ଆଜି ଦଶମୂଳ ଲାଗିହେବେ ମହାପ୍ରଭୁ

ପୁରୀ ଅଫିସ,୨୯ା୬: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା। ଦଇତାପତିମାନେ ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବା ପାଇଁ ସେବା କରୁଛନ୍ତି। ଏକାଦଶୀରେ ମହାପ୍ରଭୁ ଲାଗିହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ତେଣୁ ଶୁକ୍ରବାର ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି।
ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିଥାଏ। ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଏହାକୁ ହେମଦସ୍ତାରେ କୁଟାହୋଇ ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ, ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ ଥଣ୍ଡାକରି ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ୩ଟି କୁଡୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ମହାପ୍ରଭୁଙ୍କ ଏହି ବୈଦ୍ୟସେବା ଡ. ଦୁର୍ଗାନନ୍ଦନ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ନନ୍ଦନନ୍ଦନ ମିଶ୍ର ଓ ସୁଧାଂଶୁ ପ୍ରସାଦ ମିଶ୍ର କରିଆସୁଛନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କୁହନ୍ତି, ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ୧୦୮ ଗଡୁ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଆଷାଢ଼ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ। ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗିହେବ। ଏହାପରେ ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବାର ବିଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?