ଆଜି ବିଶ୍ୱ ପରିବେଶ ଦିବସ: ଉତ୍କଟ ହେଉଛି ନଦୀ, ଭୂତଳ ଜଳ ପ୍ରଦୂଷଣ କାର୍ଯ୍ୟକାରୀ ହେଉନି ଯୋଜନା

ଯାଜପୁର ଅଫିସ,୫ା୬- ବିଶ୍ୱ ପରିବେଶ ଦିବସ ଆସିଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ସଂଗଠନ ଜଳ ଓ ବାୟୁ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତି। କେତୋଟି ସଭା, ଶୋଭାଯାତ୍ରା ଆଦି ଆୟୋଜନ କରି ଲମ୍ବା ଲମ୍ବା ଭାଷଣ ଦେଇଥାନ୍ତି। ହେଲେ ବାସ୍ତବରେ ନଦୀନାଳ, ଭୂତଳ ଜଳ ଓ ବାୟୁ କେତେ ମାତ୍ରାରେ ପ୍ରଦୂଷିତ ହେଉଛି ତାହାର ଆକଳନ କରି ଉପଯୁକ୍ତ ପଦକ୍ଷେପ କିପରି ନିଆଯାଇ ପାରିବ ସେ ନେଇ କୌଣସି କାର୍ଯ୍ୟପନ୍ଥା ବାହାର କରିବାକୁ କାହାର ପାଖରେ ସମୟ ନ ଥିଲା ଭଳି ମନେ ହେଉଛି । ବିଭିନ୍ନ ସମୟରେ କମିଟି ଗଠନ କରି ଯୋଜନା ପ୍ରସ୍ତୁତ ହେଉଛି ସତ ହେଲେ ତାହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜଳ ପ୍ରଦୂଷଣ ଉକତ୍ଟ ହେବାରେ ଲାଗିଛି।
ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଏହାର ପ୍ରଭାବ ଯେ, ପରିବେଶ ଓ ନଦୀ ନାଳ ଉପରେ ପଡ଼ୁଛି ତାକୁ କେହି ଅନୁଶୀଳନ କରୁ ନାହାନ୍ତି। ଏହିକ୍ରମରେ ଯାଜପୁର ଜିଲାର ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ଡମଶାଳା, ଗଣ୍ଡନାଳା ଆଦି ନଦୀନାଳ ଜଳରେ ଅନୁଜ୍ଞେୟ ସୀମିତ (ପରମିସିବୁଲ ଲିମିଟ) ଠାରୁ ଅଧିକ ଫେନୋଲିକ କମ୍ପାଉଣ୍ଡ(କୋଇଲାକ୍ତ ପଦାର୍ଥ), ସାୟାନାଇଡ, ଅମ୍ଲଯୁକ୍ତ ପଦାର୍ଥ (ପିଏଚ୍‌) ସହ ହେକ୍ସାଭେଲେଣ୍ଟ କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଆଦି ବିଷାକ୍ତ ଦ୍ରବ୍ୟ ରହିଛି। ସରକାରୀସ୍ତରରେ ବିଭିନ୍ନ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏହାସହ ଉଦ୍‌ଗମସ୍ଥଳରେ ଖଣି କାର୍ଯ୍ୟ ଯୋଗୁ ମୃତ୍ତିକା ଓ ଜଙ୍ଗଲ କ୍ଷୟ ହୋଇ ନଦୀରେ ଜଳପ୍ରବାହ କମିବାରେ ଲାଗିଛି। କଳିଙ୍ଗନଗରର ଶିଳ୍ପ କାରଖାନା ଓ ସୁକିନ୍ଦା କ୍ରୋମ୍‌ଜୋନର ବିଭିନ୍ନ ଖଣିରୁ ଦୂଷିତ ଜଳ ନିଷ୍କାସିତ ହୋଇ ନଦୀ ବିଷାକ୍ତ ହେବାରେ ଲାଗିଛି। ଏହି କାରଣରୁ ଯାଜପୁର ଜିଲାର ସମସ୍ତ ପ୍ରମୁଖ ନଦୀର ସ୍ବାସ୍ଥ୍ୟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସେଥିରେ ପୁଣି ନଦୀରେ ଯାହା ପାଣି ଅଛି, ତାକୁ ଶିଳ୍ପ କାରଖାନାଗୁଡିକ ବଡ଼ ବଡ଼ ପାଇପ ପକାଇ ଶୋଷି ନେଉଛନ୍ତି। ଶିଳ୍ପ ଓ ଖଣି ପ୍ରଭାବିତ ଏହି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳ ଗତ ପ୍ରାୟ ୧୦/୧୫ ବର୍ଷ ହେଲା ଦ୍ରୁତ ହ୍ରାସ ପାଇଛି। ଭୂତଳ ଜଳସ୍ତର ହ୍ରାସ, ଜଙ୍ଗଲ ଓ ମୃତ୍ତିକା କ୍ଷୟ, ଉତ୍ତାପ ବୃଦ୍ଧି ଇତ୍ୟାଦି କେତେକ କାରଣରୁ ନଦୀଜଳ ହ୍ରାସ ପାଉଥିବା ବେଳେ ନଦୀଶଯ୍ୟାରେ କଂକ୍ରିଟବନ୍ଧ ଦେଇ କାରଖାନାକୁ ଜଳଯୋଗାଣ ଯୋଗୁ ପ୍ରତିବର୍ଷ ମାର୍ଚ୍ଚ ମାସ ବେଳକୁ ନଦୀରେ ଜଳ ସଙ୍କଟ ଦେଖାଯାଉଛି । ଏଭଳି ପରିସ୍ଥିତିରେ ନଦୀକୁ ଉଦ୍ଧାର କରା ନ ଗଲେ ଆଗାମୀ ୬/୭ ବର୍ଷ ମଧ୍ୟରେ ନଦୀର ମୃତ୍ୟୁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାର ତଦନ୍ତ ଓ ପ୍ରତିକାର ପାଇ ଜଙ୍ଗଲ ଓ ପରିବଶେ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ୨୦ା୯ା୨୦୧୮ରେ ଦେଇଥିବା ରାୟରେ ପାରା ୫୦(II) ରେ ନିର୍ଦ୍ଦେଶ ଜାରି କରିଛନ୍ତି। କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ ସାମିଲ ହୋଇ ଏକ ଆକ୍ସନ ପ୍ଲାନ ତିଆରି କରିବାକୁ ଏନ୍‌ଜିଟି ପରାମର୍ଶ ଦେଇଛି। ଏହି କମିଟିକୁ ରିଭର ରେଜୁଭିନେସନ କମିଟି(ଆରଆରସି) ବୋଲି ନାମକରଣ କରାଯାଇଛି। ୧୫ା୪ା୨୦୧୯ ରେ ରାଜୀବ ଭବନ କନ୍‌ଫରେନ୍ସ ହଲ୍‌ରେ ରିଭର ରେଜୁଭିନେସନ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ୫ବର୍ଷ ମଧ୍ୟରେ ଜଳସମ୍ପଦ, ମୃତ୍ତିକା, ପଞ୍ଚାୟତିରାଜ, କୃଷି ଓ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ଏକ କାର୍ଯ୍ୟନ୍ବୟନ ଯୋଜନା ପ୍ରସ୍ତୁତ ହୋଇଛି । ଏହାସହ ନିଶ୍ଚିତ ବଜେଟ ତିଆରି କରି ଯୋଜନାର ପ୍ରାରମ୍ଭରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ପରାମର୍ଶ ଦିଆଯାଇଛି। ତେବେ ରିଭର ରେଜୁଭିନେସନ କାର୍ଯ୍ୟକାରୀ ହେଲେ ଜଳ ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ସେ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯିବ କି ନାହିଁ ତାହା ସ୍ପଷ୍ଟ କରାଯାଇ ପାରିନାହିଁ ା ଶିଳ୍ପ କାରଖାନା ଓ ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ତାହା ମଧ୍ୟ ଉକ୍ତ ବୈଠକ ବିବରଣୀରେ ଦର୍ଶାଯାଇ ନାହିଁ। ତେଣୁ ପ୍ରଦୂଷଣମୁକ୍ତ ନଦୀ ପାଇଁ ଏକ ମେଗା ଯୋଜନା ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବିଭିନ୍ନ ମହଲରେ ଦାବି ହେଉଛି ା ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜଳ ଗୁରୁତର ଭାବେ ବିଷାକ୍ତ ହେଉଛି ା ବ୍ରାହ୍ମଣୀ ନଦୀଗର୍ଭରେ ସୁନ୍ଦରଗଡ, ଅନୁଗୋଳ, ଯାଜପୁର ଆଦି ଜିଲାରେ ଗଢି ଉଠିଥିବା ଶିଳ୍ପ କାରଖାନାର ବର୍ଜ୍ୟଜଳ ଛଡ଼ା ଯାଉଛି। ଏହାସହ ରନତ୍ଗର୍ଭା ସୁକିନ୍ଦାର ଖଣି ବର୍ଜ୍ୟଜଳ ଡମଶାଳା ନାଳା ଦେଇ ବ୍ରାହ୍ମଣୀରେ ମିଶୁଛି। ହାଇକୋର୍ଟରେ ଏନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଗତ ୫ ବର୍ଷ ହେଲା ନଦୀଜଳକୁ ସ୍ବଚ୍ଛ ଓ ପାନୀୟ ଉପଯୋଗୀ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି ା ମାତ୍ର ଯୋଜନା କାର୍ଯ୍ୟକାରୀ ହେଉ ନ ଥିବାରୁ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଅନ୍ୟପକ୍ଷେ ଗତ ୨୦୧୮ ଅକ୍ଟୋବର ଓ ଏପ୍ରିଲ ମାସରେ ଜିଲାର ଖଣି ଅଞ୍ଚଳ କାଳିଆପାଣି, ଟିସ୍କୋ, ସାରୁଆବିଲ ଓ କମର୍ଦ୍ଦା ନିକଟରୁ ସଂଗୃହିତ ଭୂତଳ ଜଳ ପରୀକ୍ଷାରୁ ଭୂତଳ ଜଳ ଗୁରୁତର ଭାବେ ବିଷାକ୍ତ ହୋଇଥିବା ଜଣାପଡିଛି। ଏସ୍‌ପିସିବିର ସଦସ୍ୟ ସଚିବ ଏହି ମର୍ମରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ ହେବା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଫଟୋ ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?