ ଶହୀଦମାନଙ୍କ ଦିବସଭାବେ ଏହାକୁ ପାଳନ କରାଯିବ। ଗତବର୍ଷ କୌଣସି ପ୍ରେମୀଙ୍କୁ ଏକାଠି କିମ୍ବା ଅସଂଯତ ବ୍ୟବହାର ପ୍ରଦର୍ଶନ କରୁଥିବା ଦେଖିଲେ ଦେହରେ ବିଛୁଆତି ଓ ବାଇଡଙ୍କ ଲଗାଇବାକୁ ଧମକ ଦେଇଥିବା କଳିଙ୍ଗ ସେନା ଏଥର ପୁଲ୍‌ଓ୍ବାମା ଶହୀଦମାନଙ୍କ ଉଦ୍ଦେଶ୍ୟରେ ଦିନଟିକୁ ଉତ୍ସର୍ଗ କରିବ ବୋଲି କହିଛି। ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ସେନା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ ବୋଲି ସଭାପତି ହେମନ୍ତ ରଥ କହିଛନ୍ତି। ବିରୋଧ ନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ସଚେତନ କରାଯିବ ବୋଲି ସେ ଜଣାଇଛନ୍ତି। ସେହିଭଳି ବଜରଙ୍ଗ ଦଳ ମଧ୍ୟ ଏଥର କୌଣସି ପ୍ରକାର ବିରୋଧାତ୍ମକ କାର୍ଯ୍ୟକ୍ରମ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଦଳ ଏହାକୁ ଶହୀଦ ଦିବସଭାବେ ପାଳନ କରିବ। ଏହା ସହ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଦୀପ ପ୍ରଜ୍ୱଳନ କରି ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ବୋଲି ଦଳର ଜିଲା ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ କହିଛନ୍ତି।

ପାର୍କ, ମଲ୍‌ରେ ମୁତୟନ ହେବେ ପୋଲିସ ଫୋର୍ସ

ଭାଲେଣ୍ଟାଇନ ଡେ’ରେ ରାଜଧାନୀର ସମସ୍ତ ପାର୍କ, ଶପିଂ ମଲ, ପ୍ରେକ୍ଷାଳୟ ଆଦି ଖୋଲା ରହିବ। ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେଇ ଶାନ୍ତିଶୃଙ୍ଖଳା ଓ ଖୁସିର ସହ ଏହି ଦିବସକୁ ପାଳନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ସେହ କହିଛନ୍ତି ଯେ, ଏକାମ୍ର ପାର୍କ, ଇନ୍ଦିରାଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାକର୍ର୍, ବଟାନିକାଲ ଗାର୍ଡେନ, ଜୟଦେବ ବାଟିକା, ଖଣ୍ଡଗିରି ଓ ଉଦୟଗିରି ପାହାଡ଼, ଶିଖରଚଣ୍ଡୀ ମନ୍ଦିର ସମେତ ଆଇନକ୍ସ ଓ ଏସପ୍ଲାନେଡ ମଲ୍‌ରେ ସ୍ଥାନୀୟ ଥାନା ପୋଲିସ ସହ ଆବଶ୍ୟକ ଫୋର୍ସ ମୁତୟନ ରହିବେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ, ଅସାମାଜିକ କାର୍ଯ୍ୟକଳାପ ଘଟାଇଲେ ଓ ବଳପୂର୍ବକ ଆଇନକୁ ହାତକୁ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri