ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ମଙ୍ଗଳବାର ନବୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ମୁଖ୍ୟତଃ ଆଲୋଚନା ହେବ ତାକୁ ନେଇ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚା ଲାଗିରହିଛି। ବାତ୍ୟା ଫନୀରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ବିଶେଷ ପ୍ରଭାବିତ ହୋଇଥିବାରୁ ସେଥିପାଇଁ ଅତିରିକ୍ତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏହାସହ ଉଭୟଙ୍କ ମଧ୍ୟରେ କିଛି ରାଜନୈତିକ ନିଷ୍ପତ୍ତି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ କେତୋଟି ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିଲେ। ମାତ୍ର ପୁଣିଥରେ ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଫେରିବାପରେ ବିଜେଡି ଏବେ ନିଜର ପୂର୍ବ ଆଭିମୁଖ୍ୟର ସାମାନ୍ୟ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରାଇ ନ ଦେବାକୁ ବାରମ୍ବାର କହି ଆସୁଥିବା ରାଜ୍ୟ ସରକାର ଏବେ ଏ ଦିଗରେ କିନ୍ତୁ ମତ ବଦଳାଇଛନ୍ତି। ସେହିପରି ପିଏମ୍‌ କିଷାନ ଯୋଜନା ମଧ୍ୟ ରାଜ୍ୟ ସରକାର ଓଡ଼ିଶାରେ ଆଗକୁ ଲାଗୁ କରିପାରନ୍ତି ତା’ର ଏକ ସମ୍ଭାବନା ସୃଷ୍ଟି ହୋଇଛି। ଏହି ଦୁଇ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଆସନ୍ତା ୧୫ରେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ରେ ସମ୍ଭାବ୍ୟ ବାତ୍ୟା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖରେ ଆସନ୍ତା...

ବାରବାଟୀ-କଟକ ନିର୍ବାଚନୀ ମାମଲାରେ ମୋକିମଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୮ା୧: ବାରବାଟୀ-କଟକ ବିଧାନସଭା ନିର୍ବାଚନୀ ମାମଲାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ବିଦ୍ୟାଧର ମିଶ୍ର...

୨୦ରେ ପାଟକୁରା ନିର୍ବାଚନ: ନବୀନ ନିବାସରେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଚାର କାର୍ଯ୍ୟ ବିଷୟରେ ପଚାରି ବୁଝିଲେ

ଭୁବନେଶ୍ୱର,୮।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ...

ଏଥର ହାଇକୋର୍ଟ ତୋରଣ

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର କ୍ରମଶଃ ଚଳଚଞ୍ଚଳ ହେବାରେ ଲାଗିଛି। ବିଭିନ୍ନ ପୂଜା କମିଟି ମଧ୍ୟ ନିଜ ନିଜର ପ୍ରସ୍ତୁତିକୁ ଜୋର୍‌ଦାର...

ଆଜି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ ମୃତକ କେଉଁ ଜିଲାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଥିବା ରାଜ୍ୟ...

ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଲୋକସେବା ଭବନରେ ଥିବା ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ରୁମ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟାରେ କାର୍ଯ୍ୟାଳୟରୁ ନିଆଁ ସହ ଧୂଆଁ...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ...

ମେକ୍‌ ଇନ୍‌ ଓଡ଼ିଶା ପାଇଁ ଏଫ୍‌ଆଇସିସିଆଇ ହେବ ପାର୍ଟନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ମେକ୍‌-ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏଫ୍‌ଆଇସିସିଆଇ) ନ୍ୟାଶନାଲ ପାର୍ଟନର ହେବ। ଏନେଇ ମଙ୍ଗଳବାର...

Advertisement
Archives

Model This Week