ଆଜି ଦଶମୂଳ ଲାଗି ହେବେ ଦାରୁଦିଅଁ

ପୁରୀ ଅଫିସ,୧୭ା୬: ଅଣସରରେ ଥିବା ମହାପ୍ରଭୁ ବୁଧବାର ଦଶମୂଳ ଲାଗି ହେବେ। ଜ୍ୱରରେ ପୀଡ଼ିତ ଦାରୁଦିଅଁ ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ଏଥିଲାଗି ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ଦଶମୂଳ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି। ବୈଦ୍ୟ ସେବକ କହିଛନ୍ତି, ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିିଥାଏ। ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂତନ କାଠଚୁଲିରେ କଡ଼େଇ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ ଥଣ୍ଡା କରି ଗୋଲାକାର ମୋଦକ ପ୍ରସ୍ତୁତ କରାଯାଏ। ୩ଟି କୁଡୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ଏଥିପାଇଁ ୧୦ ଦିନ ଶୁଦ୍ଧପୂତ ଭାବେ ରହି ବୈଦ୍ୟ ସେବକଙ୍କୁ ଅରୁଆ ଅନ୍ନ ଖାଇବାକୁ ପଡ଼ିିଥାଏ।
ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାବିଗ୍ରହ ୧୦୮ଗଡୁ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ଧଳା ଫୁଲ ଲାଗି ହୋଇଥାଏ। ଆଷାଢ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ ଏବଂ ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ। ଏହାପରେ ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜରୁରୀ ନ ଥିଲେ ହସ୍ପିଟାଲକୁ ଆସିବା ମନା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା...

ମିଳିପାରୁନି ସ୍ଲଟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣକୁ ନେଇ ବିଭିନ୍ନ ସମୟରେ ନାନା ଅଭିଯୋଗ ହେଉଛି। କେତେବେଳେ ଟୋକନ୍‌ ବଣ୍ଟାକୁ ନେଇ ତ ଆଉ କେତେବେଳେ ଗାଡ଼ିରେ...

ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ...

ଟିକ୍‌ଟକ୍‌, ଚିତ୍ରକଳାରେ କରୋନା ସଚେତନତା: ଯୁକ୍ତ ଦୁଇ ଛାତ୍ରୀ ଅଙ୍କିତାଙ୍କ ନିଆରା ପ୍ରୟାସ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ବିରୋଧରେ ଲଢୁଛି ସମଗ୍ର ବିଶ୍ୱ। ଏହି ଲଢେଇ ମଇଦାନରେ କିଏ ଆଗ ଧାଡ଼ିରେ ଛିଡ଼ା ହୋଇଛି ତ ପୁଣି...

ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନରେ ବାଧା ନାହିଁ, ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ: ସିପି

ଭୁବନେଶ୍ୱର,୮।୪(ବ୍ୟୁରୋ): ଛୋଟ ବ୍ୟବସାୟୀଙ୍କ ଗାଡ଼ିକୁ ତଳିଆ ପୋଲିସ କର୍ମଚାରୀ ଛାଡ଼ୁ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୬ ଜୀବନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ...

Advertisement
Archives

Model This Week