ଆଜି ଦେବସ୍ନାନ ପୂର୍ଣ୍ଣିମା: ବିନା ଭକ୍ତରେ ସ୍ନାନମଣ୍ଡପରେ ବିଜେ ଶ୍ରୀଜିଉ, ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି

ବାରିପଦା ଅଫିସ,୫ା୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ତେବେ ୨ ଘଣ୍ଟା ବିଳମ୍ବରେ ନୀତିକାନ୍ତି ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଭୋର୍‌ ୪ଟାରୁ ୫ଟା ମଧ୍ୟରେ ଶ୍ରୀଜିଉମାନେ ସ୍ନାନମଣ୍ଡପକୁ ପହଣ୍ଡି ବିଜେ କରିଥିଲେ। ଏହା ପରେ ପ୍ରଭୁଙ୍କ ଅବକାଶ ନୀତି କରାଯାଇଥିଲା। ଏହି ନୀତି ୨ ଘଣ୍ଟା ବିଳମ୍ବରେ ହୋଇଥିଲା। ପ୍ରଭୁଙ୍କ ନୀତିରେ ଯେଉଁ ମିଷ୍ଠାନ୍ନ ଭୋଗ ଲାଗେ ତାହା ବିଶୁଦ୍ଧ ଘିଅରେ ହେବା କଥା, କିନ୍ତୁ ନିମ୍ନମାନର ଘିଅରେ ମିଷ୍ଠାନ୍ନ ହୋଇଥିବାରୁ ପୂଜକମାନେ ନୀତିକାନ୍ତି କରି ନ ଥିଲେ। ତେବେ ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ବୈଠକ କରି ଏହାର ସମାଧାନ କରିଥିଲେ। ପରେ ଶୁଦ୍ଧ ଘିଅରେ ମିଷ୍ଠାନ୍ନ କରାଯାଇ ନୀତିକାନ୍ତି କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁବାସିତ ୧୦୮ ଗରା ଜଳରେ ପ୍ରଭୁଙ୍କ ସ୍ନାନ କରିଥିଲେ। ପରେ ପ୍ରଭୁଙ୍କ ଗଜାନନ ବେଶ ହୋଇଥିଲା।
ସୂଚନାଯୋଗ୍ୟ, ଶୁକ୍ରବାର ମନ୍ଦିରକୁ ଯାଇଥିବା ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଥାନା ଛକ, ଏମ୍‌କେସି ହାଇସ୍କୁଲ ଛକଠାରୁ ଟ୍ରାଫିକ ଛକ ଯାଏ ରାସ୍ତାରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସେବାୟତ ଓ ଜରୁରିକାଳୀନ କର୍ମଚାରୀ ଓ ଅଧିକାରୀଙ୍କ ବ୍ୟତୀତ ଏହି ରାସ୍ତାରେ ଅନ୍ୟମାନେ ଯିବା ପାଇଁ ବାରଣ କରାଯାଇଛି। ଫଳରେ ବିନା ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri