ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫୮୬୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗତବର୍ଷ ଓଡ଼ିଶା ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୪୫୯୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ତେବେ ଚଳିତ ଥର କେନ୍ଦ୍ର ବଜେଟରେ ରେଲଓ୍ବେ ଅନୁଦାନ ହ୍ରାସ ପାଇବାପରେ ବିଜେଡି ଓ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏହାସହ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବାରେ ଲାଗିଛି। ଏଭଳି ସ୍ଥିତିରେ ବିଧାନସଭାର ରେଲଓ୍ବେ କମିଟି ପକ୍ଷରୁ କେନ୍ଦ୍ର କମାଇଥିବା ଅନୁଦାନ ବାବଦରେ ସୋମବାର ଏକ ଜରୁରୀ ବୈଠକ ବସିବ। କମିଟି ଅଧ୍ୟକ୍ଷ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କମିଟିର ସମସ୍ତ ସଦସ୍ୟଙ୍କୁ ଯୋଗଦେବା ଲାଗି ଗତ ଶୁକ୍ରବାର ଚିଠି ଦିଆଯାଇଛି। ୧୦ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ବିଧାନସଭାର ୫୪ନମ୍ବର ରୁମ୍‌ରେ ବୈଠକ ଅନୁଷ୍ଠିତ ହେବ। ରେଲଓ୍ବେ ଅନୁଦାନ ହ୍ରାସ କରାଯିବା ଏବଂ ରାଜ୍ୟରେ ରେଳ କାର୍ଯ୍ୟ ବଢାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା ହେବ। ଏହାସହ ଆସନ୍ତା ୧୧ କିମ୍ବା ୧୨ରେ ରେଳମନ୍ତ୍ରୀଙ୍କୁ ଭେଟିବା ସକାଶେ ସମୟ ମଗାଯିବ। କେନ୍ଦ୍ରମନ୍ତ୍ରୀ ଯେଉଁ ତାରିଖ ଦେବେ କମିଟି ସଦସ୍ୟମାନେ ଦିଲ୍ଲୀ ଯାଇ ତାଙ୍କୁ ଭେଟିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ...

ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...

ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ...

ନିରଞ୍ଜନ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୬(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଏବେ ନୀରଞ୍ଜନ ସେଠୀ...

ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି। ତେବେ ୭ ମୃତକଙ୍କ...

ବାତ୍ୟା କ୍ଷତିଗ୍ରସ୍ତ ଆକଳନ: ପୁରୀରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ କରିବା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ପୁରୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ...

ସରିଲା ଶ୍ରୀଅଙ୍ଗ ଫିଟା ନୀତି: ମହାପ୍ରଭୁଙ୍କୁ ଆଜି ଫୁଲୁରୀ ତେଲ ଲାଗି

ପୁରୀ ଅଫିସ, ୨୧।୬: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଚାଲିଛି ଗୁପ୍ତ ସେବା।...

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅଧିକାଂଶ ଯୁବପିଢ଼ି

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କ୍ରମଶଃ ବଢ଼ିବାରେ ଲାଗିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ୧୮ ରୁ ୩୫ ବର୍ଷର ବୟସ୍କ ବ୍ୟକ୍ତି ରହୁଛନ୍ତି। ଏହାକୁ...

Advertisement
Archives

Model This Week